Advertisment

ପାଟକୁରାରେ ବୈଜୟନ୍ତଙ୍କ ବିଶାଳ ରୋଡ଼ ଶୋ’

ଏହି ରାଲିରେ ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ାଙ୍କ ସହ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି

ଜମୁଛି ନିର୍ବାଚନୀ ପ୍ରଚାର । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ ଫକିରାବାଦ ବଜାରରୁ ଆରମ୍ଭ ହୋଇଛି ବିଜେପିର ବିଶାଳ ଜନସମ୍ପର୍କ ଯାତ୍ରା। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ଜୋରଦାର ପ୍ରଚାର। ଏହି ମୋଟର ସାଇକେଲ ରାଲିରେ ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ାଙ୍କ ସହ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି। 

Advertisment
Baijayant Panda Odisha