Advertisment

ଭୁଶୁଡ଼ୁଛି ବିଜେଡିର ଦୁର୍ଗ: ଲୋକସଭା ସିଟ୍ ଉପରେ ବିଜେପିର ଏକତରଫା ଦଖଲ

ଚଳିତ ନିର୍ବାଚନରେ ବିଜେଡିକୁ ମାତ୍ ଦେଇ ବିଜେପି ରାଜ୍ୟର ୭୦-୮୦ ପ୍ରତିଶତ ଲୋକସଭା ଆସନକୁ ନିଜ ଦଖଲକୁ ନେବ ।

author-image
Ordigital Desk
ଅଦ୍ୟତନ ହୋଇଛି
Naveen And Pandian

Naveen And Pandian

ଦୀର୍ଘ ୨୫ବର୍ଷ ଧରି ଓଡ଼ିଶାରେ ଏକତରଫା ସଫଳତା ହାସଲ କରୁଥିବା ବିଜେଡିର ଦୁର୍ଗ ଭୁଶୁଡ଼ିବାରେ ଲାଗିଛି । ଚଳିତ ନିର୍ବାଚନରେ ବିଜେଡିକୁ ମାତ୍ ଦେଇ ବିଜେପି ରାଜ୍ୟର ୭୦-୮୦ ପ୍ରତିଶତ ଲୋକସଭା ଆସନକୁ ନିଜ ଦଖଲକୁ ନେବ । ଓଡ଼ିଶାରେ ରାଜନୀତିକ ଦୃଶ୍ୟପଟ୍ଟରେ ଏଭଳି ପରିବର୍ତ୍ତନର ଆଭାସ ଦେଇଛନ୍ତି ଦେଶର ପ୍ରାୟତଃ ସମସ୍ତ ପ୍ରମୁଖ ସର୍ଭେ ସଂସ୍ଥା ।  ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ପ୍ରସଙ୍ଗ ସମେତ ବିଜେପିର ଆକ୍ରମଣାତ୍ମକ ପ୍ରଚାର ଶୈଳୀକୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ବିଜେଡିକୁ ନିଜର ଅତ୍ୟଧିକ ଆତ୍ମବିଶ୍ୱାସ, ତୃତୀୟ ମହଲାର ଅଫିସରଙ୍କ କଥାରେ ଟିକେଟ୍ ଚୟନ, ଦଳୀୟ ନେତାଙ୍କୁ ଅଣଦେଖା କରି ଦଳଡ଼ିଆଁଙ୍କୁ ଟିକେଟ୍ ପ୍ରଦାନ ଆଦି ପ୍ରସଙ୍ଗ ବିଜେଡିକୁ ମହଙ୍ଗା ପଡ଼ିଛି।  ବିଜେପି ଏକତରଫା ଭାବେ ରାଜ୍ୟରେ ନିଜର ଦବଦବା ଜାହିର କରୁଥିବା ସମସ୍ତ ଏକଜିଟ୍ ପୋଲ(ନିର୍ବାଚନ ପୂର୍ବାନୁମାନ ରିପୋର୍ଟ)ରୁ ସ୍ପଷ୍ଟ ହେଉଛି ।

Advertisment

ସୂଚନା ଅନୁସାରେ, ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ସପକ୍ଷରେ ୭୦ରୁ ୮୦ ପ୍ରତିଶତ ଆସନ ଯାଉଥିବା ସମସ୍ତ ଏକଜିଟ୍ ପୋଲ୍ ସର୍ଭେ ଉଲ୍ଲେଖ କରିଛି । ଇଣ୍ଡିଆ ଟିଭି-ସିଏନଏକ୍ସର ଏକଜିଟ୍ ପୋଲ ଅନୁସାରେ ଓଡ଼ିଶାରେ ବିଜେପିକୁ ୧୫ରୁ ୧୭ ସିଟ୍‌, ବିଜେଡିକୁ ୪ରୁ ୬ ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିବ ।

ସେହିପରି ‘ଜନ କି ବାତ୍ ’ ସର୍ଭେ ରିପୋର୍ଟ ଅନୁସାରେ ବିଜେପିକୁ ୧୫-୧୮ଟି ଓ ବିଜେଡିକୁ ୩-୭ଟି ଲୋକସଭା ସିଟ୍ ମିଳିବ । କଂଗ୍ରେସ ଏଠାରେ ଖାତା ଖୋଲିପାରିବ ନାହିଁ ।

Advertisment

ସେହିପରି ନ୍ୟୁଜ୍‌-୨୪ ଚାଣକ୍ୟ ଆକଳନ ଅନୁସାରେ ବିଜେପିକୁ ୧୬ଟି, ବିଜେଡିକୁ ୪ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିବ ।

ଇଣ୍ଡିଆ ନ୍ୟୁଜ-ଡି-ଡାଇନାମିକ୍ସ ଆକଳନ ଅନୁସାରେ ବିଜେପିକୁ ୧୩ଟି ଓ ବିଜେଡିକୁ ୮ଟି ଆସନ ମିଳିବ । କଂଗ୍ରେସ ଏଠାରେ ଖାତା ଖୋଲିବାରେ ସକ୍ଷମ ହେବ ନାହିଁ ।

ଏବିପି-ସି ଭୋଟର ପୂର୍ବାନୁମାନ ଅନୁସାରେ ଓଡ଼ିଶାରେ ବିଜେପିକୁ ୧୭ରୁ ୧୯ଟି ଓ ବିଜେଡିକୁ ୧ରୁ ୩ଟି ଲୋକସଭା ଆସନ ମିଳିବ ।

ସେହିପରି ଦେଶର ପ୍ରମୁଖ ଜାତୀୟ ଟିଭି ଚ୍ୟାନେଲ୍ ଆଜତକ୍ ଏକଜିଟ୍ ପୋଲ୍ ଓଡ଼ିଶାରେ ବିଜେପିକୁ ୧୮ରୁ ୨୦ଟି ଆସନ ଓ ବିଜେଡିକୁ ୨ଟି ଓ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ପୂର୍ବାନୁମାନ କରିଛି । ବିଜେପିକୁ ରାଜ୍ୟରେ ପ୍ରାୟ ୫୧% ଭୋଟ୍ ମିଳିବ ବୋଲି ଆଜତକ ଆକଳନ କରିଛି ।

ରିପବ୍ଲିକ ଟିଭି-ମାର୍ଟିଜ ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୧ଟି, ବିଜେଡିକୁ ୯ଟି ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ । ବିଜେପିକୁ ୪୬.୮ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି ।

ରିପବ୍ଲିକ-ପିଏମଏଆରକ୍ୟୁ ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ୧୪ଟି ଓ ବିଜେଡିକୁ ପ୍ରାୟ ୪ରୁ ୮ଟି ଆସନ ମିଳିପାରେ ।

ବିଭିନ୍ନ ସଂସ୍ଥାର ଏହି ପୂର୍ବାନୁମାନରୁ ଓଡ଼ିଶାରେ ବିଜେଡିର ସ୍ଥିତି ଟଳମଳ ହୋଇଥିବା ଓ ବିଜେଡିର ଦୁର୍ଗ ଭାବେ ପରିଚିତ ଉପକୂଳ ଓଡ଼ିଶାରେ ଦଳର ବିପର୍ଯ୍ୟୟ ହୋଇଥିବା ସ୍ପଷ୍ଟ ଆଭାସ ମିଳୁଛି । ତେଲେଙ୍ଗାନାରେ ଅତ୍ୟଧିକ ଆତ୍ମବିଶ୍ୱାସ ଯେଭଳି ତେଲେଙ୍ଗାନା ରାଷ୍ଟ୍ର ସମିତି(ଏବେ ବିଆରଏସ)ର ପତନର କାରଣ ହୋଇଛି ଅନୁରୂପ ସ୍ଥିତି ବିଜେଡିର ହୋଇଛି ।

ବିଜେଡିର ନିର୍ବାଚନୀ ରଣକୌଶଳ ଓ ୱାର୍ ରୁମ୍ ମ୍ୟାନେଜମେଂଟ କେବଳ ଭିକେ ପାଣ୍ଡିଆନ ଓ ତାଙ୍କର ହାତଗଣତି ଅଫିସରମାନଙ୍କ ମାଧ୍ୟମରେ ହେବ ଏବେ ଦଳକୁ ମହଙ୍ଗା ପଡ଼ିଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ୧୨ଟି, ବିଜେିକୁ ୮ଟି ଓ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ ମିଳିଥିଲା । ତେବେ ୨୦୧୯ ନିର୍ବାଚନରେ ବିଜେଡିର ଭୋଟ ହାର ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ୧.୩% ହ୍ରାସ ପାଇ ୪୨.୮% ରହିଥିଲା ।

ମାତ୍ର ବିଜେପିର ଭୋଟ ହାର ୧୬.୯ % ବୃଦ୍ଧି ପାଇ ୩୮.୪% ହୋଇଥିଲା । ତେବେ କଂଗ୍ରେସ ନେତୃତ୍ୱାଧୀନ ମେଂଟର ଭୋଟ୍ ହାର ୧୨.୨% ହ୍ରାସ ପାଇ ୧୩.୪%ରେ ସୀମିତ ରହିଯାଇଥିଲା।

BjD Bjp Loka Sabha Election 2024 Odisha Assembly Election 2024 General Elections 2024