Advertisment

BJP କର୍ମକର୍ତ୍ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ BJD କର୍ମୀ!

ଗୋପ ବ୍ଲକ୍‌ ଏରବଙ୍ଗ ପଞ୍ଚାୟତାରେ ଆଜି ଆୟୋଜିତ ହେଉଥିଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ। ଏଥିରେ ଅତିଥିଭାବେ ନିମନ୍ତ୍ରିତ ହୋଇଥିଲେ ସ୍ଥାନୀୟ ବିଧ୍ୟାୟକ ସମୀର ରଞ୍ଜନ ଦାଶ

BJD

BJD

Advertisment

ବିଧାୟକଙ୍କୁ କଳା ପତାକା ଦେଖାଇବାରୁ BJP କର୍ମକର୍ତ୍ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ BJD କର୍ମୀ! ଯାହାଫଳରେ ବହୁ BJP କର୍ମକର୍ତ୍ତା ଆହତ ହୋଇଥିବା ଅଭିଯୋଗ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଘଟଣା ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରେ ଘଟିଛି। ଏନେଇ ବିଜେପି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisment

ଗୋପ ବ୍ଲକ୍‌ ଏରବଙ୍ଗ ପଞ୍ଚାୟତାରେ ଆଜି ଆୟୋଜିତ ହେଉଥିଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ। ଏଥିରେ ଅତିଥିଭାବେ ନିମନ୍ତ୍ରିତ ହୋଇଥିଲେ ସ୍ଥାନୀୟ ବିଧ୍ୟାୟକ ସମୀର ରଞ୍ଜନ ଦାଶ। ଶ୍ରୀ ଦାଶ ନିଜର ସମର୍ଥକଙ୍କ ସହ ଯାଉଥିବା ବେଳେ ରାସ୍ତାରେ ବିଜେପି ଯୁବ ବାହିନୀ କଳା ପତାକା ଦେଖାଇଥିଲେ। ତାଙ୍କ ଗସ୍ତକୁ ବିରୋଧ କରିଥିଲେ। ବିଜେପି କର୍ମକର୍ତ୍ତାଙ୍କ ଏପରି କାର୍ଯ୍ୟ ବିଜେଡି ଯୁବ ବାହିନୀ ବିରୋଧ କରିଥିଲା। ଯେଉଁଥିପାଇଁ ଉଭୟଙ୍କ ଭିତରେ ଠେଲାପେଲା ଓ ହୋ-ହଲ୍ଲା ହୋଇଥିଲା। ଉଭୟଙ୍କ ଭିତରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ବିଜେଡି କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଆକ୍ରମଣରେ ବହୁ ବିଜେପି ଯୁବ ବାହିନୀ କର୍ମକର୍ତ୍ତା ଆହତ ହୋଇଥିବା ଜଣାପଡ଼ିଛି।

ବିଜେପି ଓ ବିଜେଡି ଗଣ୍ଡଗୋଳ ଯୋଗୁ ରଣକ୍ଷେତ୍ର ପାଲଟିଥିଲା ଉକ୍ତ ରାସ୍ତା। ଆହତଙ୍କ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ବିଜେପି ପକ୍ଷରୁ ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଆକ୍ରମଣ କରିଥିବା ବିଜେଡି କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

Advertisment

ତେବେ ଆକ୍ରମଣ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ। 

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

BjD Puri Samir Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe