Advertisment

ସମ୍ମାନଜନକ ମିଲ୍କିପୁରରେ ଜିତି ସପା ଠାରୁ ପ୍ରତିଶୋଧ ନେଲା ବିଜେପି

ମିଲ୍କିପୁର ଭଳି ଗୋଟିଏ ସାଧାରଣ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ହେଁ ଏହାର ଗୁରୁତ୍ୱ କାହିଁକି ଏତେ ଅଧିକ ରହିଥିଲା?

yogi

yogi

Advertisment

ସମାଜବାଦୀ ପାର୍ଟି ଠାରୁ ଉପ ନିର୍ବାଚନରେ ପ୍ରତିଶୋଧ ନେଇଛି ବିଜେପି। ଉତ୍ତର ପ୍ରଦେଶର ମିଲ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ୬୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏଠାରେ ଅଖିଲେଶ ଯାଦବଙ୍କ ସପାକୁ ହାରିବାକୁ ପଡ଼ିଛି। ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସପା ଏଠାରେ ବିଜୟୀ ହୋଇଥିଲା। କିନ୍ତୁ ଉପ ନିର୍ବାଚନ ବେଳେ ଦଳ ହାତରୁ ଏହା ଖସି ଯାଇଛି। 

Advertisment

ମିଲ୍କିପୁର ଭଳି ଗୋଟିଏ ସାଧାରଣ ବିଧାନସଭା ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ହେଁ ଏହାର ଗୁରୁତ୍ୱ କାହିଁକି ଏତେ ଅଧିକ ରହିଥିଲା? ଏହାର କାରଣ ହେଲା ୨୦୨୪ ଲୋକସଭା ନିର୍ବାଚନ ବେଳେ ବିଜେପି ସମ୍ମାନଜନକ ଫୈଜାବାଦ ଆସନରେ ସପା ଠାରୁ ହାରି ଯାଇଥିଲା। ଫୈଜାବାଦ ଲୋକସଭା ସିଟ୍‌ ଅଧୀନରେ ଅଯୋଧ୍ୟାର ରାମ ମନ୍ଦିର ରହିଛି।

ଜାନୁଆରୀ ମାସରେ ବହୁ ଆଡ଼ମ୍ବରରେ କେନ୍ଦ୍ରର ବିଜେପି ସରକାର ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲା। ସମସ୍ତେ କହୁଥିଲେ ବିଜେପି ଫୈଜାବାଦରେ ନିଶ୍ଚୟ ବିଜୟ ହେବ। କିନ୍ତୁ ଦଳକୁ ରାମ ମନ୍ଦିରର ଆସନରେ ପରାସ୍ତ ହେବାକୁ ପଡ଼ିଥିଲା। ଏଥିପାଇଁ ବିଜେପିକୁ ତୀବ୍ର ସମାଲୋଚନା ମଧ୍ୟ ହେବାକୁ ପଡ଼ିଥିଲା।

Advertisment

ତେଣୁ ବିଜେପି ଫୈଜାବାଦ ଅଧୀନରେ ଥିବା ମିଲ୍କିପୁର ବିଧାନସଭା ଉପ ନିର୍ବାଚନକୁ ସମ୍ମାନର ଲଢ଼େଇ ଭାବେ ନେଇଥିଲା। ଏଠାରେ ବିଜେପି ନିଜର ଏକାଧିକ ମନ୍ତ୍ରୀ ଓ ବିଧାୟକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଠାରେ ଏକାଧିକ ଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ଫୈଜାବାଦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସପାର ଅବଧେଶ ପ୍ରସାଦଙ୍କ ଠାରୁ ୫୪ ହଜାର ଭୋଟରେ ପରାସ୍ତ ହୋଇଥିଲେ। ଏବେ ପ୍ରସାଦଙ୍କ ପୁଅ ଅଜିତଙ୍କୁ ସପା ମିଲ୍କିପୁର ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିଲେ। ଅବଧେଶ ପ୍ରସାଦ ଏଠାରେ ପୂର୍ବରୁ ବିଧାୟକ ରହିଥିଲେ। ସେ ଲୋକସଭା ଆସନ ଜିତିବାରୁ ତାଙ୍କୁ ଏହାକୁ ଖାଲି କରିବାକୁ ପଡ଼ିଥିଲା।

ବିଜେପି ଏଠାରେ ୩୯ ବର୍ଷୀୟ ଚନ୍ଦ୍ରଭାନୁ ପାଶ୍ୱାନଙ୍କୁ ପ୍ରାର୍ଥୀ କରିଥିଲା। ସେ ୬୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏଠାରେ ୩୦ ରାଉଣ୍ଡର ଭୋଟ ଗଣତି ପରେ ରେଜଲ୍ଟ ପ୍ରକାଶ ପାଇଛି। ରେଜଲ୍ଟ ପରେ ବିଜେପି ବେଶ ଉତ୍ସାହିତ ହୋଇ ପଡ଼ିଛି।

ମିଲ୍କିପୁରରେ ସପା ହାରିଥିବାରୁ ଅଖିଲେଶ ଯାଦବଙ୍କ ଅହଂକାର ଭାଙ୍ଗି ଯାଇଛି। ଏଠାରେ ତାଙ୍କ ଅହଂକାର ହାରିଛି। ସେହିପରି ଏଇଟା କେବଳ ଟେଲର ଥିଲା। ପୂରା ଫିଲ୍ମ ସପା ୨୦୨୭ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ଦେଖିବ ବୋଲି ବିଜେପି ପକ୍ଷରୁ କଟାକ୍ଷ କରାଯାଇଛି।

ଯେଉଁ ୫ଟି ବିଧାନସଭା ଆସନକୁ ନେଇ ଫୈଜାବାଦ ଲୋକସଭା ଆସନ ତିଆରି ହୋଇଛି, ତା’ ମଧ୍ୟରେ ମିଲ୍କିପୁର ରହିଛି। ୨୦୨୨ରେ ମିଲ୍କିପୁରରେ ଅବଧେଶ ପ୍ରସାନ ଏଠାରେ ଜିତିଥିଲେ। ୨୦୧୭ରେ ଏହି ଆସନ ବିଜେପି ପାଖକୁ ଯାଇଥିଲା। ଅଯୋଧ୍ୟା ମଧ୍ୟ ଫୈଜାବାଦ ମଧ୍ୟରେ ଥିବା ଗୋଟିଏ ବିଧାନସଭା ଆସନ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଉତ୍ତର ପ୍ରଦେଶରେ ବଡ଼ ଝଟକା ଲାଗିଥିଲା। ସବୁ ପ୍ରକାରର ରଣକୌଶଳ ସତ୍ତ୍ୱେ ସପା ଓ କଂଗ୍ରେସ ଯୋଡ଼ି ଏଠାରେ ୪୩ଟି ଆସନ ଜିତିଥିଲେ। ବିଜେପି ୩୬ଟି ଆସନ ପାଇଥିଲା। ୨୦୧୯ ତୁଳନାରେ ଏହା ୩୦ କମ।

୨୦୨୪ ଲୋକସଭା ନିର୍ବାଚନରେ କେବଳ ଫୈଜାବାଦ ନୁହେଁ, ବିଜେପି ଶ୍ରାବସ୍ତିରେ ବି ହାରିଥିଲା। ଏଠାରେ ଦଳ ରାମ ମନ୍ଦିରର ନିର୍ମାଣ କାମର ମୁଖିଆ ନୃପେନ୍ଦର ମିଶ୍ରାଙ୍କ ପୁଅ ସାକେତଙ୍କୁ ଟିକେଟ ଦେଇଥିଲା।

By-Election Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe