Advertisment

ନୀତୀଶ କୁମାରଙ୍କ ଦମ୍ଭୋକ୍ତି: ୨୦୨୪ରେ ବିଜେପି ବିହାରରୁ ସଫା ହୋଇଯିବ

ଆସନ୍ତା ଲୋକସଭା ନିର୍ବାଚନରେ କ’ଣ ବିଜେପି ହାରିବ ବୋଲି ପ୍ରଶ୍ନରେ ନୀତୀଶ କୁମାର ସଂପୂର୍ଣ୍ଣ ଭାବେ ଓ ନିଶ୍ଚିତ ବୋଲି ସେ କହିଛନ୍ତି।

author-image
Hemant Lenka
Nitish Kumar

Nitish Kumar

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିହାରରୁ ସଂପୂର୍ଣ୍ଣ ଭାବେ ମୂଳପୋଛ ହୋଇଯିବ ବୋଲି ଦମ୍ଭୋକ୍ତି କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କୁମାରଙ୍କ କହିବା କଥା ଯେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ଗଠନ କରିବା ପରେ ବିଜେପ ଆତଙ୍କିତ ହୋଇପଡ଼ିଛି। ବିରୋଧୀଙ୍କ ଏକତା ବିଜେପିର ସମସ୍ୟା ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି।

Advertisment

ଆସନ୍ତା ଲୋକସଭା ନିର୍ବାଚନରେ କ’ଣ ବିଜେପି ହାରିବ ବୋଲି ପ୍ରଶ୍ନରେ ନୀତୀଶ କୁମାର ସଂପୂର୍ଣ୍ଣ ଭାବେ ଓ ନିଶ୍ଚିତ ବୋଲି ସେ କହିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେଉଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ସମାଲୋଚନା କରିଥିଲେ। ଏଥିସହ ୨୦୨୪ରେ ବିଜେପି ଓ ଏନଡିଏ ରେକର୍ଡ ସଂଖ୍ୟକ ସିଟ ଜିତି ପୁଣି ସରକାର ଗଠନ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ।

ଆଜି ନୀତୀଶ କୁମାର କହିଛନ୍ତି, “ ଦେଶର ଭଲ ପାଇଁ ଆମେ ସମସ୍ତେ ହାତ ମିଳାଇଛୁ। ସେମାନେ(ବିଜେପି) ଜାଣି ନାହାନ୍ତି ଯେ କିଛି ଦଳ ଭୟରେ ଏବେ ସେମାନଙ୍କ ସହ ରହିଛନ୍ତି। ମୁଁ ସେହି ଦଳଗୁଡ଼ିକର ନାଁ ନେବି ନାହିଁ।  କିନ୍ତୁ ଏହି ଦଳଗୁଡ଼ିବ ନିର୍ବାଚନ ଘୋଷଣା ହେବା ମାତ୍ରେ ଆମ ପାଖକୁ ଆସିବେ। ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀ ସେମାନଙ୍କ କାମ କରିଛନ୍ତି। ଆଗକୁ ସବୁ କିଛି ସ୍ପଷ୍ଟ ହେବ।”

Advertisment

ଅନାସ୍ଥା ପ୍ରସ୍ତାବ ବିତର୍କର ପ୍ରଥମ ଦୁଇ ଦିନ ପ୍ରଧାନମନ୍ତ୍ରୀ ମୋଦି ସଂସଦକୁ ଆସି ନଥିଲେ। ଏହାକୁ ନୀତୀଶ କୁମାର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଗୃହ ଚାଲିଛି। କିନ୍ତୁ ଲୋକମାନେ ଏଣେତେଣେ ବୁଲିବାରେ ବ୍ୟସ୍ତ। ଅଟଳ ବିହାରୀ ବାଜେପୟୀ ଯେତେବେଳେ କ୍ଷମତାରେ ଥିଲେ ଓ ମୁଁ ତାଙ୍କର ଜଣେ ମନ୍ତ୍ରୀ ଥିଲି ସେତେବେଳେ ଆମେ ଗୃହରେ ଉପସ୍ଥିତ ରହିବା ଉପରେ ଫୋକସ କରୁଥିଲୁ।

ଦେଶବାସୀଙ୍କୁ ଯଦି ଆପଣ ପଚାରିବେ, ତା’ହେଲେ ସେମାନେ କହିବେ ଯେ ବିଜେପି କେବଳ ପ୍ରଚାର ଓ ବିଜ୍ଞାପନରେ ଫୋକସ କରେ। କ’ଣ ଆପଣ କିଛି ବିକାଶମୂଳକ କାର୍ଯ୍ୟକ୍ରମ ଦେଖୁଛନ୍ତି?”

India PM Modi Nitish Kumar