Advertisment

ଦୁର୍ନୀତିକୁ ମୁଦ୍ଦା କରି ଆଜିଠୁ ସମସ୍ତ ବ୍ଲକ ଘେରାଉ କରିବ ବିଜେପି

ବିଜେପିର ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଦ୍ୟତନ ହୋଇଛି
BjP

BjP

Advertisment

ରାଜ୍ୟରେ ଦୁର୍ନୀତିକୁ ମୁଦ୍ଦା କରି ରାଜରାସ୍ତାକୁ ଓହ୍ଲାଇବ ବିଜେପି। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଆଜିଠୁ ୧୮ ତାରିଖ ଯାଏଁ ରାଜ୍ୟର ସମସ୍ତ ବ୍ଲକ୍ ଘେରାଉ ବିଜେପି।

Advertisment

ବିଜେପିର ଅଭିଯୋଗ ହେଉଛି, ଓଡ଼ିଶାରେ ପିସି କାରବାର ଚାଲିଛି। ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ଗତ ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ତେବେ ଗ୍ରାମାଞ୍ଚଳ ବିକାଶ ପାଇଁ ଯାଇଥିବା ଅର୍ଥ ହରିଲୁଟ କରାଯାଉଛି ଓ ଏ ଅର୍ଥରେ ବିଜେଡି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଥିବା ଦଳ ଅଭିଯୋଗ କରିଛି।

ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି, ହିତାଧିକାରୀଙ୍କ ନାମକୁ ବାରମ୍ବାର ପରିବର୍ତ୍ତନ କରି  ହଜାର ହଜାର କୋଟି ଟଙ୍କା ଦୁର୍ନୀତି କରୁଛନ୍ତି। ବିଧବା ଭତ୍ତା ପ୍ରଦାନ କରିବା କ୍ଷେତ୍ରରେ ଲାଞ୍ଚ ନେଉଛନ୍ତି। ରାଜ୍ୟରେ ଦୁର୍ନୀତିକୁ ମୁଦ୍ଦା କରି ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛୁ। 

Advertisment

ତେବେ ବିଜେପିର ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe