Advertisment

Election Results: ତିନି ରାଜ୍ୟରେ ଫୁଟିବ ପଦ୍ମ, ତେଲଙ୍ଗାନାରେ ସୀମିତ ରହିବ କଂଗ୍ରେସର ଖୁସି!

ତେଲେଙ୍ଗାନାରେ କଂଗ୍ରେସ ବାଜି ମାରିବା ସ୍ପଷ୍ଟ ହୋଇଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Congress and bjp flag

Congress and bjp flag

ଗତ ମାସରେ ତେଲଙ୍ଗାନା, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ବିଧାନସଭା ନିର୍ବାଚନ ହୋଇଥିଲା। ମିଜୋରାମକୁ ଛାଡ଼ି ଆଜି ଅନ୍ୟ ଚାରିଟି ରାଜ୍ୟରେ ଭୋଟ୍ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି। ଭୋଟ୍ ଗଣତିର ସାଢ଼େ ୩ ଘଣ୍ଟା ପରେ ଆସିଥିବା ସୂଚନା ଅନୁଯାୟୀ ବିଜେପି ୩ଟି ରାଜ୍ୟରେ ଆଗୁଆ ଥିବା ବେଳେ ଗୋଟିଏରେ ଆଗରେ ଅଛି କଂଗ୍ରେସ।

Advertisment

ମଧ୍ୟ ପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିବା ସ୍ପଷ୍ଟ ହୋଇଯାଇଛି। ଦଳ ଏଠାରେ ୧୪୮ଟି ଆସନରେ ଆଗୁଆ ଥିବା ବେଳେ ବିରୋଧୀ କଂଗ୍ରେସ ୭୯ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ଅଛନ୍ତି। ଏଠାରେ ୨୩୦ଟି ଆସନ ଥିବା ବେଳେ ସରକାର ଗଠନ ପାଇଁ ୧୧୬ଟି ଆସନ ଆବଶ୍ୟକ। ଆଉ ଏହି ଟାର୍ଗେଟରୁ ଢେର ଆଗରେ ରହିଛି ବିଜେପି।

ରାଜସ୍ଥାନରେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ସମସ୍ତ ଆସନରେ ଏବେ ଗଣତି ଚାଲିଛି। ସରକାରରେ ଥିବା କଂଗ୍ରେସ ପଛରେ ଚାଲିଛି। କଂଗ୍ରେସ ୭୧ଟି ଆସନରେ ଆଗୁଆ ଚାଲିଥିବା ବେଳେ ବିଜେପି ୧୦୭ଟି ଆସନରେ ଆଗୁଆ ଚାଲିଛି। ଅନ୍ୟାନ୍ୟ ୨୧ଟି ଆସନରେ ଆଗରେ ଅଛନ୍ତି। ଏଠାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୦୦।

Advertisment

ଛତିଶଗଡ଼ରେ କଂଗ୍ରେସ ଜିତିବ ବୋଲି ଅନେକ ଏକ୍‌ଜିଟ୍ ପୋଲ୍ ତଥ୍ୟ ଦେଇଥିଲେ। ଗଣତି ବେଳେ ପ୍ରାରମ୍ଭିକ ଟ୍ରେଣ୍ଡିଂ ମଧ୍ୟ ସେୟା କହୁଥିଲେ। କିନ୍ତୁ ଦିନ ଗଡ଼ିବା ଓ ଗଣତି ବଢ଼ିବା ସହିତ ବାଜି ପଲଟି ଗଲା ଭଳି ଲାଗୁଛି। ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ଖବର ଲେଖାଯିବା ସୁଦ୍ଧା ବିଜେପି ଆଗକୁ ଚାଲିଯାଇଛି। ବିଜେପି ୫୨ଟି ଆସନରେ ଆଗରେ ଚାଲିଥିବା ବେଳେ କଂଗ୍ରେସ ୩୭ଟି ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ୧ଟି ଆସନରେ ଆଗରେ ଚାଲିଛନ୍ତି।

ଅନ୍ୟପକ୍ଷରେ ତେଲଙ୍ଗାନାରେ କଂଗ୍ରେସ ବାଜି ମାରିବା ସ୍ପଷ୍ଟ ହୋଇଯାଇଛି। ଏଠାରେ ପ୍ରାରମ୍ଭରୁ ଆଗରେ ରହିଛି ଦଳ। ଏହାର ଆଖପାଖରେ ପହଞ୍ଚି ପାରିନି ଏବେ ସରକାରରେ ଥିବା ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍‌। ତେଲଙ୍ଗାନାରେ ୧୧୯ଟି ଆସନ ଥିବା ବେଳେ ୭୨ଟିରେ କଂଗ୍ରେସ ଆଗରେ ରହିଥିବା ବେଳେ କ୍ଷମତାରେ ଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ପଛରେ ପଡ଼ିଯାଇଛି। ବିଆରଏସ୍‌ ୩୪ଟି ଆସନରେ ଆଗୁଆ ରହିଛି। ବିଜେପି ୮ଟି ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ ଆଗୁଆ ଚାଲିଛନ୍ତି।

Bjp Congress