Advertisment

ଅଖିଲେଶ ଯାଦବ ପୂଜାର୍ଚ୍ଚନା କରିବାରୁ ମନ୍ଦିରକୁ ଗଙ୍ଗା ପାଣିରେ ଧୋଇଲେ ବିଜେପି କର୍ମୀ

ବିଜେପି କର୍ମୀଙ୍କ ପକ୍ଷରୁ ମନ୍ଦିରକୁ ସଫା କରାଯାଇଛି। ସେମାନେ ପାଣି ଢାଳି ମନ୍ଦିରକୁ ଧୋଇଛନ୍ତି। ଏଥିସହ ଗଙ୍ଗା ପାଣି ପକାଇ ମନ୍ଦିରକୁ ପବିତ୍ର କରିଛନ୍ତି।

Akhilesh

Akhilesh

Advertisment

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଆଜି କନୌଜ ସ୍ଥିତ ସିଦ୍ଧପୀଠ ବାବା ଗୌରୀ ଶଙ୍କର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେ କନୌଜରେ ଆଜି ପ୍ରଚାର କରିବା ପୂର୍ବରୁ ନିଜ ସମର୍ଥକଙ୍କ ସହ ଯାଇ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

Advertisment

ତେବେ ସେ ପୂଜାର୍ଚ୍ଚନା କରିବା ପରେ ବିଜେପି କର୍ମୀଙ୍କ ପକ୍ଷରୁ ମନ୍ଦିରକୁ ସଫା କରାଯାଇଛି। ସେମାନେ ପାଣି ଢାଳି ମନ୍ଦିରକୁ ଧୋଇଛନ୍ତି। ଏଥିସହ ଗଙ୍ଗା ପାଣି ପକାଇ ମନ୍ଦିରକୁ ପବିତ୍ର କରିଛନ୍ତି। ସେମାନେ ମନ୍ଦିର ଧୋଇବା ବେଳର ଭିଡିଓ ସାମ୍ନାକୁ ଆସିଛି।

ଘଟଣା ଉପରେ ସଫେଇ ଦେଇ ବିଜେପି କହିଛି ଯେ ଅଖିଲେଶ ଯାଦବଙ୍କ ସହ କିଛି ମୁସଲିମ ନେତା ଚପଲ ପିନ୍ଧି ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏଥିପାଇଁ ମନ୍ଦିରରେ ଗଙ୍ଗା ପାଣି ପକାଇ ଏହାକୁ ପବିତ୍ର କରାଯାଇଛି।

Advertisment

ବିଜେପିର ସହର ସଭାପତି ଶିବେନ୍ଦ୍ର କୁମାର ଗୱାଲ କହିଛନ୍ତି, କିଛି ମୁସଲିମ ଓ ଅନ୍ୟ କର୍ମୀମାନେ ଅଖିଲେଶ ଯାଦବଙ୍କ ସହ କେବଳ ଚପଲ ପିନ୍ଧି ମନ୍ଦିରକୁ ଯାଇ ନଥିଲେ। ସେମାନେ ମନ୍ଦିର ପରିସରରେ ଛେପ ମଧ୍ୟ ପକାଇଥିଲା।

ଅଖିଲେଶ ଜଣେ ନିର୍ବାଚନୀ ହିନ୍ଦୁ। ସେ ମନ୍ଦିର ଭିତରକୁ ଗଲେ କୌଣସି ଅସୁବିଧା ନାହିଁ। କିନ୍ତୁ ତାଙ୍କ ସହ ଅଣ ସନାତନୀ ଭିତରକୁ ଯାଇଥିଲେ। ତେଣୁ ମନ୍ଦିରକୁ ପବିତ୍ର କରାଯାଇଛି ବୋଲି ସେ କହିଛନ୍ତି।

ଏହାର ଜବାବ ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ଦିଆଯାଇଛି। ସପା ନେତା ଆଇପି ସିଂହ ଏକ୍ସରେ ଲେଖିଛନ୍ତି, “ଅଖିଲେଶ ଯାଦବ ପଛୁଆ ବର୍ଗର ଲୋକ। ତେଣୁ ବିଜେପି ମନ୍ଦିର ପରିସରକୁ ଗଙ୍ଗା ଜଳରେ ଧୋଇଛି।

ଏହାପୂର୍ବରୁ ମଧ୍ୟ ବିଜେପି ପକ୍ଷରୁ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ବାସଭବନ ପାଇବା ପରେ ଗଙ୍ଗା ପାଣିରେ ଧୋଇଥିଲେ। ମନ୍ଦିରରେ ପଛୁଆ ବର୍ଗ, ଦଳିତ ଓ ବଞ୍ଚିତ ବର୍ଗର ଲୋକମାନଙ୍କର ପୂଜା କରିବାର ଅଧିକାର ନାହିଁ ବୋଲି ବିଜେପି ବିଶ୍ୱାସ କରେ। ଏଥିର ପିଡିଏ, ପଛୁଆ ବର୍ଗ, ଦଳିତ, ଶୋଷିତ ଓ ବଞ୍ଚିତ ଲୋକମାନେ ମିଳିତ ଭାବେ ବିଜେପିକୁ ଗାଦିଚ୍ୟୁତ କରି ଉପଯୁକ୍ତ ଜବାବ ଦେବେ।”

Bjp Akhilesh Yadav Uttar Pradesh Samajwadi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe