/odisha-reporter/media/post_attachments/uploadimage/library/16_9/16_9_0/Kharge_1751280022.jpg)
Kharge
କର୍ଣ୍ଣାଟକାରେ ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଛି। ସିଦ୍ଦରମୈୟାଙ୍କ ବଦଳରେ କଂଗ୍ରେସ ଡିକେ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ କସରତ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଏ ସମ୍ପର୍କରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଜି ଗଣମାଧ୍ୟମ ପ୍ରଶ୍ନ କରିଥିଲା।
ଏହାର ଉତ୍ତର ଗୋଟିଏ ଧାଡ଼ିରେ ଖଡଗେ ଦେବା ସହ କହିଛନ୍ତି ଯେ “ଏହା ଦଳର ହାଇକମାଣ୍ଡଙ୍କ ହାତରେ ରହିଛି। ହାଇକମାଣ୍ଡଙ୍କ ଭିତରେ କ’ଣ ଚାଲିଛି, ସେକଥା କେହି ବି କହିପାରିବେ ନାହିଁ। ସବୁ କିଛି ହାଇକମାଣ୍ଡଙ୍କ ଉପରେ ରହିଛି। ସେମାନେ ସମସ୍ତଙ୍କ ପ୍ରକାରର ପଦକ୍ଷେପ ନେବେ। କେହି ବି ଅଯଥା ଆକଳନ କରି ଅନାବଶ୍ୟକ ସମସ୍ୟା ସୃଷ୍ଟି କରିବା କଥା ନୁହେଁ।”
ଖଡଗେ ନିଜେ କଂଗ୍ରେସ ମୁଖିଆ ହୋଇଥିବା ବେଳେ ତାଙ୍କ ଉପରେ କିଏ ହାଇକମାଣ୍ଡ ରହିଛନ୍ତି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ବିଜେପି ମଧ୍ୟ ଦଳରେ ସଭାପତି ଭାବେ ଖଡଗେଙ୍କ ଭୂମିକା କ’ଣ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି।
ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କହିଛନ୍ତି, “ଗୋଟିଏ ଭୂତ ଭଳି କଂଗ୍ରେସ ହାଇକମାଣ୍ଡ। ଏହା ଶୁଣା ଯାଏ ନାହିଁ କିମ୍ବା ଦେଖାଯାଏ ନାହିଁ। କିନ୍ତୁ ସବୁବେଳେ ଅନୁଭୂତ ହୋଇଥାଏ। ଏପରି ଲୋକମାନେ କଂଗ୍ରେସ ସଭାପତିଙ୍କୁ ହାଇକମାଣ୍ଡ ଭାବୁଥିଲେ ଓ ତାଙ୍କ ନାଁ ନେଉଥିଲେ। କିନ୍ତୁ ସେ ହାକମାଣ୍ଡ ନୁହନ୍ତି। ଏହା ଅତ୍ୟନ୍ତ ଭୟାନକ।”
କର୍ଣ୍ଣାଟକା ବିଧାନସଭାର ବିରୋଧୀ ଦଳ ନେତା ଆର ଆଶୋକ ମଧ୍ୟ ଖଡେଗଙ୍କୁ ଆଉ ଜଣେ ଦୁର୍ଘଟଣାବଶତଃ ନେତା ବୋଲି କହି କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଏବେ ମଲ୍ଲିକାର୍ଜୁନ ଖଡଗେ ହେଉଛନ୍ତି ଆକ୍ସିଡେଣ୍ଟାଲ ଏଆଇସିସି ସଭାପତି। ସେ ବେଶ ଗର୍ବର ସହ ସ୍ୱୀକାର କରୁଛନ୍ତି ଯେ ହାଇକମାଣ୍ଡ କ’ଣ ଭାବୁଛନ୍ତି, ସେକଥା ସେ ନିଜେ ଜାଣି ନାହାନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
