Advertisment

ଅଲଗା ଧର୍ମର ଝିଅକୁ ନେଇ ଫେରାର ହୋଇଗଲା ପୁଅ, ବାପାଙ୍କୁ ଦଳରୁ ବହିଷ୍କାର କଲା ବିଜେପି

ନଜିରଙ୍କ ପୁଅ ଓ ବୌଦ୍ଧ ଧର୍ମର ଝିଅ ଫେରାର ହେବାକୁ ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ପତ୍ତା ଏଯାଏ ମିଳିନି।

BJP

BJP

Advertisment

ପୁଅର ପ୍ରେମ ପାଇଁ ବାପାଙ୍କୁ ହରାଇବାକୁ ପଡ଼ିଛି ପଦ। ପୁଅ ଅଲଗା ଧର୍ମର ଜଣେ ଝିଅଙ୍କୁ ପ୍ରେମ କରିବା ସହ ତାଙ୍କୁ ନେଇ ଫେରାର ହୋଇଯିବାରୁ ଏହା ତାଙ୍କ ବାପାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପୁଅର ଏପରି କାମ ପାଇଁ ବାପାଙ୍କୁ ଦଳରୁ ବହିଷ୍କାର କରିଛି ବିଜେପି।

Advertisment

ବିଜେପିର ଲଦାଖ ୟୁନିଟ ପକ୍ଷରୁ ଦଳର ବରିଷ୍ଠ ନେତା ତଥା ଉପ ସଭାପତି ନଜିର ଅହମଦ(୭୪)ଙ୍କୁ ବୁଧବାର ବହିଷ୍କାର କରାଯାଇଛି। ନିଜରଙ୍କ ପୁଅ ଜଣେ ବୌଦ୍ଧ ଧର୍ମର ଝିଅଙ୍କୁ ନେଇ ଫେରାର ହେବା ସହ ତାଙ୍କୁ ବିବାହ କରି ସାରିଛନ୍ତି। ଏପରି କାର୍ଯ୍ୟକୁ ବିଜେପି ଗ୍ରହଣ କରି ନ ପାରି ନଜିରଙ୍କୁ ସିଧା ଦଳରୁ ବହିଷ୍କାର କରିଛି।

ମିଳିଥିବା ସୂଚନା ଅନୁସାରେ, ନଜିର ଲଦାଖ ବିଜେପିର ଉପ ସଭାପତି ଭାବେ କାମ କରୁଥିଲେ। ମାସକ ତଳେ ତାଙ୍କ ପୁଅ ଜଣେ ବୌଦ୍ଧ ଧର୍ମର ଝିଅକୁ ନେଇ ଫେରାର ହୋଇଯାଇଥିଲେ। ଏଥିପାଇଁ ନଜିରଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କରାଯାଇଛି।

Advertisment

ବିଜେପିର ଲଦାଖ ୟୁନିଟ ଗୋଟିଏ ବିବୃତିରେ କହିଛି ଯେ ପୂରା ଘଟଣାରେ ନଜିରଙ୍କ ଭୂମିକା କ’ଣ ଥିଲା, ସେକଥା ଜାଣିବା ପାଇଁ ତାଙ୍କୁ ଗୋଟିଏ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା। ଏହାପରେ ହିଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲଦାଖରେ ଝିଅଙ୍କୁ ନେଇ ଫେରାର ହୋଇଯିବା ଘଟଣାକୁ ସବୁ ଧାର୍ମିକ ସଂପ୍ରଦାୟରେ ବିରୋଧ କରାଯାଏ। କାରଣ ଏହା ସାଂପ୍ରଦାୟିକ ସଦଭାବ ଓ ଧାର୍ମିକ ଏକତାକୁ ପ୍ରଭାବିତ କରିଥାଏ ବୋଲି ବିଜେପି କହିଛି।

ନଜିରଙ୍କ ପୁଅ ଓ ବୌଦ୍ଧ ଧର୍ମର ଝିଅ ଫେରାର ହେବାକୁ ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ପତ୍ତା ଏଯାଏ ମିଳିନି।

ବହିଷ୍କୃତ ବିଜେପି ନେତା ନଜିରଙ୍କ କହିବା କଥା ଯେ ତାଙ୍କ ପରିବାର ମଧ୍ୟ ପୁଅ ମନଜୁରର ବାହାଘର ବିରୋଧରେ ରହିଛନ୍ତି। ସେମାନେ ମଧ୍ୟ ମନଜୁର ଓ ସେ ବାହା ହୋଇଥିବା ବୌଦ୍ଧ ଧର୍ମର ଝିଅ ଏବେ କେଉଁଠି, ସେକଥା ମଧ୍ୟ ଜାଣି ନାହାନ୍ତି।

ସେ କହିଛନ୍ତି, “ମୋ ପୁଅକୁ ୩୯ ବର୍ଷ ଓ ସେ ବାହା ହୋଇଥିବା ମହିଳାଙ୍କ ବୟସ ୩୫। ଗତ ମାସରେ ସେମାନେ କୋର୍ଟରେ ବିବାହ ପଞ୍ଜୀକରଣ କରିଛନ୍ତି। ମୁଁ ଏହି ସମୟରେ ହଜ ତୀର୍ଥ ଯାତ୍ରାରେ ଯାଇଥିଲି।

ମୁଁ ଜାଣିପାରୁନି ଯେ ମୋ ପୁଅର ବାହାଘର ପାଇଁ ମୋତେ କାହିଁକି ଦାୟୀ କରାଯାଉଛି? କାରଣ ମୋ ପରିବାର ମଧ୍ୟ ଏପରି ବାହାଘରକୁ ବିରୋଧ କରିଛନ୍ତି। ମୁଁ ତାକୁ ଠାବ କରିବାକୁ ଚେଷ୍ଟା କରିଛି। ମୁଁ ଶ୍ରୀନଗର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ତାକୁ ଖୋଜିଛି। ହେଲେ ତା’ର କୌଣସି ପ୍ରକାରର ପତ୍ତା ମିଳିନାହିଁ।”

Bjp Ladakh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe