Advertisment

ପିପିଲି ଉପନିର୍ବାଚନ: କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ପ୍ରଚାରବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ସମର୍ଥକଙ୍କ ଉପରେ ବିଜେଡି କର୍ମୀମାନଙ୍କ ଆକ୍ରମଣକୁ ନେଇ ରାଜ୍ୟ ବିଜେପି କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏହାସହିତ ୨୪ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରାନଗଲେ ପୁଲିସ ପ୍ରଶାସନ ବିରୁଦ୍ଧରେ ଆନ୍ଦୋଳନ ସହ ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପିପିଲିରେ ଶାସକ ବିଜେଡି ପ୍ରାର୍ଥୀଙ୍କ ଚେହେରା ବଦଳିଛି ସତ, […]

ପିପିଲି ଉପନିର୍ବାଚନ: କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲା ବିଜେପି

pipili

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ପ୍ରଚାରବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ସମର୍ଥକଙ୍କ ଉପରେ ବିଜେଡି କର୍ମୀମାନଙ୍କ ଆକ୍ରମଣକୁ ନେଇ ରାଜ୍ୟ ବିଜେପି କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏହାସହିତ ୨୪ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରାନଗଲେ ପୁଲିସ ପ୍ରଶାସନ ବିରୁଦ୍ଧରେ ଆନ୍ଦୋଳନ ସହ ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି।

Advertisment

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପିପିଲିରେ ଶାସକ ବିଜେଡି ପ୍ରାର୍ଥୀଙ୍କ ଚେହେରା ବଦଳିଛି ସତ, କିନ୍ତୁ ହିଂସାର ଆଭିମୁଖ୍ୟ ବଦଳି ନାହିଁ। ଶାସକ ବିଜେଡି ପୁଣି ଥରେ ଚିରାଚରିତ ଭାବେ ‘ଭୟ ଓ ହିଂସା’କୁ ଅସ୍ତ୍ର ଭାବେ ଉପଯୋଗ କରି ନିର୍ବାଚନ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। ମାତ୍ର ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀକୁ ଭୟମୁକ୍ତ, ହିଂସାମୁକ୍ତ ଓ ବିକାଶଯୁକ୍ତ ଅଂଚଳ ଭାବେ ଗଢି ତୋଳିବା ପାଇଁ ବିଜେପି ପ୍ରତିଶୃତିବଦ୍ଧ । ଆଜି ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଗୁରୁପୁରଠାରେ ଅନୁଷ୍ଠିତ ଦଳୀୟ ପ୍ରଚାର ସମୟରେ ବିଜେଡି କର୍ମୀମାନେ ଯେଉଁଭଳି ଭାବରେ ବିଜେପି ସମର୍ଥକମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ଭୟଭୀତ କରିବାର ଅପଚେଷ୍ଟା କରିଥିଲେ, ତାହା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ।

ବିଜେପି ପ୍ରାର୍ଥୀ, ସମର୍ଥକ ଓ ଦଳର ନେତାମାନେ ଆଜିର ଆକ୍ରମଣର ପ୍ରତିବାଦରେ ପିପିଲି ଥାନା ଭିତରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବାବେଳେ ବିଜେଡି କର୍ମୀମାନେ ପୁଣି ଥରେ ଥାନା ପରିସର ଭିତରକୁ ଆସି ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ। ତେବେ ଜିଲ୍ଲା ପୁଲିସ ଏସପି, ଅତିରିକ୍ତ ଏସପି, ଏସଡିପିଓ ପ୍ରମୁଖ ପିପିଲି ଥାନା ପରିସର ଭିତରେ ବିଜେପି ନେତୃବୃନ୍ଦ ଶ୍ରୀ ହରିଚନ୍ଦନ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ।

Advertisment

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୋଷୀକୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ହିଂସାକାଣ୍ଡ ହୋଇଥିବା ଗାଁରେ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପୁଲିସ ମୁତୟନ କରାଯିବ ବୋଲି ପୁଲିସ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ନଚେତ ପିପିଲି-ଡେଲାଙ୍ଗ ଅଂଚଳରେ ପୁଲିସ ପ୍ରଶାସନ ବିରୋଧରେ ବିଜେପି ତରଫରୁ ଆନ୍ଦୋଳନ ଓ ଘେରାଓ କରାଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତିା

ସୂଚନାଯୋଗ୍ୟ, ଶାସକ ବିଜେଡି ଦ୍ୱାରା ଆକ୍ରମଣ ଓ ହିଂସା ପ୍ରତିବାଦରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ରାଇଗୁରୁପୁରଠାରେ ଧାରଣାରେ ବସି ରହିଥିଲେ। ପରେ ପିପିଲି ଥାନା ପରିସର ଭିତରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ ଏବଂ ସମର୍ଥକଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe