କଟକ: ଡିଜିପି ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା। ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଡିଜିପି ଅଫିସ୍ ଘେରିଲେ। ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ। ଏହି ଘଟଣାକୁ ନେଇ ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ଗିରଫ ଦାବି କରିଛନ୍ତି ଆଠଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ ବାରିକ। ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ଦିନ ଅଭିଳାଷ ପଣ୍ଡା ପ୍ରଚାର ସାରି ୪୦ରୁ ୫୦ ଜଣ କର୍ମୀଙ୍କ ସହ ଫେରୁଥିବା ବେଳେ ଚାନ୍ଦବାଲି ସସିତାଦେଇପୁର ନିକଟରେ ୧୦୦ଅଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅମିତ ଶାହଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଦେଲେ ଟିଏମସି ସାଂସଦ
ଅମିତ ଶାହଙ୍କ ବୟାନ ଡ ବିଆର ଆମ୍ବେଦକର ଛାଡ଼ି ଯାଇଥିବା ଛାପକୁ ଅପମାନିତ କରିଛି। ଏପରି ବୟାନ ଗୃହର ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଅମିତ ଶାହଙ୍କ ବୟାନ ସଂସଦର ଗାରିମାକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Politics
ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ ପାପର ତାଲିକା ଦେଲେ ମୋଦି
ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି କଂଗ୍ରେସ ତାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଚାଲିଛି। ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଆମ୍ବେଦକର ପ୍ରସଙ୍ଗରେ ଧୋଇଛନ୍ତି।
Politics
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି
ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ।
Politics
ଅଫିସରରାଜରେ ପଡ଼ିବ ପୂର୍ଣ୍ଣଚ୍ଛେଦ: ସାଂସଦ-ବିଧାୟକଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ସେଲ୍, ପ୍ରତିମାସରେ ହେବ ସମୀକ୍ଷା
ବିଜେଡି ଶାସନ କାଳରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବଳରେ ସରକାରୀ ଅଫିସରମାନେ ଧରାକୁ ସରା ମଣୁଥିଲେ । ଯେଉଁଥିପାଇଁ ବିଧାୟକ ଓ ସାଂସଦମାନଙ୍କୁ ବିଭିନ୍ନ ସମୟରେ ଅପମାନିତ ହେବାକୁ ପଡ଼ୁଥିଲା
Politics
ନିର୍ବାଚନ ପରାଜୟ ପରେ ପ୍ରଥମଥର ଫଡ଼ନାଭିସଙ୍କୁ ଭେଟିଲେ ଉଦ୍ଧବ ଠାକରେ
ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ଆଦିତ୍ୟ ଠାକରେଙ୍କ ମଧ୍ୟ ବାପାଙ୍କ ସହ ଏହି ବୈଠକରେ ଉପସ୍ଥିତ ରହିଥିଲେ।