ବିଜେପି ଭୋଟ ବଢ଼ିଛି, ଗୁଣ୍ଡାରାଜ ଓ ସରକାରୀକଳର ଅପବ୍ୟବହାରକୁ ଲୋକେ ବିରୋଧ କରିଛନ୍ତି : ମନମୋହନ

ସେ କହିଛନ୍ତି, ଲୋକ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି, ଯେତେବେଳେ ସଫା କରନ୍ତି ଝାଡ଼ୁ ମାରି ସଫା କରି ଦିଅନ୍ତି।

BJP State President Manmohan Samal. PhotoOR

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

Niranjan Mishra
  • Published: Saturday, 13 May 2023
  • Updated: 13 May 2023, 05:44 PM IST

Sports

Latest News

ଝାରସୁଗଡ଼ାରେ ବିଜେଡି ପ୍ରାର୍ଥୀ ଜିତିଛନ୍ତି। ହେଲେ ଭୋଟର ଏଠାରେ ଗୁଣ୍ଡାରାଜ ଓ ସରକାରୀକଳ ଅପବ୍ୟବହାରକୁ ବିରୋଧ କରିଥିବା ଦର୍ଶାଇଛନ୍ତି। କାରଣ ଏହି ସମସ୍ୟାକୁ ନେଇ ବିଜେପି ଏଠାରେ ଲଢ଼େଇ କରୁଥିଲା ଓ ଭୋଟର ପୂର୍ବ ନିର୍ବାଚନ ତୁଳନାରେ ଅଧିକ ଭୋଟ ଦେଇଛନ୍ତି। ଝାରସୁଗୁଡ଼ାରେ ପରାଜୟ ନେଇ ଏହି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ସେ କହିଛନ୍ତି, ଓଡ଼ିଶାରେ ପୋଲାରାଇଜେସନ ଆରମ୍ଭ ହୋଇଛି। ଏହା ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳରୁ ଜଳଜଳ ଦିଶିଛି। ଏହା ଓଡ଼ିଶା ପାଇଁ ଶୁଭଙ୍କର। ପୋଲାରାଇଜେସନରେ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ଓଡ଼ିଶାରେ କଂଗ୍ରେସ ସମାପ୍ତ ହେବାକୁ ଯାଉଛି। କାରଣ କଂଗ୍ରେସ ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ୩ ପ୍ରତିଶତ ଭୋଟ ପାଉଛି। ୨୦୨୪ରେ ନିର୍ବାଚନରେ କଂଗ୍ରେସ ୨ ପ୍ରତିଶତରେ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି। ଏହି ପୋଲାରାଇଜେସନରେ ବିଜେଡି-ବିଜେପି ହିଁ ରାଜନୀତି କରିବେ।

Also Read

ରାଜ୍ୟରେ ହେଉଥିବା ଉପନିର୍ବାଚନକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଅନୁଚିତ। ଝାରସୁଗୁଡ଼ା ନିର୍ବାଚନ ଫଳାଫଳର ସମୀକ୍ଷା ହେବ। ଏହା ନିର୍ଯାସ ଅନ୍ୟଜାଗାରେ ପ୍ରୟୋଗ ହେବ। ବିଜେପି ବହୁ ଉତ୍ଥାନ ପତ୍ତନ ଦେଖିଛି। ଦଳ ପୁଣି ଆଗକୁ ଉଠିବ। ଝାରସୁଗୁଡ଼ାରେ ବହୁ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ବିଜେପି ନିର୍ବାଚନ ଲଢୁଥିଲା ଏବଂ ଏକ ସମ୍ମାନଜନକ ଭୋଟ ପାଇଛି।

ପ୍ରତିକୂଳ ପରିସ୍ଥିତିରେ ବିଜେପି ନିର୍ବାଚନ ଲଢ଼ୁଥିଲା। ଗୁଣ୍ଡାରାଜ ଓ ସରକାରୀ କଳର ଅପବ୍ୟବହାର ବିରୋଧ କରୁଥିବା ପ୍ରାୟ ୫୮ ହଜାର ଭୋଟର ବିଜେପିକୁ ଭୋଟ ଦେଇଛନ୍ତି। ପରିଶ୍ରମ କେବେ ବୃଥା ଯାଏନି। ପରିଶ୍ରମର ନିଶ୍ଚୟ ମୂଲ୍ୟ ରହିଛି। ଝାରସୁଗୁଡ଼ାରେ ବିଜେପିର ଭୋଟହାର ବହୁତ ବଢ଼ିଛି। ଜିରୋରୁ ହିରୋ ହେବା ବିଜେପି ଦେଖିଛି ଓ କରିଛି। ଆଗାମୀ ଦିନରେ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମର ଫଳ ନିଶ୍ଚୟ ଫଳିବ। 

୧୯୮୯ ମସିହାରେ ବିଜୁ ପଟ୍ଟନାୟକ ଯେତେବେଳେ ସାଧାରଣ ନିର୍ବାଚନରେ ୧୦ଟା ସିଟ୍ ପାଉ ନ ଥିଲେ, ଉପନିର୍ବାଚନରେ ୧୨୩ ସିଟ୍ ପାଇଥିଲେ। ତଥାପି ୧୯୯୫ରେ ସେ କ୍ଷମତା ଲଢ଼େଇରେ ହାରିଥିଲେ। ୧୯୯୭ ଉପନିର୍ବାଚନମାନଙ୍କରେ ବିଜୁ ବାବୁ ବିଜୟୀ ହେଉଥିଲେ। ହେଲେ ୨୦୦୦ରେ ବିଜେପି-ବିଜେଡି ସରକାର ହୋଇଥିଲା। ଲୋକ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି, ଯେତେବେଳେ ସଫା କରନ୍ତି ଝାଡ଼ୁ ମାରି ସଫା କରି ଦିଅନ୍ତି। ବିଜେପି ଏହି ଦିନଗୁଡ଼ିକୁ ଦେଖିଛି, ଅନୁଭବ ଓ ଅଭିଜ୍ଞତା ରହିଛି। ଆଗକୁ ନିର୍ବାଚନ ହେଲେ ଲଢ଼ିବାକୁ ଆମେ ପ୍ରସ୍ତୁତ ବୋଲି ମନମୋହନ କହିଛନ୍ତି।

ଏଥିସହ ସେ ବିଜୟୀ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସମେତ ପରାଜିତ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos