Advertisment

ରାଜସ୍ଥାନ ଦଖଲ କଲା ବିଜେପି

ବିଜେପି ମ୍ୟାଜିକ୍ ନମ୍ବର ଠାରୁ ଢେର ଆସନ ପାଇଛି।

ଅଦ୍ୟତନ ହୋଇଛି
Modi and Nadda

Modi and Nadda

Advertisment

ରାଜସ୍ଥାନରେ ୧୯୯୩ରୁ ଚାଲିଥିବା ପରମ୍ପରା ବଜାୟ ରହିଲା। ଏଥର ବି ବଦଳିଲା ସରକାର। କଂଗ୍ରେସ ହାତରୁ ଖସିଲା କ୍ଷମତା। ବିଜେପି କରିବ ଶାସନ।

Advertisment

ନିର୍ବାଚନ କମିଶନଙ୍କ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇ ନଥିଲେ ମଧ୍ୟ ବିଭିନ୍ନ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନରେ ୧୯୯ଟି ଆସନରୁ ବିଜେପି ୧୧୫ଟିରେ ବିଜୟୀ ହୋଇଛି। ଏହା ସହିତ ଦଳ ମ୍ୟାଜିକ୍ ନମ୍ବରଠାରୁ ଢେର ଅଧିକ ଆସନ ପାଇଛି। ଏଠାରେ ସରକାର ଗଠନ ପାଇଁ ୧୦୦ଟି ଆସନ ଆବଶ୍ୟକ।

ଅନ୍ୟପକ୍ଷରେ ସରକାରରେ ଥିବା କଂଗ୍ରେସ ହାରି ଯାଇଛି। ଗତ ଥର ୯୯ଟି ଆସ ଜିତିଥିବା କଂଗ୍ରେସ ଏଥର ୬୮ଟି ଆସନ ଜିତିସାରିଥିବା ବେଳେ ଗୋଟିଏ ଆସନରେ ଆଗୁଆ ରହିଛି। ସେହି ଆସନ ଜିତିଲେ ଦଳର ଆସନ ସଂଖ୍ୟା ୬୯ରେ ପହଞ୍ଚିବ। ରାଜସ୍ଥାନରେ ଅନ୍ୟାନ୍ୟ ଦଳ ମିଶି ୧୫ଟି ଆସନରେ ବିଜୟୀ ହୋଇଛନ୍ତି।

Advertisment

୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ରାଜସ୍ଥାନରେ ବିଜେପି ସରକାର ଥିଲା। ଭୈରନ ସିଂହ ଶେଖାୱତ ଥିଲେ ମୁଖ୍ୟମନ୍ତ୍ରୀ। ୧୯୯୮ରେ ଜିତିଥିଲା କଂଗ୍ରେସ। ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଶୋକ ଗେହଲଟ। ୨୦୦୩ରେ କଂଗ୍ରେସ ହାରିଲା ଓ ଶାସନକୁ ବିଜେପି ଆସିଲା। ମୁଖ୍ୟମନ୍ତ୍ରୀ ହୋଇଥିଲେ ବସୁନ୍ଧରା ରାଜେ। ୨୦୦୮ ନିର୍ବାଚନରେ ବିଜେପି ହାରିଗଲା। କଂଗ୍ରେସର ବିଜୟ ହେଲା ଓ ଅଶୋକ ଗେହଲଟ ପୁଣି ମୁଖ୍ୟମନ୍ତ୍ରୀ ହେଲେ। ୨୦୧୩ରେ କଂଗ୍ରେସ ହାରିଗଲା। ବିଜେପି ନିର୍ବାଚନ ଜିତିବା ପରେ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୮ରେ ବିଜେପି ହାରିଲା ଓ କଂଗ୍ରେସ ଜିତିଲା। ଦଳ ଜିତିବା ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଶୋକ ଗେହଲଟ। ଆଉ ଏଥର ସେହି ଧାରା ଅବ୍ୟାହତ ରହିଲା। କଂଗ୍ରେସକୁ ଲୋକେ ଗାଦିଚ୍ୟୁତ କରିଛନ୍ତି। ବିଜେପିକୁ ବାଛିଛନ୍ତି ଭୋଟର।

Bjp Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe