ଆସନ୍ତାକାଲି ସୁଦ୍ଧା ଉତ୍ତର ନ ମିଳିଲେ ବିଜେପି ପାଳିବ ଭ୍ରଷ୍ଟାଚାର ଦିବସ

ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବିଜେପି।

prithviraj harichandan PhotoOR

ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ

Niranjan Mishra
  • Published: Saturday, 04 March 2023
  • Updated: 04 March 2023, 04:42 PM IST

Sports

Latest News

ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବିଜେପି। ଏନେଇ ଆଜି ରାଜ୍ୟ ବିଜେପି ଅଫିସ୍‌ରେ ପ୍ରେସ୍‌ମିଟ୍ କରି ସୂଚନା ଦେଇଛନ୍ତି ଦଳୀୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରି ଏହାର ଉତ୍ତର ଦାବି କରିଛନ୍ତି। ଉତ୍ତର ନମିଳିଲେ ବିଜେପି ଆସନ୍ତାକାଲି ବିଜୁ ଜୟନ୍ତୀକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ ବୋଲି କହିଛନ୍ତି।

ସେ କହିଛନ୍ତି, ମାର୍ଚ୍ଚ ୫କୁ ବିଜେଡି ସରକାର ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଭାବେ ପାଳନ କରାଗଲେ କିଛି ଅସୁବିଧା ନାହିଁ। ବିଜେପି ଏହାକୁ ସ୍ୱାଗତ କରିବ। ହେଲେ ପଞ୍ଚାୟତିରାଜ ବ୍ୟବସ୍ଥାର ଆତ୍ମାକୁ ଧ୍ୱଂସ କରି ପଞ୍ଚାୟତିରାଜ ଦିବସ ପାଳନ ନୂଆ ଡ୍ରାମା କରାଯାଉଛି। ସମଗ୍ର ଦେଶ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରୁଥିବା ବେଳେ ଓଡ଼ିଶାରେ ଏହି ଦିବସକୁ କ୍ଷମତାରେ ଥିବା ବିଜେଡି ସରକାର ନିଜ ମନ ମୁତାବକ ମାର୍ଚ୍ଚ ୫ ତାରିଖରେ ପାଳନ କରୁଛି। ଯେଉଁଦିନ ୭୩ତମ ଅମେଣ୍ଡମେଣ୍ଟ ହୋଇଥିଲା ଓ ପଞ୍ଚାୟତିରାଜ ଦିବସର ସୃଷ୍ଟି ହୋଇଥିଲା ତାହା ହେଉଛି ଏପ୍ରିଲ ୨୪। ଓଡ଼ିଶାକୁ ବାଦ୍‌ ଦେଇ ଆମ ଦେଶର ସମସ୍ତ ରଜ୍ୟ ଏହି ଦିନ ପଞ୍ଚାୟତିରାଜ ଦିବସ ପାଳନ କରୁଛନ୍ତି।

Also Read

ଅନ୍ୟପଟେ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ଯେଉଁ ନିତି ନିର୍ଦ୍ଧାରଣ ହୋଇଥିଲା, ତାହାକୁ ମଧ୍ୟ ପାଳନ କରାଯାଉନାହିଁ। ଗ୍ରାମ ସଭା ଓ ପଲ୍ଲୀସଭା କାର୍ଯ୍ୟକାରୀ କରି ତ୍ରିସ୍ତରୀୟ ଶାସନ ବ୍ୟବସ୍ଥାକୁ ମଜଭୂତ କରିବା ନିମନ୍ତେ ଭାରତ ସରକାରଙ୍କ ଉଦ୍ୟମକୁ ବିଜେଡି ସରକାର ତାଲା ପକାଇବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାର ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ କରିଥିବା ଭ୍ରଷ୍ଟାଚାର ସର୍ବଶ୍ରେଷ୍ଠ ସ୍ତରରେ ପହଞ୍ଚିଛି। ପଞ୍ଚାୟତର ସାଧାରଣ ଲୋକେ ସେମାନଙ୍କ ଅଞ୍ଚଳର ଉନ୍ନତିକରିବା ନିମନ୍ତେ ଯେଉଁ ଭୂମିକା ନେଉଥିଲେ ତାହାକୁ ତାଲା ପକାଇ ଦିଆଯାଇଛି। ସମସ୍ତ ପ୍ରକାର ପ୍ରକଳ୍ପ ଓ ରୂପାୟନର ନିଷ୍ପତ୍ତି ଲୋକେ ନେଇପାରୁନାହାନ୍ତି। ପିସି କାରବାର ନିମନ୍ତେ ବିଧାୟକମାନେ ଏହି ସବୁ କ୍ଷମତା ନିଜ ହାତକୁ ନେଇ ଯାଇଛନ୍ତି ବୋଏ ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।

ସେହିପରି ସେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ ପ୍ରଶ୍ନ ପଚାରି ଉତ୍ତର ଦାବି କରିଛନ୍ତି। ସେଗୁଡ଼ିକ ହେଲା-

- ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି କିଏ କରୁଛି? ଆଜି ପର୍ଯ୍ୟନ୍ତ ନୂଆ ତାଲିକା କାହିଁକି ତିଆରି ହୋଇ ପାରୁନି? ୨୦୧୮ ମସିହା ଶେଷରୁ ଏ ପର୍ଯ୍ୟନ୍ତ କୌଣସି ଜଣେ ଗରିବଙ୍କୁ ପକ୍କାଘର ଯୋଗାଇ ଦିଆଯାଇନାହିଁ କାହିଁକି?

- ଏନ୍‌ଆରଇଜିଏ ଦୁର୍ନୀତି କାହିଁକି ହେଉଛି? ଫଲସ୍ ବିଲ କିଏ କରୁଛି? କାହା ପକେଟକୁ ସେ ଟଙ୍କା ଯାଉଛି? ସେହିପରି ଜବ୍ କାର୍ଡ ଦୁର୍ନୀତି କାହିଁକି ହେଉଛି ? ପ୍ରତିଷ୍ଠିତ ତଥା ମୂଲମଜୁରୀ କରୁନଥିବା ପରିବାର ନାମରେ ଜବ୍ କାର୍ଡ କାହିଁକି ଜାରି ହେଉଛି? ପ୍ରକୃତ ଲୋକ ଜବ କାର୍ଡ କାହିଁକି ପାଉନି?ଠିକାଦାର, ଜିଆରଏସ୍‌, ପିଇଓଙ୍କ ପାଖରେ ଜବ କାର୍ଡ ବନ୍ଧା ପଡ଼ିଛି କାହିଁକି? ମେସିନ୍ ଲଗାଇ କାହିଁକି କାମ କରାଯାଉଛି? କେତେଦିନ ଭିତରେ ଏହି ଦୁର୍ନୀତି ବନ୍ଦ ହେବ?

- ପଂଚାୟତକୁ ଆସୁଥିବା କେନ୍ଦ୍ର ସରକାରଙ୍କ ସିଏଫସି(ସେଣ୍ଟ୍ରାଲ ଫାଇନସ କମିଶନ) ଟଙ୍କା କୁଆଡେ ଯାଉଛି? ସିଏଫସି ଟଙ୍କାକୁ କାହିଁକି ରି’ ବ୍ରାଣ୍ଡିଂ କରୁଛନ୍ତି ସରକାର? ସେ ଟଙ୍କା ଅନ୍ୟ କ୍ଷେତ୍ରରେ କାହିଁକି ବ୍ୟବହାର କରାଯାଉଛି? ପଞ୍ଚାୟତର ବିକାଶ ନିମନ୍ତେ ଦିଆଯାଉଥିବା ଏହି ଅର୍ଥରୁ ୭୫କୁ ବ୍ଲକସ୍ତରକୁ ରି’ ବ୍ରାଣ୍ଡି କରି ବିଧାୟକମାନେ ମନଇଚ୍ଛା ଖର୍ଚ୍ଚ କରିବା ନିମନ୍ତେ ଓଡ଼ିଶା ସରକାର କାହିଁକି ପ୍ରୟାସ କରୁଛନ୍ତି? ଏହା ଦ୍ୱାରା ନିତିନିୟମକୁ ହତ୍ୟା କରାଯାଉଛି ନା ନାହିଁ?

- ରାସନ କାର୍ଡରେ ୨୦ ପ୍ରତିଶତ ଲୋକ ଅଯୋଗ୍ୟ ରହିଛନ୍ତି। ସେମାନେ କେମିତି ଆସିଲେ? ରାସନ କାର୍ଡରେ ଜାଲିଆତି କିପରି ହେଉଛି? ଯୋଗ୍ୟ ହିତାଧିକାରୀ କାହିଁକି ରାସନ କାର୍ଡ ପାଉନାହାନ୍ତି? ୨ ଲକ୍ଷ ଜାଲି ରାସନ କାର୍ଡ କାହିଁକି ବ୍ୟବହାର କରାଯାଉଛି?

- ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପିସି କାରବାର ହେଉଛି। ଏହି ପିସିର ୫ ପ୍ରତିଶତ ସ୍ଥାନୀୟ ବିଜେଡି ବିଧାୟକ ନେଉଛନ୍ତି। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଓ ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ଅଛନ୍ତି। ପରସେଣ୍ଟେଜ୍ ନେବା ପାଇଁ ଜେଇଙ୍କ ନାଁ’ରେ କାମ ହେଉଛି। ପଲ୍ଲୀସଭା ଓ ଗ୍ରାମସଭାକୁ କାହିଁକି ବନ୍ଦ କରି ଦେଇଛନ୍ତି ସରକାର?

ଆସନ୍ତାକାଲି ସୁଦ୍ଧା ସରକାର ଏହି ପ୍ରଶ୍ନର ସଠିକ୍ ଉତ୍ତର ନ ଦେଲେ ବିଜେପି ଆସନ୍ତାକାଲିକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ। ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିର ଦୁର୍ନୀତି ହେଉଛି। ପଞ୍ଚାୟତିରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡି ଯାଇଛି। ତାକୁ ବିରୋଧ କରି ବିଜେପି ରାଜ୍ୟର ୩୧୪ ଗୋଟି ବ୍ଲକ ଆଗରେ ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ। ହାତରେ କଳା କପଡା ବାନ୍ଧି ବିରୋଧ ପ୍ରଦର୍ଶନ କରିବେ ବିଜେପି ନେତା ଓ କର୍ମୀ। ଏକ ଦୁର୍ନୀତିମୁକ୍ତ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପର୍ଯ୍ୟନ୍ତ ବିଜେପି ମାର୍ଚ୍ଚ ୫କୁ କଳାଦିବସ ଭାବେ ପାଳନ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story