Advertisment

୨୪ରେ ଓଡ଼ିଶା ଦଖଲ କରିବ ବିଜେପି!

ଯେହେତୁ ରାଜ୍ୟରେ ଏକ ପ୍ରକାର ଦିମୁଖୀ ଲଢେଇ-ବିଜେପି ବନାମ ବିଜେଡି। ତେଣୁ ସରକାରକୁ ଆସିବାକୁ ୫୦ ପ୍ରତିଶତ ଭୋଟ୍ ନିହାତି ଆବଶ୍ୟକ।

undefined

PM Narendra Modi

Advertisment

୨୪'ରେ କେମିତି ଓଡ଼ିଶା ଦଖଲ କରିବ ବିଜେପି। ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରୋଡମ୍ୟାପ୍। ନିଜେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା କରିଛନ୍ତି ସଙ୍ଗଠନ ସମୀକ୍ଷା। ବିଧାନସଭା ଆଉ ଲୋକସଭାରେ ୫୦ ପ୍ରତିଶତରୁ ଅଧିକ ଭୋଟ କରିବାକୁ ରାଜ୍ୟ ସଭାପତିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏହା ସହ ମାହୋଲ ବନାଇବାକୁ ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି। ଅନ୍ୟପଟେ ମିଶନ ୧୩୦ ନେଇ ବିଜେଡ଼ି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତାକାଲି ଦଳର ପ୍ରତିଷ୍ଠା ଦିବସକୁ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରିବାକୁ ଯୋଜନା କରିଛି ବିଜେଡ଼ି।

ଓଡ଼ିଶା ଦଖଲ ପାଇଁ ବିଜେପି ପ୍ରସ୍ତୁତ କରିଥିବା ରୋଡମ୍ୟାପରେ ବାଜିଲା କେନ୍ଦ୍ରୀୟ ନେତୃତ୍ୱଙ୍କ ମୋହର। ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍। ୨ ଦିନିଆ ବୈଠକରେ ମୋଦି ଶାହଙ୍କ ମାନସମନ୍ଥନ। ଯେହେତୁ ରାଜ୍ୟରେ ଏକ ପ୍ରକାର ଦିମୁଖୀ ଲଢେଇ-ବିଜେପି ବନାମ ବିଜେଡି। ତେଣୁ ସରକାରକୁ ଆସିବାକୁ ୫୦ ପ୍ରତିଶତ ଭୋଟ୍ ନିହାତି ଆବଶ୍ୟକ। ଅର୍ଥାତ ୨୦୧୯ ନିର୍ବାଚନକୁ ଦେଖିଲେ ଲୋକସଭାରେ ଆଉ ୧୨ ଏବଂ ବିଧାନସଭା ନିର୍ବାଚନରେ ଆଉ ୧୮ ପ୍ରତିଶତ ଭୋଟ୍ ଆବଶ୍ୟକ କରୁଛି ଦଳ।

Advertisment

ତେଣୁ ପ୍ରତି ବୁଥରେ କେମିତି ଭୋଟ୍ ବଢିବ ରଣନୀତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସଭାପତିଙ୍କୁ ଟାସ୍କ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ଏହା ସହ ବୈଠକରେ ବୁଥ୍ ମ୍ୟାନେଜମେଣ୍ଟ ଉପରେ ଦିଆଯାଇଛି ଗୁରୁତ୍ୱ। ଓଡ଼ିଶାରେ ପିଏମ୍ ମୋଦିଙ୍କ ଲୋକପ୍ରିୟତା ଅଧିକ ଥିବାରୁ ମୋଦି ସରକାରଙ୍କ କଥା କୋଟିଏ ପରିବାରଙ୍କ ପାଖରେ ପହଞ୍ଚାଇବାକୁ ହୋଇଛି ରଣନୀତି।

କେବଳ ସେତିକି ନୁହେଁ ଖୁବଶୀଘ୍ର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦିଲ୍ଲୀ ନେତୃତ୍ୱ। ମନମୋହନ ସାମଲ, ରାଜ୍ୟ ସଭାପତି, ବିଜେପି। ନିକଟରେ ରାଜ୍ୟର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟି ଓଡିଶା ରଣନୀତି ସଂପର୍କରେ ଆଲୋଚନା କରି ଫେରିଛନ୍ତି।

ତେଣୁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଆବଭାବ ଦେଖି ରଣନୀତିରେ ପରିବର୍ତ୍ତନ କରିଛି ବିଜେଡି। ୧୩୦ ଆସନ ଟାର୍ଗେଟ ନେଇ ୨୪ ପ୍ରସ୍ତୁତି ଆରମ୍ଭ କରିଛି ଦଳ। ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ପ୍ରତି ନିର୍ବାଚନ ମଣ୍ଡଳୀସ୍ତରରେ ପାଳନ ହେବ ପ୍ରତିଷ୍ଠା ଦିବସ। ଏହା ସହ କିଛି ନୂଆ ଘୋଷଣା କରିପାରନ୍ତି ଦଳୀୟ ସୁପ୍ରିମୋ। ସେହିପରି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ବିରୋଧୀ ମୁଦ୍ଦାଗୁଡିକୁ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଗକୁ କାର୍ଯ୍ୟକ୍ରମ ହାତକୁ ନେବ ଦଳ।

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ପରେ ଓଡିଶା ଦଖଲକୁ ନେଇ ଦମ୍ଭ ବଢାଇଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ କହିଥିଲେ, ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୪୫ ପ୍ରତିଶତ ଭୋଟ୍ ପାଇବା ସହ ୧୫ ଲୋକସଭା ଆସନ ହାସଲ କରିବ।ତେବେ ପଦାଧିକାରୀ ବୈଠକରେ ରଣନୀତିକୁ ବିଜେପିକୁ କେତେ ସଫଳ କରୁଛି ତା ଉପରେ ନଜର।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe