Advertisment

ଚଣ୍ଡିଗଡ଼ ଡେପୁଟି ମେୟର ନିର୍ବାଚନ ଜିତିଲା ବିଜେପି, ଆପ୍ ଜିତିଥିଲା ମେୟର ପଦ

ବିଜେପିର କୁଳଜିତ ସିଂହ ସାନ୍ଧୁ ବରିଷ୍ଠ ଡେପୁଟି ଭାବେ ନିର୍ବାଚିତ ହୋଇଥିବା ବେଳେ ରଜିନ୍ଦର ଶର୍ମା ହୋଇଛନ୍ତି ଡେପୁଟି ମେୟର।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ହାଇଡ୍ରାମା ପରେ କଂଗ୍ରେସ-ଆପ୍ ସମର୍ଥୀତ ପ୍ରାର୍ଥୀ କୁଳଦୀପ କୁମାର ଚଣ୍ଡିଗଡ଼ ମେୟର ଭାବେ ନିର୍ବାଚିତ ହେବାର କିଛି ଦିନ ପରେ ବିଜେପି ପ୍ରାର୍ଥୀ ସିନିଅର ଡେପୁଟି ମେୟର ହୋଇଛନ୍ତି। ଆଜି ଅନୁଷ୍ଠିତ ପୁନଃନିର୍ବାଚନରେ ବିଜେପିର କୁଳଜିତ ସିଂହ ସାନ୍ଧୁ ବରିଷ୍ଠ ଡେପୁଟି ମେୟର ଏବଂ ରଜିନ୍ଦର ଶର୍ମା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। 

Advertisment

ଏହି ଦୁଇ ପଦ ପାଇଁ ହୋଇଥିବା ନିର୍ବାଚନୀ ଫଳାଫଳ ମେୟର କୁଳଦୀପ କୁମାର ଘୋଷଣା କରିଛନ୍ତି। ରେଜଲ୍ଟ ଅନୁସାରେ, କଂଗ୍ରେସର ଗୁରୁପ୍ରୀତ ଗାବିଙ୍କୁ ୧୬ ଭୋଟ୍ ମିଳିଥିବା ବେଳେ ବିଜେପିର ସାନ୍ଧୁଙ୍କୁ ୧୯ଟି ଭୋଟ୍ ମିଳିଛି ଏବଂ ଗୋଟିଏ ଭୋଟ୍ ନାକଚ ହୋଇଥିଲା।

୩୫ ସଦସ୍ୟ ବିଶିଷ୍ଟ ମ୍ୟୁନିସିପାଲିଟିରେ ବିଜେପିର ୧୭ ଜଣ କାଉନସିଲର ଅଛନ୍ତି। ଫେବୃଆରୀ ୧୯ରେ ତିନି ଜଣ ଆପ୍ କାଉନସିଲର ବିଜେପିରେ ଯୋଗଦେବା ପରେ ଆସନ ସଂଖ୍ୟା ୧୪ରୁ ୧୭କୁ ବୃଦ୍ଧି ପାଇଛି। ଶିରୋମଣି ଅକାଳୀ ଦଳର ଜଣେ କାଉନସିଲର ଏବଂ ଚଣ୍ଡିଗଡ଼ ସାଂସଦ କିରନ୍ ଖେର, ନିଗମର ପୂର୍ବତନ ଅଫିସିଆଲ୍ ସଦସ୍ୟ ଭାବରେ ଭୋଟ୍ ଅଧିକାର ପାଇବା ପରେ ବିଜେପିର ଆସନ ସଂଖ୍ୟା ୧୯ରେ ପହଞ୍ଚିଛି।

Advertisment

ସିନିଅର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦବୀ ନିର୍ବାଚନ ପାଇଁ ଆପ୍ କାଉନସିଲର କୁଳଦୀପ କୁମାରଙ୍କ ଦ୍ୱାରା ପରିଚାଳିତ ହୋଇଥିଲେ। ସେ ହିଁ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। 

ଜାନୁଆରୀ ୩୦ରେ ମେୟର ନିର୍ବାଚନ ଫଳାଫଳ ପ୍ରକାଶ ସମୟରେ ବିବାଦ ଦେଖା ଦେଇଥିଲା। ରିଟର୍ଣ୍ଣି ଅଫିସର ଆପର 8ଟି ଭୋଟକୁ ନାକଚ ଘୋଷଣା କରିବା ପରେ ବିଜେପି ପ୍ରାର୍ଥୀ ମେୟର ହୋଇଥିଲେ। ଏହାକୁ ନେଇ କଂଗ୍ରେସ ଓ ଆପ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟରେ ବିଚାର ପରେ ରିଟର୍ଣ୍ଣିଂ ଅଫିସର ଜାଣିଶୁଣି ଭୋଟ୍ ନାକଚ କରିଥିବା ଜଣାପଡିଥିଲା।

ଏହାପରେ ଅଦାଲତ ସେସବୁ ଭୋଟକୁ ବୈଧ ଦର୍ଶାଇଥିଲେ। ଫଳରେ ଆପ୍ ମେୟର ନିର୍ବାଚନ ଜିତିଥିଲା। ଆଜି ହୋଇଥିବା ସିନିଅର ଡେପୁଟି ମେୟର ଏବଂ ଡେପୁଟି ମେୟର ନିର୍ବାଚନ ବିଜେପି ଖାତାକୁ ଯାଇଛି। 

Bjp Election AAP Hariyana Politics Chandigarh Dept Mayor Election Mayor Post