ରାଜ୍ୟସଭାରେ ବିଜେପି ୮୬କୁ ଖସିଲା, ଏନଡିଏ ୧୦୧

ରାଜ୍ୟସଭାରେ ଥିବା ଦୁଇ ସ୍ୱାଧୀନ ସାଂସଦ, ଏଆଇଏଡିଏମକେ(୪) ଓ ୱାଇଏସ୍‌ଆର କଂଗ୍ରେସ(୧୧) ଚାହିଁଲେ କେନ୍ଦ୍ର ସରକାର ଆଗାମୀ ବଜେଟ ଅଧିବେଶନରେ ଯେକୌଣସି ବିଲ ରାଜ୍ୟସଭାରେ ପାସ କରାଇ ପାରିବେ।

RS

ରାଜ୍ୟସଭା

Hemant Lenka
  • Published: Monday, 15 July 2024
  • Updated: 15 July 2024, 04:30 PM IST

Sports

Latest News

ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୮୬କୁ ଖସିଛି। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏର ଆସନ ସଂଖ୍ୟା ମଧ୍ୟ ୧୦୧ ହୋଇଯାଇଛି। ଶନିବାର ବିଜେପି ସହ ଥିବା ରାଜ୍ୟସଭାର ୪ ମନୋନୀତ ସଦସ୍ୟ ଅବସର ନେବା ପରେ ଉଚ୍ଚ ସଦନର ଗଣିତ ବଦଳିଛି। ବର୍ତ୍ତମାନ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ୨୨୬ ଥିବା ବେଳେ ୧୯ଟି ଆସନ ଫାଙ୍କା ରହିଛି।

ବିଜେପି ଓ ଏନଡିଏର ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ରାଜ୍ୟସଭାରେ ଏବେ ବି କେନ୍ଦ୍ର ସରକାର ଚାହିଁଲେ, ଯେକୌଣସି ବିଲ୍‌ ପାସ୍‌ କରାଇବାକୁ ସକ୍ଷମ ହେବେ। ତେବେ ଏଥିପାଇଁ ଇଣ୍ଡିଆ ମେଣ୍ଟରେ ନଥିବା ଦଳଗୁଡ଼ିକର ସହାୟତା ନେବାକୁ ପଡ଼ିବ। ବିଲ୍‌ ପାସ୍‌ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩।

Also Read

ସେହିପରି ଯଥାଶୀଘ୍ର ୪ ମନୋନୀତ ସଦସ୍ୟଙ୍କ ଆସନକୁ ପୂରଣ କରାଗଲେ ବିଜେପିକୁ ବିଲ୍‌ ପାସ୍‌ ପାଇଁ ଆଉ କୌଣସି ଦଳ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

ଶନିବାର ରାକେଶ ସିହ୍ନା, ରାମ ଶକାଲ, ସୋନାଲ ମାନସିଂହ ଓ ମହେଶ ଜେଠମଲାନି ରାଜ୍ୟସଭାରୁ ଅବସର ନେଇଛନ୍ତି। ସେମାନଙ୍କୁ ମନୋନୀତ ସଦସ୍ୟ ଭାବେ ରାଜ୍ୟସଭାକୁ ପଠାଯାଇଥିଲା। ସେଠାରେ ସେମାନେ ବିଜେପିକୁ ସମର୍ଥନ କରିଥିଲେ।

ସେହିପରି ଆଉ ଜଣେ ମନୋନୀତ ସଦସ୍ୟ ହେଲେ ଗୁଲାମ ଅଲୀ। ସେ ମଧ୍ୟ ବିଜେପି ସହ ରାଜ୍ୟସଭାରେ ରହିଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୮ ସେପ୍ଟେମ୍ବରରେ ଶେଷ ହେବ।

ରାଷ୍ଟ୍ରପତି ରାଜ୍ୟସଭାକୁ ୧୨ ଜଣ ସଦସ୍ୟଙ୍କୁ ସରକାରଙ୍କ ପ୍ରସ୍ତାବ ଅନୁସାରେ ମନୋନୀତ କରନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ବିଜେପି ସହ କୌଣସି ପ୍ରକାରର ସିଧାସଳଖ ହାତ ମିଳାଇ ନାହାନ୍ତି। କିନ୍ତୁ ଏହି ସଦସ୍ୟମାନେ ପରୋକ୍ଷରେ ସରକାରଙ୍କୁ କୌଣସି ସଂକଳ୍ପ କିମ୍ବା ବିଲ୍‌ ପାସ୍‌ କରାଇବାରେ ସାଧାରଣତଃ ସହଯୋଗ କରନ୍ତି।

ବର୍ତ୍ତମାନ ଉଚ୍ଚ ସଦନରେ ୧୯ଟି ଆସନ ଖାଲି ପଡ଼ିଛି। ଜମ୍ମୁ-କଶ୍ମୀରର ୪, ମନୋନୀତ ବର୍ଗର ୪ ଓ ୮ ରାଜ୍ୟର ୧୧ଟି ଆସନରେ କୌଣସି ସଦସ୍ୟ ନାହାନ୍ତି। ଏହି ୧୧ଟି ଆସନ ମଧ୍ୟରୁ ଗତ ଲୋକସଭା ନିର୍ବାଚନ ବେଳେ ୧୦ଟି ଆସନ ଖାଲି ହୋଇଥିଲା। ସେହିପରି ବିଆରଏସ୍‌ର କେ କେଶବ ରାଓ ଇସ୍ତଫା ଦେଇ କଂଗ୍ରେସରେ ମିଶିଛନ୍ତି।

ସମ୍ଭବତଃ ଆଗାମୀ ମାସରେ ଏହି ୧୧ଟି ରାଜ୍ୟସଭା ଆସନ ପାଇଁ ଭୋଟ ହେବ। ଏହା ମଧ୍ୟରୁ ଏନଡିଏ ୮ଟି ଓ ଇଣ୍ଡିଆ ମେଣ୍ଟ ୩ଟି ଆସନ ଜିତିବା ଏକପ୍ରକାରର ନିଶ୍ଚିତ। ତେଲଙ୍ଗାନାର ଗୋଟିଏ ଆସନ କଂଗ୍ରେସ ଖାତକୁ ଗଲେ ରାଜ୍ୟସଭାରେ ଦଳର ସାଂସଦଙ୍କ ୨୭ରେ ପହଞ୍ଚିବ। ଏହା ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ ଆବଶ୍ୟକ ଆସନ ଠାରୁ ୨ ଅଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story