Advertisment

ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭିଏତନାମ ଗସ୍ତ କରିଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

Advertisment

ଗୋଟିଏ ସୋଶାଲ ମିଡିଆ ପୋଷ୍ଟରେ ବିଜେପି ଆଇଟି ସେଲ ମୁଖିଆ ଅମିତ ମାଲବ୍ୟ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗକୁ ନେଇ ରାଜନୀତି କରୁଛନ୍ତି।

ମାଲବ୍ୟ କହିଛନ୍ତି, “ଯେତେବେଳେ ପୂରା ଦେଶ ଡ ମନମୋହନ ସିଂହଙ୍କ ବିୟୋଗରେ ଶୋକ ପାଳନ କରୁଛି ସେତେବେଳେ ରାହୁଲ ଗାନ୍ଧି ନୂଆ ବର୍ଷ ପାଳନ କରିବା ପାଇଁ ଭିଏତନାମ ଚାଲି ଯାଇଛନ୍ତି। ରାହୁଲ ଗାନ୍ଧି କେବଳ ଡ ସିଂହଙ୍କ ବିୟୋଗକୁ ରାଜନୀତିକ ରୂପ ଦେଉଛନ୍ତି।”

Advertisment

ତେବେ ଏହାର ଜବାବ କଂଗ୍ରେସ ପକ୍ଷରୁ ଦିଆଯାଇଛି। କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି, “ଟେକ ଡାଇଭର୍ସନ ରାଜନୀତି ସଙ୍ଘିମାନେ କେବେ ବନ୍ଦ କରିବେ? ମୋଦି ଯେଉଁ ଭଳି ଡ ସାହେବଙ୍କ ଅନ୍ତିମ ସଂସ୍କାର ପାଇଁ ଯମୁନା କୂଳରେ ସ୍ଥାନ ଦେଲେ ନାହିଁ ଓ ତାଙ୍କ ମନ୍ତ୍ରୀମାନେ ଯେଉଁଭଳି ଭାବେ ଡ ସାହେବଙ୍କ ପରିବାରକୁ କୋଣଠେସା କଲେ, ତାହା ଅତ୍ୟନ୍ତ ଲଜ୍ଜାଜନକ। ଯଦି ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ଯାତ୍ରା କଲେ, ତା’ହେଲେ ଆପଣଙ୍କର କ’ଣ ସମସ୍ୟା ହେଉଛି? ନବ ବର୍ଷରେ ସୁସ୍ଥ ହୋଇଯାଅ।”

ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା। ପରିବାର ଲୋକଙ୍କ ଗୋପନୀୟତାକୁ ସମ୍ମାନ ଜଣାଇ ଗାନ୍ଧି ପରିବାରର କୌଣସି ସଦସ୍ୟ ସେଠାରେ ଉପସ୍ଥିତ ନଥିବା କଂଗ୍ରେସ କହିଥିଲା।

ଏଥିସହ ଶ୍ରୀ ସିଂହଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଂଗ୍ରେସର ନେତାମାନେ ଏ ସମ୍ପର୍କରେ କଥା ହୋଇଥିବା ଦଳ ପକ୍ଷରୁ କୁହାଯାଇଥିଲା। ତଥାପି ଏହାକୁ ପ୍ରସଙ୍ଗ କରି ବିଜେପି ଗାନ୍ଧି ପରିବାରକୁ ଘେରିବାରେ ଲାଗିଛି।

Bjp Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe