Advertisment

ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧ: ସରକାରୀ ପଦ ଛାଡ଼ିଲେ ବିଜେପି ଭେଟରାନ

ରାଜେନ ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ଉକ୍ତ ଆସନରେ ଦଳ ଜିତିବା ସଂପୂର୍ଣ୍ଣ ଭାବେ ଅସମ୍ଭବ।

author-image
Hemant Lenka
BJP

BJP

ଭେଟରାନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେନ ଗୋହାଇନ ଆଜି ଆସାମ ଖାଦ୍ୟ ଓ ସାଧାରଣ ବଣ୍ଟନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଆସାମର ନାଗାଓଁ ଲୋକସଭା ନିର୍ବାଚନ ମଣ୍ଡଳୀରେ ସରକାର ଆରମ୍ଭ କରିଥିବା ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟକ୍ରମକୁ ବିରୋଧ କରି ସେ ଏଭଳି ପଦକ୍ଷେପ ନେଇଛନ୍ତି।

Advertisment

ରାଜେନ ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ଉକ୍ତ ଆସନରେ ଦଳ ଜିତିବା ସଂପୂର୍ଣ୍ଣ ଭାବେ ଅସମ୍ଭବ। ନାଗାଓଁ ଲୋକସଭା ଆସନରୁ ୪ଥର ଜିତିଥିବା ରାଜେନ କହିଛନ୍ତି ଯେ ସେ ସୀମା ନିର୍ଦ୍ଧାରଣ ବିଷୟରେ ବିଶ୍ୱଶର୍ମାଙ୍କ ସହ କଥା ହୋଇଥିଲେ। କିନ୍ତୁ ଆଲୋଚନାରୁ କୌଣସି ପ୍ରକାରର ସକାରାତ୍ମକ ନିଷ୍କର୍ସ ବାହାରି ନଥିଲା। ଦଳର ରାଜ୍ୟ ୟୁନିଟରେ କାହାକୁ ବି ସଂପୂର୍ଣ୍ଣ କ୍ଷମତା ନ ଦିଆଯିବା ଦରକାର ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି, ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ନାଗାଓଁ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେପି ହାତରୁ ଚାଲିଯିବ। ଏଠାରେ ବିଜେପି ଆଉ କେବେ ଜିତି ପାରିବ ନାହିଁ। ଭୌଗଳିକ ପରିବର୍ତ୍ତନ ଯୋଗୁ ଏଠାକାର ଲୋକମାନେ ଭୟଭୀତ।

Advertisment

ଆପଣଙ୍କ(ବିଶ୍ୱଶର୍ମା) ସହ ଏକାଧିକ ଥର ଆଲୋଚନା ସତ୍ତ୍ୱେ ନାଗାଓଁ ନିର୍ବାଚନ ମଣ୍ଡଳୀକୁ ନେଇ ମୁଁ ଦେଖାଇଥିବା ଭୟ ଓ ଆଶଙ୍କାରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନି।”

ଏ ସଂକ୍ରାନ୍ତରେ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଜଣାଇଥିଲେ। ସେ ନିଜର ପ୍ରସ୍ତାବକୁ ଲିଖିତ ଭାବେ ଦେଖାବାକୁ କହିଥିଲେ ବୋଲି ରାଜେନ କହିଛନ୍ତି।

ସେ କହିଛନ୍ତି, “ସେ ପ୍ରସ୍ତାବ ମାଗିବା ପରେ ମୁଁ ଦିନକ ପରେ ଏହା ଦେଇଥିଲି। କିନ୍ତୁ କୌଣସି ପ୍ରକାରର ସକାରାତ୍ମକ ନିଷ୍କର୍ସ ମିଳି ନଥିଲା। ମୋ ସହ ଧୋକା ହେଲା ଭଳି ମନେ ହେଉଥିଲା।

ମୋ ଭଳି ଜଣେ ବରିଷ୍ଠ ନେତାଙ୍କୁ ନିଜ ଦଳର ଲୋକମାନେ ଅଣଦେଖା କରିବା ମୋତେ କଷ୍ଟ ଦେଇଥିଲା। କାରଣ ମୁଁ ମୋ ଦଳର ଭଲ କଥା ହିଁ ଚିନ୍ତା କରୁଥିଲି। ମୁଁ ଗଭୀର ଭାବେ ମର୍ମାହତ ହୋଇ ତତ୍କାଳ ଭାବେ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛି।”

Bjp Assam