Advertisment

ମୋଦିଙ୍କ ପ୍ରଶ୍ନ: ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ ଷଡ଼ଯନ୍ତ୍ର ଅଛି କି?

‘ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟର ବହୁତ ଅବନତି ହେଲାଣି। ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ ଯଦି କିଛି ଷଡ଼ଯନ୍ତ୍ର ଅଛି ତାହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି ।’

ଅଦ୍ୟତନ ହୋଇଛି
PM Modi

PM Modi

Advertisment

‘ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟର ବହୁତ ଅବନତି ହେଲାଣି। ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ ଯଦି କିଛି ଷଡ଼ଯନ୍ତ୍ର ଅଛି ତାହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି।’ ଆଜି ବାରିପଦାରେ ନିର୍ବାଚନ ପ୍ରଚାର ସଭାରେ ନବୀନ ପଟ୍ଟନାୟକଙ୍କ ପାଖ ଲୋକଙ୍କୁ ଏପରି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ଓଡ଼ିଶାରେ ନିଜ ନିର୍ବାଚନୀ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅଚାନକ କିପରି ତାଙ୍କ ଖରାପ ହେଲା,ତାହାର ଯାଞ୍ଚ କରାଯିବ । ବିଜେପି ସରକାର ଆସିଲେ ଏହାର ସତ ସାମନାକୁ ଆସିବ । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ଏଥିରେ ହାତ ଅଛି କି ନାହିଁ ତାହାର ବି ଯାଞ୍ଚ କରାଯିବ ବୋଲି କହିଛନ୍ତି ମୋଦି।

ସେ କହିଛନ୍ତି, ‘ବିଜେଡି ଉପରେ ଆପଣମାନେ ୨୫ ବର୍ଷ ଭରସା କଲେ। ମାତ୍ର ସେ ସବୁକ୍ଷେତ୍ରରେ ଆପଣଙ୍କ ଭରସା ଭାଙ୍ଗିଲା। ତେଣୁ ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ୍‌ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ। ଜୁନ୍‌ ୧୦ରେ ବିଜେପିର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶପଥ ନେବେ। 

Advertisment

ଆଜି ସାରା ଦେଶ ଜାଣିବାକୁ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା? ଯାଞ୍ଚ ରିପୋର୍ଟରେ କାହାର ନାଁ ଅଛି, ସବୁଠୁ ବଡ଼ ପ୍ରଶ୍ନ । ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ବିଜେପି ତାର ଖୁଲାସା କରିବ ବୋଲି ଓଡ଼ିଶାରେ ନିଜ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କହିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ବିଜେଡି ଆଦିବାସୀଙ୍କ ଜମି ହଡ଼ପ ପାଇଁ ଆଇନ ଆଣିଥିଲା । ବିଜେପି ଚାପରେ ବିଜେଡି ସେ ଆଇନ ପ୍ରତ୍ୟାହାର କରିଥିଲା। ଏଥର ମୌକା ମିଳିଲେ ବିଜେଡି ଆପଣଙ୍କ ଜମି ହଡ଼ପ ମୌକା ଛାଡ଼ିବନି ବୋଲି ବି ଚେତାଇ ଦେଇଛନ୍ତି ମୋଦି। 

ଡିଏମ୍‌ଏଫରେ ବିଜେଡି ଘୋଟାଲା କରିଥିବା ନେଇ ସେ କହିଲେ, ରାଜ୍ୟକୁ ହଜାର ହଜାର କୋଟି ଦେଇଛୁ, ମାତ୍ର ବିଜେଡି ସବୁ ହରିଲୁଟ୍‌ କରିଛି। ଲୁଟ୍‌ ମାଲ୍‌ ବିଦେଶକୁ ଯାଇଥିବା ଚର୍ଚ୍ଚା ହେଉଛି। ଯଦି ତାହା ସତ ହୋଇଥାଏ, ଲୁଟ୍‌ ମାଲ୍‌ ଗୋଟି ଗୋଟି ଆଦାୟ ହେବ, ଏହା ମୋଦି ଗ୍ୟାରେଣ୍ଟି। ଯିଏ ଲୁଟିଛନ୍ତି, ତାଙ୍କଠାରୁ ସବୁ ଅର୍ଥ ଆଦାୟ ହେବ। ଜନତାଙ୍କ ଲୁଟେରା ସାରା ଜୀବନ ଜେଲ୍‌ରେ ରହିବେ। ଜନତାଙ୍କ ଲୁଟେରାଙ୍କ ପ୍ରତି କୌଣସି ସାଲିସ କରାଯିବ ନାହିଁ।

ମୟୂରଭଂଜ ମାଟି ନାରୀ ସଶକ୍ତୀକରଣର ପ୍ରମୁଖ ସ୍ଥଳ। ମୟୂରଭଂଜରେ ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି। ଆଜି ମୟୂରଭଂଜର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ବିଜେପି ସରକାର ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ। ବିଜେପି ସାନ୍ତାଳି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲା ବୋଲି ବି ଜିଲ୍ଲାବାସୀଙ୍କୁ ମନେ ପକାଇ ଦେଇଛନ୍ତି ମୋଦି।

ଏଥିସହ ସେ କହିଛନ୍ତି ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ପାଇଛି। ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି। ପୂର୍ଣ୍ଣ ବହୁମତ ସରକାର ପାଇଁ ଦେଶ ନିର୍ଣ୍ଣୟ କରିନେଇଛି। ମୋଦି ଆଜି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେଉଛି।

ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏମିତି ମାଗଣା ରାସନ ମିଳିବ। ବିଜେପି ସରକାର ଆପଣଙ୍କ ବିଜୁଳି ବିଲ୍‌ ଶୂନ କରିବ। ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ଧାନ କୁଇଣ୍ଟାଲ ୩୧ଶହ ହେବ ବୋଲି ବି ସେ ଲୋକଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

Bjp PM Modi 2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe