Advertisment

ଲକ୍ଷ୍ନୌ ଗସ୍ତରେ ବୈଜୟନ୍ତ ପଣ୍ଡା

୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏ ୪୦୦ ପାର୍‌ ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କୁ ୧୦୧ ଲୋକସଭା ଆସନର ଗୁରୁଦାୟିତ୍ୱ କେନ୍ଦ୍ର ନେତୃବୃନ୍ଦ ଦେଇଛନ୍ତି। ସେହି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବୈଜୟନ୍ତ ମାରାଥନ୍‌ ବୈଠକ କରି ପ୍ରାର୍ଥୀ ଚୟନ ଓ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

BJP ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଓ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଲକ୍ଷ୍ନୌ ଗସ୍ତରେ ଯାଉଛନ୍ତି। ଉତ୍ତର ପ୍ରଦେଶରେ ଅବଶିଷ୍ଟ ୨୮ଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ଲକ୍ଷ୍ନୌ ଅଭିମୁଖେ ଯାଉଛନ୍ତି।

Advertisment

୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏ ୪୦୦ ପାର୍‌ ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କୁ ୧୦୧ ଲୋକସଭା ଆସନର ଗୁରୁଦାୟିତ୍ୱ କେନ୍ଦ୍ର ନେତୃବୃନ୍ଦ ଦେଇଛନ୍ତି। ସେହି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବୈଜୟନ୍ତ ମାରାଥନ୍‌ ବୈଠକ କରି ପ୍ରାର୍ଥୀ ଚୟନ ଓ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆଜିର ବୈଠକରେ ଉତ୍ତରପ୍ରଦେଶରେ ଅବଶିଷ୍ଟ ୨୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯିବ। ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀ ଉପସ୍ଥିତ ରହିବେ।

Bjp Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe