Advertisment

ଗଞ୍ଜାମରେ ପୁଣି ହିଂସା; BJD କର୍ମୀଙ୍କ ଆକ୍ରମଣରେ ୫ରୁ ଅଧିକ BJP କର୍ମୀ ଆହତ!

ଆଜି ସନ୍ଧ୍ୟା ବେଳେ ଢ଼ିଅପଢ଼ାଳ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁବାସ ଚନ୍ଦ୍ର ବରାଳ ବାଇକ୍‌ରେ ଯାଉଥିଲେ। ବେତାର ଛକ୍‌ରେ ତାଙ୍କୁ କିଛି ଯୁବକ ଅଟକାଇ ଅଜଥାରେ ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତିତର୍କ ଭିତରେ ସେମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Ganjam

Ganjam

ପୁଣି ଅଶାନ୍ତ ହେଲା ଗଞ୍ଜାମ। ଖଲ୍ଲିକୋଟରେ ଲାଗିଥିବା ନିର୍ବାଚନୀ ନିଆଁ ଲିଭିନଥିବା ବେଳେ ପୁଣି ଭଂଜନଗରରୁ ଉଠିଛି ଧୂଆଁ। ନିର୍ବାଚନୀ ହିଂସାରେ ୫ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି। ଭଞ୍ଜନଗର ଥାନା ବେତାର ଛକରେ ବିଜେଡି କର୍ମୀଙ୍କ ଆକ୍ରମଣରେ ୫ ବିଜେପି କର୍ମୀ ରକ୍ତାକ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଆଜି ସନ୍ଧ୍ୟା ବେଳେ ଢ଼ିଅପଢ଼ାଳ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସୁବାସ ଚନ୍ଦ୍ର ବାରାଡ ବାଇକ୍‌ରେ ଯାଉଥିଲେ। ବେତାର ଛକ୍‌ରେ ତାଙ୍କୁ କିଛି ଯୁବକ ଅଟକାଇ ଅଜଥାରେ ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତିତର୍କ ଭିତରେ ସେମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଚିତ୍କାର ଶୁଣି ସୁବାସଙ୍କୁ ସୁରକ୍ଷା ଦେବାକୁ ଆସିଥିଲେ ଗାଁ ଲୋକ। ହେଲେ ସେମାନେ ସୁବାସ ଓ ଗାଁ ଲୋକଙ୍କ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ମାଡ଼ ମାରିଥିବା ଅଭିଯୁକ୍ତମାନେ ବିଜେଡି କର୍ମୀ ବୋଲି ଜଣାପଡ଼ିଛି। ଏହି ଆକ୍ରମଣରେ ୫ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଞ୍ଜନଗର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଉତ୍ତ୍ୟକ୍ତ ଗାଁ ଲୋକ ଭଂଜନଗର-ଦଶପଲ୍ଲା ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଯାହାଫଳରେ ଗାଡ଼ି ଚଳାଚଳା ଠପ୍‌ ହୋଇଯାଇଛି। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି। ସେମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। ମାତ୍ର ଗାଁ ଲୋକ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଡି ବସିଛନ୍ତି।

Advertisment

ରିପୋର୍ଟ-ଭଞ୍ଜନଗରରୁ ରାଜେଶ ପଣ୍ଡା

BjD Bjp Ganjam General Election Ganjam Politics 2024 General Election