Advertisment

ଓଡ଼ିଶାରେ ହେଉଛି ବର୍ଷକୁ ଲକ୍ଷେ କୋଟିର ଦୁର୍ନୀତି: ବିଜେପି, ୧୪ରୁ କରିବ ୫ଦିନିଆ ବ୍ଲକ ଘେରାଉ

ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷର ଶାସନରେ ଓଡ଼ିଶା ଯଦି କ'ଣ ପାଇଛି ତାହା ହେଉଛି ଦୁର୍ନୀତି, ଭ୍ରଷ୍ଟାଚାର, ମହିଳାବିରୋଧୀ ହିଂସା ଏବଂ ଏକ ଅଗଣତାନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଚାଲୁଥିବା ଏକ ଶାସନ ବ୍ୟବସ୍ଥା ।

ଅଦ୍ୟତନ ହୋଇଛି
Manomohan Samal

Manomohan Samal

Advertisment

ଓଡ଼ିଶାରେ ବର୍ଷକୁ ପ୍ରାୟ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠୁ ଖୁଲମଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି । ନବୀନ ପଟ୍ଟନାୟକ ସରକାରଙ୍କ ଗୁମାସ୍ତାମାନେ ଏବେ ସାଧାରଣ ଓଡ଼ିଆ ଲୋକଙ୍କ ତଣ୍ଟି ଚିପିବା ପାଇଁ ବସିଛନ୍ତି । ଏ ସରକାର କେବଳ ବିଜ୍ଞାପନରେ ବଂଚିଛି । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ଆଉ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଆସନ୍ତା ୧୪ତାରିଖରୁ ୫ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ଘେରାଉ କରିବ ବୋଲି ବିଜେପି ଘୋଷଣା କରିଛି ।

Advertisment

ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷର ଶାସନରେ ଓଡ଼ିଶା ଯଦି କ'ଣ ପାଇଛି ତାହା ହେଉଛି ଦୁର୍ନୀତି, ଭ୍ରଷ୍ଟାଚାର, ମହିଳାବିରୋଧୀ ହିଂସା ଏବଂ ଏକ ଅଗଣତାନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଚାଲୁଥିବା ଏକ ଶାସନ ବ୍ୟବସ୍ଥା । ଆଜି ପଂଚାୟତରୁ ନେଇ ବ୍ଲକ, ଜିଲ୍ଲା ସ୍ତରୀୟ ଅଫିସରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି, ପିସି କାରବାର ଚାଲିଛି । ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ସରକାରଙ୍କ ଗୁମାସ୍ତାମାନେ ଏବେ ସାଧାରଣ ଓଡିଆ ଲୋକଙ୍କ ତଂଟି ଚିପିବା ପାଇଁ ବସିଛନ୍ତି । କେବଳ ବିଜ୍ଞାପନରେ ବଂଚିଛନ୍ତି ସରକାର । ଓଡିଶାରେ ସରକାରୀ ବିରୋଧୀ ଜନଆକ୍ରୋଶ ହେଉଛି ଆମର ପୁଞ୍ଜି ବୋଲି ଶ୍ରୀ ସାମଲ କହିଛନ୍ତିି ।

ଗତ ଦୁଇ ମାସ ତଳେ ବିଜେପି ସାରା ରାଜ୍ୟରେ ସମସ୍ତ ପଂଚାୟତରେ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର ବିରୋଧରେ ଘେରାଉ କାର୍ଯ୍ୟକ୍ରମ କରିଥିଲା । ପଂଚାୟତରେ ହୋଇଥିବା ଏହି ଘେରାଉ କାର୍ଯ୍ୟକ୍ରମରେ ଦଳକୁ ମିଳିଥିବା ଅଭୂତପୂର୍ବ ଜନସମର୍ଥନ ମିଳିଛି । ଆଉ ଏହା ସାଧାରଣ ଲୋକଙ୍କ ମନରେ ଏହି ସରକାର ବିରୋଧରେ ଏକ ବିପୁଳ ଜନଆକ୍ରୋଶ ଭରପୂର ରହିଥିବାର ପ୍ରମାଣ ଦେଉଛି । ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଆମର ଏହି ଲଢେଇ ଜାରି ରହିବ । ଆସନ୍ତା ନଭେମ୍ବର ୧୪ ରୁ ୧୮ ଏହି ୫ ଦିନ ଧରି ରାଜ୍ୟର ସମସ୍ତ ବ୍ଲକ୍ ସମ୍ମୁଖରେ ଘେରାଉ କାର୍ଯ୍ୟକ୍ରମ କରାଯିବ ।

Advertisment

ରାଜ୍ୟରେ ପଂଚାୟତରୁ ନେଇ ବ୍ଲକ, ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଚାଲିଥିବା ୫୦% ପିସି କାରବାର ହେଉଛି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ହେଉଥିବା ସମସ୍ତ କାମରେ ୫୦% ପିସି କାରବାର କରାଯାଇ ବିଜୁ ଜନତା ଦଳର କର୍ମୀମାନଙ୍କୁ ନିର୍ବାଚନ ଆଗରୁ ପଇସା ପହଂଚାଯାଉଛି । ସାଧାରଣ ଲୋକଙ୍କ ପାଇଁ ଆସିଥିବା ଅର୍ଥକୁ ଲୁଟ୍‌ପାଟ୍ କରାଯାଉଛି । ରାଜ୍ୟରେ ଦୁର୍ନୀତିର ସୀମା ଲଘିଂଛି । କେବଳ ବଡ଼ବଡ଼ କୋଠା ନିର୍ମାଣ ହେଉଛି ଓଡ଼ିଶା ବାହାରର ଠିକା ସଂସ୍ଥାକୁ ପୋଷିବା ପାଇଁ । ଆଉ ଏପଟେ ରାଜ୍ୟ ସରକାର ସମସ୍ତଙ୍କ ପାଖରେ ପିଇବା ପାଣି ଟୋପେ ଦେଇପାରୁନାହାଁନ୍ତି ।

ପାଣି ପାଇଁ ଲୋକେ ମୃତ୍ୟୁର ଶୀକାର ହେଉଛନ୍ତି । କେନ୍ଦୁଝରରେ ୧୧ ଜଣ ଜୁଆଙ୍ଗ ବିଷାକ୍ତ ପାଣି ପିଇ ପ୍ରାଣ ହରାଇବା ମଧ୍ୟ ଏହାର ଏକ ଉଦାହରଣ। ସାମାନ୍ୟ ଭତ୍ତା, ରେସନ କାର୍ଡ, ପାଇଖାନା ଓ ପକ୍କାଘରଟିଏ ପାଇବା ପାଇଁ ଲାଂଚ ଦେବାକୁ ପଡୁଛି । ଆଜି ପଂଚାୟତରେ ସରପଂଚ, ସମିତି ସଭ୍ୟମାନଙ୍କର କ୍ଷମତାକୁ ହଡ଼ପ କରିନିଆଯାଇଛି । ଆଜି ସେମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତିି । ବିଧାୟକ, ସାଂସଦ, ମନ୍ତ୍ରୀମାନେ ଗୁମାସ୍ତାଙ୍କ ପାଇଁ ଟେଂଟ ବାନ୍ଧୁଛନ୍ତିି । ଓଡ଼ିଶାରେ କ'ଣ ହେବ ନହେବ କିଛି ମୁଷ୍ଟିମେୟ ଅଫିସରମାନେ ସବୁ ନିଷ୍ପତ୍ତି ନେଉଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ଓଡ଼ିଶାକୁ ଅଧିକ ଅର୍ଥ କେବଳ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ଓ ଓଡିଶା ପ୍ରତି ଭଲପାଇବା ପାଇଁ ହିଁ ମିଳିଛି ବୋଲି ଶ୍ରୀ ସାମଲ କହିଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲୀପ ମଲ୍ଲିକଙ୍କ ସମେତ ମୁଖପାତ୍ର ଅନିଲ ବିଶ୍ୱାଳ ଓ ମନୋଜ ମହାପାତ୍ର ଉପସ୍ଥିତ ଥିଲେ ।

State Bjp Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe