ରାମ ମନ୍ଦିର ଥିବା ଫୈଜାବାଦରେ ପଛରେ ପଡ଼ିଲା ବିଜେପି

ଉତ୍ତର ପ୍ରଦେଶର ଅଯୋଧ୍ୟା(ଫୈଜାବାଦ)ରେ ବିଜେପିକୁ ପଛରେ ପକାଇ ଆଗେଇ ଚାଲିଛି ସମାଜବାଦି ପାର୍ଟି।

BJP-BSP Candidates

ବିଜେପି ଓ ବିଏସପି ପ୍ରାର୍ଥୀ

Debibandita Barick
  • Published: Tuesday, 04 June 2024
  • , Updated: 04 June 2024, 04:16 PM IST

ଉତ୍ତର ପ୍ରଦେଶର ଫୈଜାବାଦ ନିର୍ବାଚନମଣ୍ଡଳୀରେ ପଛରେ ପଡ଼ିଯାଇଛି ବିଜେପି। ସମାଜବାଦି ପାର୍ଟିର ଅବଧେଶ ପ୍ରସାଦଙ୍କଠାରୁ 10 ହଜାର ଭୋଟ୍ ପଛରେ ଅଛନ୍ତି ବିଜେପିର ଲାଲୁ ସିଂହ। 

ବର୍ତ୍ତମାନର ଅଯୋଧ୍ୟା ଜିଲ୍ଲା ଫୈଜାବାଦ ଭାବେ ଜଣାଶୁଣା ଥିଲା। 2018ରେ ଏହି ଜିଲ୍ଲାର ନାମ ପରିବର୍ତ୍ତନ କରାଯାଇ ପ୍ରାଚୀନ ନାମ ଅନୁସାରେ ଅଯୋଧ୍ୟା ରଖାଯାଇଥିଲା। କିନ୍ତୁ ଲୋକସଭା ଆସନ ଦୃଷ୍ଟିରୁ ଏବେ ବି ଏହି ଜିଲ୍ଲା ଫୈଜାବାଦ ନାମରେ ଅଛି।  

ପ୍ରଥମ କିଛି ଫେଜ ଭୋଟ୍ ଗଣତିରେ ଏଠାରେ ବିଜେପି ପ୍ରାର୍ଥୀ ଆଗେଇ ଚାଲିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ 10 ହଜାର ଭୋଟ୍ ପଛରେ ପଡିଯାଇଛନ୍ତି। ତେବେ ଆଉ କିଛି ଫେଜରେ ଭୋଟ୍ ଗଣତି ବାକି ଥିବାରୁ ଶେଷ ଫଳାଫଳ ଉପରେ ନଜର ରହିଛି।

ଚଳିତ ବର୍ଷ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ପୂର୍ବ ଘୋଷଣାପତ୍ରରେ ରାମ ମନ୍ଦିର ପ୍ରତିଷ୍ଠା ସର୍ତ୍ତ ବିଜେପି ପାଇଁ ଏଠାରୁ ବଡ଼ ମାଇଲେଜ୍ ଦେବ ବୋଲି କୁହାଯାଉଥିଲା, କିନ୍ତୁ ବିଜେପି ପଛରେ ଚାଲିଛି।

ନିର୍ବାଚନ କମିଶନ ମଧ୍ୟାହ୍ନ ଗୋଟାଏର ଜାରି କରିଥିବା ସୂଚନା ଅନୁସାରେ, ଉତ୍ତର ପ୍ରଦେଶରେ ବିରୋଧୀ ମେଣ୍ଟ ଇଣ୍ଡିଆ 80 ଲୋକସଭା ଆସନରୁ 43ଟିରେ ଆଗରେ ରହିଥିଲାବେଳେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଯଥାକ୍ରମେ 34 ଏବଂ ନଅଟି ଆସନରେ ଆଗୁଆ ରହିଥିଲେ। ଅନ୍ୟପଟେ ବିଜେପି 34ଟି ଆସନରେ ଆଗୁଆ ଥିଲା।

Related story