Advertisment

ଲୋକସଭା ନିର୍ବାଚନ: ମୋଦିଙ୍କ ସମେତ ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି!

ଗୁରୁବାର ଦିନ ଦଳ ପକ୍ଷରୁ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଓ ସେମାନେ କେଉଁଠି ଲଢ଼ିବେ, ତା’ର ତାଲିକା ଜାରି କରାଯିବ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁ ରହିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ଅଦ୍ୟତନ ହୋଇଛି
BJP

BJP

Advertisment

ଆସନ୍ତା ମାସରେ ନିର୍ବାଚନ କମିଶନ ଦେଶର ସାଧାରଣ ନିର୍ବାଚନ କେବେ ହେବ, ତା’ର ତାରିଖ ଘୋଷଣା କରିପାରନ୍ତି। ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରଥମ ଦଫାରେ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।

Advertisment

ଗୁରୁବାର ଦିନ ଦଳ ପକ୍ଷରୁ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଓ ସେମାନେ କେଉଁଠି ଲଢ଼ିବେ, ତା’ର ତାଲିକା ଜାରି କରାଯିବ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାଁ ରହିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ଆସନ୍ତା ୨୯ ତାରିଖରେ ବିଜେପିର କେନ୍ଦ୍ର ନିର୍ବାଚନ କମିଟିର ବୈଠକ ବସିବ। ଏହି ବୈଠକରେ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଫାଇନାଲ କରାଯିବ। ବୈଠକ ପରେ ଅର୍ଥାତ ସେହି ଗୁରୁବାର କିମ୍ବା ଏହାର କିଛି ଦିନ ପରେ ବିଜେପି ମୁଖ୍ୟାଳୟରେ କିଏ କେଉଁଠୁ ପ୍ରାର୍ଥୀ ହେବେ, ତା’ର ଘୋଷଣା କରାଯିବ।

Advertisment

ବିଜେପି ଏଥର ଏକାକୀ ୩୭୦ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି। ତେଣୁ ସେହି ଅନୁସାରେ ଦଳ ପ୍ରାର୍ଥୀଙ୍କୁ ମଧ୍ୟ ଚୟନ କରିବ। ଏପରି ସ୍ଥିତିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାର ଗୁରୁତ୍ୱ ବେଶ ଅଧିକ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରାଣସୀରୁ କ୍ରମାଗତ ୨ ଥର ନିର୍ବାଚନ ଜିତିଛନ୍ତି। ୨୦୧୪ରେ ତାଙ୍କ ବିଜୟ ବ୍ୟବଧାନ ୩.୩୭ ଲକ୍ଷ ଭୋଟ ରହିଥିଲା। ୨୦୧୯ରେ ଏହା ୪.୮ ଲକ୍ଷରେ ପହଞ୍ଚିଥିଲା।

ଅମିତ ଶାହ ୨୦୧୯ରେ ଗୁଜରାଟର ଗାନ୍ଧିନଗର ଲୋକସଭା ଆସନରୁ ଲଢ଼ିଥିଲେ। ପୂର୍ବରୁ ଏଠାରେ ଏଲକେ ଆଡଭାନୀ ଲଢ଼ୁଥିଲେ। ଆଡଭାନୀଙ୍କ ଭଳି ଶାହ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ବାଜି ମାରିଥିଲେ।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି ନେତା ଓ କର୍ମୀମାନଙ୍କୁ ୩୭୦ ଟାର୍ଗେଟକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ କହିଥିଲେ। ଆସନ୍ତା ୧୦୦ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସମସ୍ତଙ୍କୁ ଜଣାଇଥିଲେ।

Bjp PM Modi Amit Shah Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe