Advertisment

କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ: ସଂଖ୍ୟା ନଥାଇ ବି ବାଜି ମାରିନେଲା ବିଜେପି

କଂଗ୍ରେସ ଅଭିଷେକ ମନୁ ସିଙ୍ଘଭୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ହର୍ଷ ମହାଜନଙ୍କୁ ଟିକେଟ ଦେଇଥିଲା।

BJP

BJP

Advertisment

ହିମାଚଳ ପ୍ରଦେଶରେ କ୍ଷମତାସୀନ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ସଂଖ୍ୟା ଥାଇ ବି ଦଳ ରାଜ୍ୟସଭା ନିର୍ବାଚନରେ ହାରିଛି। ଦଳର ୬ ଜଣ ବିଧାୟକ ଓ ସରକାରଙ୍କୁ ସମର୍ଥନ କରୁଥିବା ୩ ଜଣ ସ୍ୱାଧୀନ ବିଧାୟକ କ୍ରସ ଭୋଟିଂ କରିବାରୁ କଂଗ୍ରେସ ରାଜ୍ୟସଭା ଆସନ ହରାଇଛି। ବିଜେପି ପାଖରେ ମାତ୍ର ୨୫ ଜଣ ବିଧାୟକ ଥିଲେ ହେଁ ଦଳ ହିମାଚଳ ପ୍ରଦେଶର ୧ ମାତ୍ର ଆସନ କବଜା କରିବାକୁ ସକ୍ଷମ ହୋଇଛି।

Advertisment

କଂଗ୍ରେସ ଅଭିଷେକ ମନୁ ସିଙ୍ଘଭୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ହର୍ଷ ମହାଜନଙ୍କୁ ଟିକେଟ ଦେଇଥିଲା। କ୍ରସ ଭୋଟିଂ ଯୋଗୁ ବିଜେପି ସପକ୍ଷରେ ୩୪ ଖଣ୍ଡ ଭୋଟ ପଡ଼ିଥିଲା। କଂଗ୍ରେସର ଜଣେ ବିଧାୟକ ଅସୁସ୍ଥତା କାରଣରୁ ଭୋଟ ଦେବାକୁ ଆସି ନଥିଲେ। ତେଣୁ ୩୪-୩୩ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ମଧ୍ୟ ପରାଜୟ ସ୍ୱୀକାର କରିବା ସହ ବିଜେପିର ହର୍ଷ ମହାଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମହାଜନଙ୍କୁ ବିଜୟ ଘୋଷଣା କରି ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ଜୟରାମ ଠାକୁର କହିଛନ୍ତି, “ବିପୁଳ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ କଂଗ୍ରେସ ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହାରିଛି।

Advertisment

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି। ଆମ ବିଜୟ ପ୍ରତିଶତ ବହୁତ କମ ଥିଲେ ମଧ୍ୟ ଆମେ ବାଜିମାତ କରିଛୁ।”

କଂଗ୍ରେସ ପାଖରେ ୪୩ ଜଣ ବିଧାୟକଙ୍କ ସମର୍ଥନ ଥିବାରୁ ଅଭିଷେକ ମନୁ ସିଙ୍ଘଭୀ ସହଜରେ ଜିତିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ୯ ଜଣ ବିଧାୟକ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି।

ଏହି ପରାଜୟରେ କଂଗ୍ରେସର ସମସ୍ୟା ଟଳି ନାହିଁ। କାରଣ ପରବର୍ତ୍ତୀ ସମୟରେ ବିଜେପି ରାଜ୍ୟ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିପାରେ। ଏପରି ସ୍ଥିତିରେ କଂଗ୍ରେସ କେମିତି ମ୍ୟାଜିକ ନମ୍ବର ହାସଲ କରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Bjp Congress Himachal Pradesh Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe