ରାଜ୍ୟବ୍ୟାପୀ ବ୍ୟାପକ ହେବ ବିଜେପିର ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଚଳିତ ମାସ ୧୧ରୁ ୧୫ ତାରିଖ ଯାଏଁ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ହାତକୁ ନେବ ବିଜେପି। ପ୍ରତି ନିର୍ବାଚନ ମଣ୍ଡଳୀରେ ହେବ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା। ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କେବଳ ଏତିକି ନୁହେଁ, ଆସନ୍ତା ୧୪ ତାରିଖରେ ବିଭାଜନ ବିଭୀଷିକା ଦିବସ ପାଳିବାକୁ ବି ବିଜେପି ନିଷ୍ପତ୍ତି ନେଇଛି। ନୂଆପୀଢ଼ିଙ୍କୁ ଅବଗତ ଓ ସଚେତନତା ପାଇଁ ଏହି ଦିବସରେ ଅନେକ ଯୋଜନା ହାତକୁ ନିଆଯିବା ସହ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ‘ମାଆଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ପ୍ରତି ପରିବାରକୁ ସାମିଲ ଲକ୍ଷ୍ୟ ରଖିଛି ବିଜେପି।
Also Read
ସେହିପରି ବୁଥରେ ‘ମନ୍ କି ବାତ୍’ ଶୁଣିବା କାର୍ଯ୍ୟକ୍ରମକୁ ସଫଳ ପାଇଁ ବି ଆଲୋଚନା ହୋଇଛି। ଆଜିର ପଦାଧିକାରୀ ବୈଠକରେ ୨ ନିର୍ବାଚନ ପ୍ରଭାରୀ ଯୋଗଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁହଁ ଖୋଲିଲେ ଭିନେଶ, ବ୍ରିଜ ଭୂଷଣଙ୍କୁ ଦେଲେ କଡ଼ା ଜବାବ
କଂଗ୍ରେସ ତରଫରୁ ବିଧାୟକ ପ୍ରାର୍ଥୀ ହେବା ପରେ ଆଜି ପ୍ରଥମ ରାଜନୀତିକ ରାଲି କରିଛନ୍ତି ଭିନେଶ ଫୋଗାଟ।
National
ଭୁଲ୍ କରିଛନ୍ତି ବୋଲି ମାନିଲେ ଅଜିତ ପାୱାର
‘ଏହା ଠିକ୍ ନୁହେଁ। କାରଣ ସମାଜ ଏହାକୁ ଗ୍ରହଣ କରେ ନାହିଁ। ଏହି ସନ୍ଦର୍ଭରେ ଆମେ ଅନୁଭୂତି ହାସଲ କରିସାରିଛୁ। ମୁଁ ଏବେ ମୋ ଭୁଲ୍ ବୁଝିପାରୁଛି ଓ ଏହାକୁ ସ୍ୱୀକାର କରୁଛି।’
Politics
ସିଏମ୍ କିଷାନ୍ ଆରମ୍ଭ; ଚାଷୀଙ୍କ ଖାତାକୁ ଗଲା ୯୨୫ କୋଟିରୁ ଅଧିକ ଟଙ୍କା
ଗତମାସ ୩୧ ତାରିଖରେ ବିଧାନସଭାରେ କୃଷିମନ୍ତ୍ରୀଙ୍କ ତଥ୍ୟରୁ ପିଏମ୍ କିଷାନରେ ୨୯ ଲକ୍ଷ ୭୩ ହଜାର ୯୮୦ ଜଣ ଚାଷୀ ସାମିଲ ହୋଇଥିବାରୁ ବାଦ ପଡ଼ିଥିବା ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଉଦ୍ୟମ କରିଛନ୍ତି ମୋହନ ସରକାର।
Politics
୨ ବର୍ଷ ପରେ ବସିଲା ବୈଠକ; ‘ଶୁଆ-ପଞ୍ଜୁରୀ’ ଉପାଖ୍ୟାନ ଶୁଣାଇଲେ ମନ୍ତ୍ରୀ
... ଶୁଆ ତା’ ଡେଣାର ତାକତ ଭୁଲି ଯାଇଥିଲା। ଠିକ୍ ସେମିତି ଆଜି ସରପଞ୍ଚ ଓ ସମିତି ସଭ୍ୟଙ୍କ ପରି ଲୋକ ପ୍ରତିନିଧିମାନେ ପ୍ରଶ୍ନ ପଚାରିବାର ତାକତ ଭୁଲି ଯାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
Politics
J&K ନିର୍ବାଚନ; ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା BJP
ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତାଙ୍କୁ ମିଳିଲାନି ଟିକେଟ୍।