Advertisment

ବିଧାନସଭାରେ ନବ ଦାସ ହତ୍ୟାକାଣ୍ଡର ଗୁମର ଖୋଲିବି: ଜୟନାରାୟଣ

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡି-ବିଜେପି ମିଶିକି ଅଛନ୍ତି। ଆଇନଶୃଙ୍ଖଳାକୁ ନେଇ ଉଭୟ ଦଳ ରାଜନୀତି କରୁଛନ୍ତି।

ଅଦ୍ୟତନ ହୋଇଛି
LoP Jayanarayan Mishra

LoP Jayanarayan Mishra

Advertisment

ବିଧାନସଭାର ଆଗାମୀ ଅଧିବେଶନରେ ନବ ଦାସ ହତ୍ୟାକାଣ୍ଡ ମାମଲାର ଗୁମୁର ଖୋଲାଯିବ ଓ ବିଜେଡି ସରକାରକୁ ଏକ୍ସପୋଜ କରାଯିବ। ରାଜ୍ୟ ସରକାର ଓ ବିଜେଡିକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଜି ଏହି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ପଛରେ ଅନେକ ରହସ୍ୟ ରହିଛି । ଅଭିଯୁକ୍ତଙ୍କୁ ଖସେଇ ଦେବାକୁ ପୁଲିସ ଚେଷ୍ଟା କରୁଛି। ମୋତେ ମ୍ୟାନେଜ ନ କରି ପାରିବାରୁ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଇଛି । ମୁଁ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ସେମାନେ ଭୟବିତ ହୋଇ ଯାଇଛନ୍ତି। ସରକାରୀ ଦାୟିତ୍ୱହୀନତାକୁ ନେଇ ବିକ୍ଷୋଭ ବେଳେ ପୁଲିସ ସହ ମୁହାଁମୁହିଁ ହେବା ଏକ ସାମାନ୍ୟ କଥା। ଏହାକୁ ବିଜେଡି କାହିଁକି ବଡ଼ ରୂପ ଦେଉଛି ? ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ଡ଼ିବେଟ ପାଇଁ ପ୍ରସ୍ତୁତ। ବିଧାନସଭାରେ ବି ଯଦି ମୋ ବିଷୟ ସେମାନେ ଉଠେଇବେ ମୁଁ ଆଲୋଚନା ପାଇଁ ପ୍ରସ୍ତୁତ ଅଛି। କୋର୍ଟକୁ ମାମଲା ଗଲେ ଏନେଇ ସେ ନିଜର ପକ୍ଷ ରଖିବେ। ବିଧାନସଭାରେ ଏବେ ବିଜେପିର ସଦସ୍ୟ ସଂଖ୍ୟା ମାତ୍ର ୨୨ ରହିଛି, ଯେତେବେଳେ କି ବିଜେଡିର ୧୦୦ରୁ ଅଧିକ ସଦସ୍ୟ ଅଛନ୍ତି। ବିଜେପିର ଶକ୍ତି ସୀମିତ, ତଥାପି ରାଜ୍ୟବାସୀଙ୍କ ସମସ୍ୟା ନେଇ ବିଧାସଭାରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ କହିଛନ୍ତି।

Advertisment

ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବନି ବୋଲି କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମତାମତକୁ ବିଜେଡି ସମାଲୋଚନା କରୁଥିବା ଉପରେ ଜୟନାରାୟଣ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେତିକି ଅର୍ଥ ମିଳୁଛି ସେତିକି ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି। ତେଣୁ ବହୁ ଅର୍ଥ ଫେରି ଯାଉଛି। ସରକାରୀ କଳରେ ଅବ୍ୟବସ୍ଥା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକ ଅର୍ଥ ମିଳିଲେ ଏ ସରକାର ଖର୍ଚ୍ଚ କରିପାରିବନି ବୋଲି ଜୟନାରାୟଣ କହିଛନ୍ତି।

ଅନ୍ୟପଟେ ନବଦାସ ହତ୍ୟାକାଣ୍ଡ ମାମଲା ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓଡ଼ିଶାକୁ ମିଳିବା ଉଚିତ। ବିଜେଡି ଏଠାରେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବ କହୁଛି, ବାହାରେ କାହିଁକି କହୁନି। ବିଜେଡି-ବିଜେପି ମିଶିକି ଅଛନ୍ତି, ତେଣୁ ବିଜେଡି ପ୍ରସଙ୍ଗ ଉପସ୍ଥାପନ କରୁନି। ଆଇନଶୃଙ୍ଖଳାକୁ ନେଇ ଉଭୟ ଦଳ ରାଜନୀତି କରୁଛନ୍ତି। କେବଳ କର୍ମୀଙ୍କ ଭିତରେ ଲଢେଇ ହେଉଚି, ଦିଲ୍ଲୀରେ ମିଶିକି ଅଛନ୍ତି। ନବ ଦାସ ହତ୍ୟାକାଣ୍ଡ ଆମେ ବିଧାନସଭାରେ ଉଠାଇବୁ। ପଦମପୁରକୁ ଜିଲ୍ଲା ପାଇଁ ଘୋଷଣା କରି ଆସିଥିଲେ ମୁଖ୍ୟମନ୍ତ୍ରୀ। ଖାଲି ପଦମପୁର କାହିଁକି, ଯେଉଁଠି ଦାବି ହେଉଛି ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳକୁ ଜିଲ୍ଲା ଘୋଷଣା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Advertisment

ଏହାର ଜବାବରେ ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି, ବିଧାନସଭାରେ ବିରୋଧୀ ଯାହା ଉଠେଇବେ, ଆମେ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ରାଜନୀତିରେ ଶାଳୀନତା ରହିବା ଦରକାର।

Odisha Politics Bjp Protest Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe