Advertisment

ବଂଶଲ କହିବେ ୨୦୨୪ ବିଜୟ ପ୍ରସ୍ତୁତି ଯୋଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ମାଇଲ୍ ଷ୍ଟୋନ୍ ହାସଲ ପାଇଁ ହେବ ନୂଆ ରଣନୀତି। ୨୦୨୪ ନିର୍ବାଚନରେ ବିଜୟ ପାଇଁ ହିଁ ହେବ ଏକ ମାତ୍ର ଯୋଜନା। ଏଥିପାଇଁ ଆସନ୍ତାକାଲି ଠାରୁ ସମସ୍ତ ବିଜେପି ନେତାଙ୍କୁ ମନ୍ତ୍ରଣା ଦେବେ ନବ ନିଯୁକ୍ତ ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ। ଆସନ୍ତାକାଲି ଠାଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସେ ଆସୁଛନ୍ତି। ଦିନ ଗୋଟାଏରେ ସେ ଭୁବନେଶ୍ୱରରେ ପହଞ୍ଚବେ। ଓଡିଶା ଦାୟିତ୍ୱ ନେବାପରେ ତାଙ୍କର ଏହା ପ୍ରଥମ […]

author-image
Niranjan Mishra
ଅଦ୍ୟତନ ହୋଇଛି
ବଂଶଲ କହିବେ ୨୦୨୪ ବିଜୟ ପ୍ରସ୍ତୁତି ଯୋଜନା

bansal

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ମାଇଲ୍ ଷ୍ଟୋନ୍ ହାସଲ ପାଇଁ ହେବ ନୂଆ ରଣନୀତି। ୨୦୨୪ ନିର୍ବାଚନରେ ବିଜୟ ପାଇଁ ହିଁ ହେବ ଏକ ମାତ୍ର ଯୋଜନା। ଏଥିପାଇଁ ଆସନ୍ତାକାଲି ଠାରୁ ସମସ୍ତ ବିଜେପି ନେତାଙ୍କୁ ମନ୍ତ୍ରଣା ଦେବେ ନବ ନିଯୁକ୍ତ ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ। ଆସନ୍ତାକାଲି ଠାଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସେ ଆସୁଛନ୍ତି। ଦିନ ଗୋଟାଏରେ ସେ ଭୁବନେଶ୍ୱରରେ ପହଞ୍ଚବେ।

Advertisment

ଓଡିଶା ଦାୟିତ୍ୱ ନେବାପରେ ତାଙ୍କର ଏହା ପ୍ରଥମ କାର୍ଯ୍ୟକ୍ରମ। ଭୁବନେଶ୍ୱର ଏୟାର ପୋର୍ଟରେ ବିଜେପି ଶତାଧିକ କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିବେ। ଆସନ୍ତାକାଲି ଦଳର ସଭାପତି ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ସୁନୀଲ ବଂଶଲ ବିଭିନ୍ନ ବଷୟ ନେଇ ଅଲୋଚନା କରିବେ। ବିଶେଷ ଭାବେ ଦଳର ସ୍ଥିତି, ବିଜୟ ଓ ପରାଜୟରେ ସାଂଗଠନିକ ଭୂମିକା ଓ ୨୦୨୪ ନିର୍ବାଚନରେ ବିଜୟ ପାଇଁ କ’ଣ କରିବାକୁ ହେବ ସେନେଇ ସେ ସାଂଗଠନିକ ମୁଖିଆମାନଙ୍କୁ ମନ୍ତ୍ର ଦେବେ।

ଏହାପର ଦିନ ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ସେ ଜିଲ୍ଲା ଦାୟିତ୍ୱରେ ଥିବା ଦଳର ସଭାପତି, ସମ୍ପାଦକ ଓ ବରିଷ୍ଠ ନେତାଙ୍କୁ ଭେଟି ମନ୍ତ୍ରଣା ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

Advertisment

ଏହି ବୈଠକ ଉପରେ ବିଜେଡି ନେତାମାନେ ତିକ୍ଷ୍ଣ ନଜର ରଖିଥିବା ମଧ୍ୟ କୁହାଯାଉଛି। ବିଜେପିର ନୂଆ ଯୋଜନା ପ୍ରସ୍ତୁତ ପରେ ଏହାକୁ ଭଣ୍ଡୁର କରିବାକୁ ମଧ୍ୟ ବିଜେଡି ରାଜ୍ୟସ୍ତରୀୟ ବୈଠକ ଜରିଆରେ ପ୍ରୟାଶ କରିବ ବୋଲି ମଧ୍ୟ ସୂଚନା ମିଳିଛି।

ସୂଚନା ଥାଉକି, ସୁନୀଲ ବଂଶଲଙ୍କ ଗୁରୁତ୍ୱପୂର୍ଣ୍ଣ ରଣନୀତି ପାଇଁ ବିଜେପି ୨୦୧୪ ଉତ୍ତରପ୍ରଦେଶ ନିର୍ବାଚନକୁ ଜିତି ନେଇଥିଲା। ଯାହା ପରେ ସେ କେନ୍ଦ୍ର ବିଜେପି ରାଜନୀତିରେ ସକ୍ରିୟ ଭୂମିକା ନେଇଛନ୍ତି। ବିଜେପି ତାଙ୍କୁ ଗୁରୁପଦବୀ ସହ ଦାୟିତ୍ୱ ଦେଇଛି। ତାଙ୍କୁ ଦଳ ପକ୍ଷରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ୱ ଦେଇଛି। ଏହି ୩ ସ୍ଥାନରେ ବିଜେପି ସ୍ଥିତି ଅତ୍ୟନ୍ତ ଦୂର୍ବଳ ରହିଛି। ତେଣୁ ବଂଶଲଙ୍କ ଗୋଟି ଚାଳନା ଉପରେ ସମସ୍ତଙ୍କ ଦୃଷ୍ଟି ଆବଦ୍ଧ ହୋଇଛି।