Advertisment

ପ୍ରିୟଙ୍କା ଗାନ୍ଧିଙ୍କ ‘୫୦% କମିସିନ’ ଦାବିକୁ ବିଜେପିର ବିରୋଧ, କାର୍ଯ୍ୟାନୁଷ୍ଠାନ ଧମକ

ପ୍ରିୟଙ୍କା ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା କଂଗ୍ରେସ ଠାରୁ ପ୍ରମାଣ ମାଗିଛନ୍ତି।

Priyanka

Priyanka

Advertisment

ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାର ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାର ୫୦% କମିସିନରେ ଲିପ୍ତ ଥିବା ପ୍ରିୟଙ୍କା କହିବା ପରେ ଚିହିଁକି ଉଠିଛି ବିଜେପି। ଏଥିସହ ପ୍ରିୟଙ୍କାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଧମକ ମଧ୍ୟ ଦେଇଛି।

Advertisment

ପ୍ରିୟଙ୍କା ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା କଂଗ୍ରେସ ଠାରୁ ପ୍ରମାଣ ମାଗିଛନ୍ତି। ଯଦି କଂଗ୍ରେସ ପ୍ରମାଣ ଦେଖାଇ ପାରିବ ନାହିଁ, ତା’ହେଲେ ଦଳ ଓ ସରକାର ପାଖରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାର ବିକଳ୍ପ ରହିଥିବା ସେ ଚେତାବନୀ ଦେଇଛନ୍ତି।

ରାଜ୍ୟ ବିଜେପି ମୁଖ୍ୟ ଭିଡି ଶର୍ମା ମଧ୍ୟ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ସୋଶାଲ ମିଡିଆରେ ନକଲି ଚିଠି ପୋଷ୍ଟ କରି ଭିତ୍ତିହୀନ ଅଭିଯୋଗ ଆଣିଥିବା କହିଛନ୍ତି।

Advertisment

ତେବେ ରାଜ୍ୟ କଂଗ୍ରେସ କହିଛି ଯେ ବିଜେପି ନେତୃତ୍ୱାଧୀନ ସରକାର ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣ ସମସ୍ତ ସାମ୍ନାକୁ ଆସିବ। ଏଥିସହ ଶାସକ ଦଳ ରାଜ୍ୟରେ ରାଜନୀତିକ ଆତଙ୍କ ସୃଷ୍ଟି କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଶୁକ୍ରବାର ପ୍ରିୟଙ୍କା ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଗୋଟିଏ ପୋଷ୍ଟ କରି କହିଥିଲେ ଯେ ମଧ୍ୟପ୍ରଦେଶର କଣ୍ଟ୍ରାକ୍ଟରମାନେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ। ସେମାନେ ଠିକାକାମ ପାଇଁ ୫୦% କିମସିନ ଦେବା ପରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଖର୍ଚ୍ଚ ବାବଦ ଅର୍ଥ ମିଳୁଛି।

କର୍ଣ୍ଣାଟକାରେ ଥିବା ଦୁର୍ନୀତିଗ୍ରସ୍ତ ବିଜେପି ସରକାର ୪୦% କମିସିନ ନେଉଥିଲା। ମଧ୍ୟପ୍ରଦେଶରେ ବିଜେପି ଆଉ ପାଦ ଆଗେଇ ଦୁର୍ନୀତିରେ ନିଜ ରେକର୍ଡ ଭାଙ୍ଗିଛି। କର୍ଣ୍ଣାଟକାର ଲୋକମାନେ ୪୦% କମିସିନ ସରକାରକୁ ବିଦା କରିଛନ୍ତି। ଏବେ ମଧ୍ୟପ୍ରଦେଶର ଲୋକମାନେ ୫୦% କମିସିନ ସରକାରକୁ କ୍ଷମତାରୁ ବିଦା କରିବେ ବୋଲି ପ୍ରିୟଙ୍କା କହିଥିଲେ।

ପ୍ରିୟଙ୍କାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ରା କହିଛନ୍ତି, ଖରାପ ମାନସିକତା ରଖି ମଧ୍ୟପ୍ରଦେଶରେ କଂଗ୍ରେସ ରାଜନୀତିକ ଖେଳ ଖେଳୁଛି। ପ୍ରଥମେ ରାହୁଲ ଗାନ୍ଧି ମିଛ କହି ଧରା ପଡ଼ିଥିଲେ। ଏବେ ପ୍ରିୟଙ୍କା ଗାନ୍ଧି ମିଥ୍ୟା ଟ୍ୱିଟ କରି ଧରାପଡ଼ିଛନ୍ତି। ପ୍ରିୟାଙ୍କାଜୀ ଆପଣ ନିଜ ଦାବିର ପ୍ରମାଣ ଦିଅନ୍ତୁ।

ନଚେତ ଆମ ପାଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିକଳ୍ପ ରହିଛି। ପ୍ରିୟଙ୍କା ଯେଉଁ ବ୍ୟକ୍ତି ବା କଣ୍ଟ୍ରାକ୍ଟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିବା ଦାବି କରୁଛନ୍ତି, ତାଙ୍କ ନାଁ ସାର୍ବଜନୀନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ଚଳିତ ବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି।

Bjp Priyanka Gandhi Vadra MadhyaPradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe