Advertisment

ପାଣି ପାଇଁ ଆନ୍ଦୋଳନ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ୍‌ର ପାଣି ମାଡ଼

ହରିୟାଣା ସରକାର ଠିକ ଭାବେ ଦିଲ୍ଲୀକୁ ପାଣି ଛାଡ଼ୁ ନଥିବାରୁ ଜଳ ସଙ୍କଟ ସ୍ଥିତି ଦେଖାଯାଇଥିବା ଆପ୍‌ ଅଭିଯୋଗ କରିଛି।

author-image
Hemant Lenka
Water Crisis

Water Crisis

ଦେଶର ରାଜଧାନୀ ଦିଲ୍ଲୀରେ ଏବେ ସାଂଘାତିକ ଜଳସଙ୍କଟ ଦେଖିବାକୁ ମିଳୁଛି। ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏହାକୁ ନେଇ କ୍ଷମତାସୀନ ଆପ୍ ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି। ଏସବୁ ଭିତରେ ଆଜି ଦିଲ୍ଲୀର ଜଳ ସଙ୍କଟ ସମସ୍ୟା ବିରୋଧରେ ବିଜେପି ପକ୍ଷରୁ ଜଳ ବୋର୍ଡ ଅଫିସ ଆଗରେ ଜୋରଦାର ବିକ୍ଷୋଭ କରାଯାଇଛି।

Advertisment

ସେମାନେ ପାଣି ପାଇଁ ଆନ୍ଦୋଳନ କରୁଥିବା ବେଳେ ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ପାଣି ମାଡ଼ କରି ଘଟଣାସ୍ଥଳରୁ ଘଉଡ଼ାଇବାକୁ ଚେଷ୍ଟା କରିଛି। ଏହାର ଦୃଶ୍ୟ ମଧ୍ୟ ଭାଇରାଲ ହେଉଛି। 

ଗୋଟିଏ ପଟେ ପାଣି ମିଳୁ ନଥିବା ବେଳେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ପାଣି ମାଡ଼ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ଼ କରିବା ଅପେକ୍ଷା ପୁଲିସ୍‌ ଲୋକଙ୍କୁ ସେହି ପାଣି ଯୋଗାଇ ଦେଇଥିଲେ ଭଲ ହୋଇଥଆନ୍ତା ବୋଲି ଅନେକ ମତ ରଖିଛନ୍ତି।

Advertisment

ହରିୟାଣା ସରକାର ଠିକ ଭାବେ ଦିଲ୍ଲୀକୁ ପାଣି ଛାଡ଼ୁ ନଥିବାରୁ ଜଳ ସଙ୍କଟ ସ୍ଥିତି ଦେଖାଯାଇଥିବା ଆପ୍‌ ଅଭିଯୋଗ କରିଛି। ସେହିପରି ଦିଲ୍ଲୀର ଜଳ ଯୋଗାଣ ମନ୍ତ୍ରୀ ଆତିଶୀ ମଧ୍ୟ ଅନଶନ ଆରମ୍ଭ କରିଛନ୍ତି। ତେବେ ଏହାକୁ ଏକ ଡ୍ରାମା ବୋଲି କହିଛି ବିଜେପି।

ଦଳର ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, “ଆପ ଦିଲ୍ଲୀରେ ୧୦ ବର୍ଷ ହେଲା କ୍ଷମତାରେ ରହିଛି। ସେମାନଙ୍କ ପାଖରେ ଦିଲ୍ଲୀ ଜଳ ବୋର୍ଡ ଓ ଏମସିଡି ରହିଛି। ସେମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛନ୍ତି। ଏବେ ସେମାନେ କ’ଣ ନିଜ ସରକାର ବିରୋଧରେ ବିକ୍ଷୋଭ କରୁଛନ୍ତି?

ବାସ୍ତବ କଥା ହେଲା, ସେମାନଙ୍କ ସହଯୋଗୀ କଂଗ୍ରେସ ମଧ୍ୟ ସ୍ୱୀକାର କରିଛି ଯେ ହରିୟାଣା ଏବେ ଅଧିକ ପାଣି ପଠାଉଛି। ରାଜ୍ୟ ଯେତିକି ପ୍ରତିଶ୍ରୁତି ଦେଇଥିଲା, ତା’ ଠାରୁ ଅଧିକ ପାଣି ଛାଡ଼ୁଛି। ସୁପ୍ରିମକୋର୍ଟ ମଧ୍ୟ ଏ ସମ୍ପର୍କରେ ଅବଗତ ରହିଛନ୍ତି।

ପାଣି ଟାଙ୍କର ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଅପେକ୍ଷା ସେମାନେ ଡ୍ରାମା ଓ ବିକ୍ଷୋଭ କରୁଛନ୍ତି। କାହିଁକି ସେମାନେ ପାଣି ଟାଙ୍କର ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି? ସେମାନଙ୍କୁ ପ୍ରତିଟି ପାଣି ଟାଙ୍କର ପିଛା କମିସିନ ମିଳିଥିବାରୁ ଏପରି କରାଯାଉଛି କି?”

ଅନ୍ୟପକ୍ଷରେ ଦିଲ୍ଲୀର ଜଳ ଯୋଗାଣ ମନ୍ତ୍ରୀ ଆତିଶୀଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ହରିୟାଣା ସରକାର ଦିଲ୍ଲୀ ଭାଗ ପାଣି ଛାଡ଼ୁ ନଥିବା ସେ ଅଭିଯୋଗ କରିଛନ୍ତି।

Delhi Water Crisis Delhi Water Crisis Delhi Water Crisis News