Advertisment

ଲହୁଲୁହାଣ ହେଲେ ବିଜେପିର ମହିଳା କର୍ମୀ, ଟିଏମସିକୁ ଦୋଷ ଦେଲା ଦଳ

ପୂରା ଘଟଣା ପାଇଁ ବିଜେପି ରାଜ୍ୟର କ୍ଷମତାସୀନ ଟିଏମସିକୁ ଦାୟୀ କରିଛି। ଟିଏମସିର କିଛି କର୍ମୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି।

BJP

BJP

Advertisment

ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ପଶ୍ଚିମବଙ୍ଗର କୋଲକାତାରେ ଘଟିଛି ଅଘଟଣ। ବିଜେପିର ଜଣେ ମହିଳା କର୍ମୀଙ୍କୁ କିଛି ଲୋକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଏଥିରେ ବିଜେପି କର୍ମୀ ଜଣଙ୍କ ଲହୁଲୁହାଣ ହୋଇଛନ୍ତି।

Advertisment

ଆକ୍ରମଣ କାରଣ କିମ୍ବା ଆକ୍ରମଣ ପଛରେ କିଏ ରହିଥିଲେ, ସେକଥା ଜଣାପଡ଼ିନି। କିନ୍ତୁ ପୂରା ଘଟଣା ପାଇଁ ବିଜେପି ରାଜ୍ୟର କ୍ଷମତାସୀନ ଟିଏମସିକୁ ଦାୟୀ କରିଛି। ଟିଏମସିର କିଛି କର୍ମୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି।

ଦକ୍ଷିଣ କୋଲକାତାର କାସବାର ବିଜେପି ମହିଳା ମଣ୍ଡଳ ୟୁନିଟ ସଭାପତି ସରସ୍ୱତୀ ସରକାର ନିର୍ବାଚନ ପାଇଁ ଶନିବାର ପ୍ରଚାର କରୁଥିଲେ। ତାଙ୍କ ସହ ବିଜେପିର ଆଉ କିଛି କର୍ମୀ ରହିଥିଲେ। ଏମାନେ ସମସ୍ତେ ବିଜେପିର ପୋଷ୍ଟରକୁ ଲୋକଙ୍କ ଘରେ ବୁଲି ବୁଲି ଲଗାଉଥିଲେ।

Advertisment

ଏତିକି ବେଳେ କିଛି ଲୋକ ସେମାନଙ୍କୁ ବିରୋଧ କରିଥିଲେ। ଏହାପରେ ସେମାନଙ୍କ ମଧ୍ୟରୁ କିଛି ଲୋକ ସରସ୍ୱତୀଙ୍କୁ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ ବୋଲି ବିଜେପି ଅଭିଯୋଗ କରିଛି। ସାମ୍ନାକୁ ଆସିଥିବା ଭିଡିଓରେ ସରସ୍ୱତୀ ନିଜ ମୁଣ୍ଡକୁ ଧରି ବସିଥିବା ବେଳେ ସେଥିରୁ ରକ୍ତ ବୋହିବାରେ ଲାଗିଛି। ଦିନ ପ୍ରାୟ ୧୧.୩୦ରେ ପୂରା ଘଟଣା ଘଟିଥିଲା। 

ସରସ୍ୱତୀଙ୍କୁ ପ୍ରଥମେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ବିଧିବଦ୍ଧ ଭାବେ ପୁଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି। 

ସେହିପରି ଘଟଣା ସମ୍ପର୍କରେ ଖବର ମିଳିବା ପରେ ଦକ୍ଷିଣ କୋଲକାତାର ଲୋକସଭା ପ୍ରାର୍ଥୀ ଦେବଶ୍ରୀ ଚୌଧୁରୀଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି କର୍ମୀମାନେ ଆନନ୍ଦପୁର ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ସେମାନେ ଥାନା ଆଗରେ ବିକ୍ଷୋଭ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।

Bjp West Bengal TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe