Advertisment

ଭୋଟ ବିଭାଜନ ପାଇଁ ସଂରକ୍ଷଣକୁ ହିନ୍ଦୁ-ମୁସଲିମ ପ୍ରସଙ୍ଗ କରୁଛି ବିଜେପି: ଖଡଗେ

ଖଡଗେ କହିଛନ୍ତି, “ଆର୍ଥିକ ପଛୁଆ ବର୍ଗରେ ଥିବା ସମସ୍ତଙ୍କୁ ଆମେ ସଂରକ୍ଷଣ ଦେବୁ। ଏହା ନୀତିଗତ ପ୍ରସଙ୍ଗ ଓ ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ, ଏହାର କାର୍ଯ୍ୟକାରୀତା ଉପରେ ନିଷ୍ପତ୍ତି ନେବେ।”

Kharge

Kharge

Advertisment

ସମସ୍ତ ଆର୍ଥିକ ପଛୁଆ ବର୍ଗର ଲୋକଙ୍କୁ ସଂରକ୍ଷଣ ଦେବାକୁ କଂଗ୍ରେସ ପ୍ରସ୍ତୁତ ରହିଛି। କିନ୍ତୁ ବିଜେପି ଏହାକୁ ହିନ୍ଦୁ-ମୁସଲିମ ପ୍ରସଙ୍ଗ କରି ଭୋଟରଙ୍କ ଧ୍ରୁବୀକରଣ କରୁଛି ବୋଲି କହିଛନ୍ତି କଂଗ୍ରେସ ବସ୍‌ ମଲ୍ଲିକାର୍ଜୁନ ଖଡଗେ।

Advertisment

ଚଳିତ ନିର୍ବାଚନରେ ବିରୋଧୀ ନିଯୁକ୍ତି ଓ ଶିକ୍ଷାକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିବା ବେଳେ ଅଭିଯୋଗ କରୁଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ଦଳିତ ଓ ଆଦିବାସୀଙ୍କ ପାଇଁ ଉପଲବ୍ଧ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ମୁସଲିମମାନଙ୍କୁ ଦେଇ ଦେବ। ହେଲେ କଂଗ୍ରେସ ଏହା ଦୃଢ଼ ଭାବେ ଖଣ୍ଡନ କରିଛି। ପ୍ରଧାନମନ୍ତ୍ରୀ ମୋଦି କେବଳ ମିଛ କହୁଥିବା ଦଳ କହିଛି।

ଖଡଗେ କହିଛନ୍ତି, “ଆର୍ଥିକ ପଛୁଆ ବର୍ଗରେ ଥିବା ସମସ୍ତଙ୍କୁ ଆମେ ସଂରକ୍ଷଣ ଦେବୁ। ଏହା ନୀତିଗତ ପ୍ରସଙ୍ଗ ଓ ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ, ଏହାର କାର୍ଯ୍ୟକାରୀତା ଉପରେ ନିଷ୍ପତ୍ତି ନେବେ।”

Advertisment

ବିଜେପି ଅଭିଯୋଗକୁ କାଉଣ୍ଟର କରି ସେ କହିଛନ୍ତି, “କ’ଣ ସମ୍ବିଧାନରେ କୁହାଯାଇଛି ଯେ ଧର୍ମ ଆଧାରରେ ମୁସଲିମମାନଙ୍କୁ ସଂରକ୍ଷଣ ଦିଆଯିବ? ଏକଥା କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ରହିଛି କି? ଯେଉଁ ମୁସଲିମମାନେ ଗିରବ, ସେମାନେ ନ୍ୟାୟ ପାଇବା ଉଚିତ। ଆମେ ଏଥିରେ କାଏମ ରହିଛୁ। କିନ୍ତୁ ସେମାନେ ଏହାକୁ ହିନ୍ଦୁ-ମୁସଲିମ ପ୍ରସଙ୍ଗ କରି ଭୋଟ ବିଭାଜନ ପାଇଁ ଚେଷ୍ଟା କରୁଛନ୍ତି।

ବର୍ତ୍ତମାନ ସରକାରୀ ସ୍ତରରେ ପ୍ରାୟ ୩୦ ଲକ୍ଷ ପଦବୀ ଖାଲି ପଡ଼ିଛି। ଏଗୁଡ଼ିକୁ ପୂରଣ କରିବାକୁ ସେମାନେ ଚେଷ୍ଟା କରୁନାହାନ୍ତି। ଏହି ୩୦ ଲକ୍ଷ ମଧ୍ୟରୁ ଏସ୍‌ସି, ଏସ୍‌ଟି ଓ ଓବିସି ଆଶାୟୀମାନେ ୧୫ ଲକ୍ଷ ପଦରେ ନିଯୁକ୍ତି ପାଇପାରିବେ।

ସେମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଓ ମିଛ କହୁଛନ୍ତି। ସେମାନେ ବିଶ୍ୱବିଦ୍ୟାଳୟରେ ପ୍ରଫେସର ନିଯୁକ୍ତ କରୁନାହାନ୍ତି। ଏସ୍‌ସି,ଏସ୍‌ଟି ଓ ଓବିସି ସଂପ୍ରଦାୟର ପ୍ରାର୍ଥୀଙ୍କୁ ସୁଯୋଗ ଦେଉ ନେହାନ୍ତି। ସେମାନେ କେବଳ ଆରଏସଏସ୍‌ରେ ତାଲିମପ୍ରାପ୍ତ ଲୋକଙ୍କୁ ନେଉଛନ୍ତି।”

କଂଗ୍ରେସ ଏଥର ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ମଧ୍ୟ ଖଡଗେ ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “ ଆମେ ରାଜସ୍ଥାନରେ ଭଲ ପ୍ରଦର୍ଶନ କରିବୁ। ସେଠାରେ ଆମ ସ୍କୋର ଆଉ ଶୂନ ହେବନି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଆମେ ଭଲ ଆସନ ପାଇବୁ।

ଗତଥର ମହାରାଷ୍ଟ୍ରରେ ଆମକୁ କେବଳ ଗୋଟିଏ ସିଟ ମିଳିଥିଲା। ହେଲେ ଏଥର ମହା ବିକାଶ ଅଘାଡ଼ି ବେଶ ଶକ୍ତିଶାଳୀ ଢଙ୍ଗରେ ନିର୍ବାଚନ ଲଢ଼ିଛି। ଆମେ ସେଠାରେ ଅତିକମରେ ୩୦ଟି ଆସନ ଦଖଲ କରିବୁ।

ବିଜେପିର ଆସନ ସଂଖ୍ୟା ହ୍ରାସ ପାଉଛି। ସେମାନେ ପିକରେ ପହଞ୍ଚି ସାରିଛନ୍ତି। ଆଉ ଏହାକୁ ଅତିକ୍ରମ କରିପାରିବେ ନାହିଁ। କିନ୍ତୁ ଆମେ ଯେଉଁଠି ହାରିଥିଲୁ, ସେଠାରେ ଏଥର ବିଜୟୀ ହେବୁ।”

Congress Mallikarjun Kharge Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe