ଚିନ୍ତନ ବୈଠକରେ ରୋଡମ୍ୟାପ୍ ଚୂଡ଼ାନ୍ତ : ସାଲିସ୍ ନୁହେଁ ଏଥର ଜିତିବା ପାଇଁ ଲଢ଼ିବ ବିଜେପି

ଆଗାମୀ ସାଧାରଣ ନିର୍ବାଚନରେ ଜିତିବା ପାଇଁ ଦଳ ଲଢ଼େଇ କରିବ। ଏନେଇ ରାଉରକେଲାରେ ଅନୁଷ୍ଠିତ ଦଳର ଚିନ୍ତନ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

Aparajita Sarangi PhotoOR

ସାଂସଦ ଅପରାଜିତା ଷଡ଼ଙ୍ଗୀ

Ordigital Desk
  • Published: Friday, 05 January 2024
  • Updated: 05 January 2024, 09:20 PM IST

Sports

Latest News

କୌଣସି ରାଜନୀତିକ ଦଳ ସହ ସାଲିସ୍ କରାଯିବ ନାହିଁ। ଆଗାମୀ ସାଧାରଣ ନିର୍ବାଚନରେ ଜିତିବା ପାଇଁ ଦଳ ଲଢ଼େଇ କରିବ। ଏନେଇ ରାଉରକେଲାରେ ଅନୁଷ୍ଠିତ ଦଳର ଚିନ୍ତନ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚିନ୍ତନ ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦଳର ୪୦ଜଣ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଥିଲେ। ରୋଡମ୍ୟାପ୍ ଚୂଡ଼ାନ୍ତ ହୋଇଛି। କେଉଁ ବିଷୟକୁ ନେଇ କାମ କରିବୁ ତାହା ସ୍ଥିର ହୋଇଛି। ଓଡ଼ିଶାରେ କୌଣସି ରାଜନୀତିକ ଦଳ ସହ ସାଲିସ ଓ ମେଂଟ କରାଯିବାର ପ୍ରଶ୍ନ ଉଠୁନାହିଁ। ଦଳ ଜିତିବା ପାଇଁ ଏଥର ଲଢ଼େଇ କରିବ । ଆତ୍ମବିଶ୍ୱାସର ସହ ଏଥର ଲଢ଼େଇକୁ ଯାଉଛୁ।

ସମସ୍ତ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେବ। ଲୋକଙ୍କ ସହ ସମ୍ପର୍କ ଓ ଲୋକଙ୍କ ସାଙ୍ଗରେ ରହି କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ୪ଟି ଜାତି ଉପରେ ପ୍ରଧାନମନ୍ତ୍ରୀ କହୁଛନ୍ତି। ଚାଷୀ,ମହିଳା,ଯୁବ ଓ ଗରିବ ଉପରେ ଧ୍ୟାନକେନ୍ଦ୍ରିତ କରିବୁ। ସେମାନଙ୍କ ସହ ଜଡ଼ିତ ହୋଇ ସେମାନଙ୍କ ନିମନ୍ତେ କାମ କରିବାର ଅଛି। ଏଥର ଦଳ ରାଜ୍ୟରେ ସରକାର ଗଢ଼ିବା ସହ ଲୋକସଭାରେ ୧୬ରୁ ଅଧିକ ସିଟ୍ ଆଣିବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି।

Also Read

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଜାରି ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଉରକେଲାରେ ଦୁଇଦିନିଆ ବୈଠକରେ ବିସ୍ତୃତ ଓ ସୁଦୃଢ଼ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଢ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି। ରାଉରକେଲା ବୈଠକରେ ଦଳର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବିଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସହପ୍ରଭାରୀ ବିଜୟପାଲ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଚିନ୍ତନ ବୈଠକରେ ଦଳର ସଂଗଠନ ସମ୍ପାଦକ ବିଏଲ୍ ସନ୍ତୋଷ ଦଳୀୟ ନେତାମାନଙ୍କୁ ଆଗାମୀ ନିର୍ବାଚନରେ ଜୋରଦାର ଢଙ୍ଗରେ ଲଢ଼େଇ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି। ଗତ ନିର୍ବାଚନରେ ୧୦ହଜାରରୁ କମ୍ ବ୍ୟବଧାନରେ ଦଳ ଯେଉଁ ସବୁ ବିଧାନସଭା ଆସନରେ ପରାଜିତ ହୋଇଥିଲା ସେଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଦଳ ନିଷ୍ପତ୍ତି ନେଇଛି। ଏଭଳି ଆସନ ସଂଖ୍ୟା ପ୍ରାୟ ୪୫ଟି ହେବ ବୋଲି ଜଣାପଡ଼ିଛି। ସେହିପରି ପ୍ରାୟ ୧୬ଟି ନିର୍ଦ୍ଦିଷ୍ଟ ଲୋକସଭା ଆସନ ଉପରେ ଦଳ ନଜର ପକାଇଛି।

ଓଡ଼ିଶାରେ ଦଳକୁ ସଫଳତା କିଭଳି ମିଳିବ ସେଥିପାଇଁ କେନ୍ଦ୍ରୀୟ ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବ। ସେମାନେ ବିଭିନ୍ନ ଲୋକସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହି ସଂଗଠନକୁ ସୁଦୃଢ଼ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ବିଜୟ ମାର୍ଗକୁ ପ୍ରଶସ୍ତ କରାଇବେ। ଦଳର ବରିଷ୍ଠ ନେତାମାନେ ମଧ୍ୟ ଓଡ଼ିଶା ଆସି ନିର୍ବାଚନୀ ପ୍ରଚାର ଦାୟିତ୍ୱ ନେବେ। ଯୁବ ଓ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ମଧ୍ୟ ଦଳ ନିଜ ସପକ୍ଷକୁ ନେବାକୁ ରଣନୀତି କରିଛି। ମକର ସଂକ୍ରାନ୍ତି ପରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଓ ନିର୍ବାଚନୀ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖାଯାଇଛି।
ଗତ ୩୦ତାରିଖରେ ବିଏଲ୍ ସନ୍ତୋଷ ଭୁବନେଶ୍ୱର ଆସି ଦଳୀୟ ନେତାମାନଙ୍କ ସହ ବୈଠକ କରିôଥବାବେଳେ ପୁଣିଥରେ ରାଉରକେଲା ଆସିବା ଓ ବୈଠକ କରିବାକୁ ରାଜନୀତିକ ମହଲରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିଜେପିରେ ନରେନ୍ଦ୍ର ମୋଦି, ଅମିତ୍ ଶାହା ଓ ଜେପି ନଡ୍ଡାଙ୍କ ପରେ ଶ୍ରୀ ସନ୍ତୋଷ ଅନ୍ୟତମ ପ୍ରଭାବଶାଳୀ ନେତା ଭାବେ ପରିଚିତ। ତେଣୁ ତାଙ୍କର ଘନଘନ ଓଡ଼ିଶା ଗସ୍ତ ଯୋଗୁ ବିଜେପି କର୍ମୀ ଓ ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ଦଳ ଆସନ୍ତା ସପ୍ତାହରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story