/odisha-reporter/media/post_attachments/uploadimage/library/16_9/16_9_0/IMAGE_1717157170.jpg)
Abhilash Panda
ବିଜେପି ଯୁବ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା। ଆସନ୍ତା କାଲି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ସଂଗ୍ରାମ ପାତ୍ର।
ବ୍ୟୋମକେଶ ଜଣେ ଅଭ୍ୟାସଗତ ଅପରାଧୀ, ତାଙ୍କ ନାଁରେ ବହୁ ଅପରାଧିକ ମାମଲା ଥିବା ସେ କହିଛନ୍ତି। ତେବେ ୨୪ ଘଣ୍ଟା ଭିତରେ ତାଙ୍କ ସହ ଅନ୍ୟମାନଙ୍କୁ ଯଦି ଗିରଫ କରାନଯାଏ ପରବର୍ତ୍ତୀ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଡିଜି ଦାୟୀ ରହିବେ ବୋଲି ବିଜେପି କହିଛି। ଭୁବନେଶ୍ୱରରେ ବିଧାୟକଙ୍କୁ ପଶେଇ ଦେବୁନି ଅଣ୍ଡା ମାଡ଼ ହେବ ବୋଲି ଚେତାବନୀ ଦେଇଛି ଯୁବମୋର୍ଚ୍ଚା।
ଗତ ୩୦ ତାରିଖ ସଂନ୍ଧ୍ୟାରେ ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଓ ଅନ୍ୟମାନେ ପ୍ରଚାରରୁ ଫେରିବା ବେଳେ ସସିତାଦେଇପୁର ନିକଟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ପ୍ରଥମେ କିଛି ବିଜେଡି କର୍ମୀ ସେମାନଙ୍କୁ ଗଣ୍ଡଗୋଳ ପାଇଁ ଉସୁକାଇ ଥିଲେ। ଏହା ଅପରାହ୍ନ ପ୍ରାୟ ୫ଟା ବେଳର ଘଟଣା। ସେମାନଙ୍କ ଉଦ୍ଦେଶ୍ୟକୁ ଜାଣିପାରି ଆମେ ସେଠାରୁ ପଳାଇଯିବାକୁ ପ୍ରୟାସ କରିଥିଲୁ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପ୍ରାୟ ୧୦୦ରୁ ୧୫୦ କର୍ମୀ ଏକାଠି ହୋଇ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଆମେ ସେତେବେଳେ ପ୍ରାୟ ୪୦/୫୦ ଜଣ ଥିଲୁ। ଆମର ଜଣେ ସହଯୋଗୀଙ୍କର ହାତ ଭାଙ୍ଗିଛି। ଅଭିଳାଷ ପଣ୍ଡାଙ୍କର ମେରୁଦଣ୍ଡ ପାଖାପାଖି ଆଘାତ ଲାଗିଥିଲା। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ସମେତ ସ୍ଥାନୀୟ ସରପଞ୍ଚ, ତାଙ୍କ ପୁଅ, ଭାଇ ଓ ତାଙ୍କର ସମର୍ଥକମାନେ ଏହି ଆକ୍ରମଣ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
