Advertisment

ବ୍ଲାକ୍ ରୋଜ ବୁଡ଼ି: ସିବିଆଇ ତଦନ୍ତକୁ ସମ୍ମତି ଦେବେ କି ମୋହନ ସରକାର?

ବ୍ଲାକ୍ ରୋଜ ଜାହାଜର ମାଲିକ ହେଉଛନ୍ତି ସିଙ୍ଗାପୁରର ପାକମାର ସିପିଙ୍ଗ କମ୍ପାନୀର ଏମଡି ସିତକି କୋକ। କ୍ରାଇମ୍ ବ୍ରାଂଚ୍ ତାଙ୍କୁ କୋର୍ଟ ଜରିଆରେ ସିଙ୍ଗାପୁରରୁ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲା

ଅଦ୍ୟତନ ହୋଇଛି
Black Rose

Black Rose

Advertisment

୨୦୦୯ ସେପ୍ଟେମ୍ବର ୯ ତାରିଖ। ପାରାଦୀପ ବନ୍ଦରର ୫ କିମି ଦୂରରେ ବୁଡ଼ିଗଲା ବ୍ଲାକ ରୋଜ୍ ଜାହାଜ। ଓଡ଼ିଶାରେ ବେଆଇନ ଲୁହାପଥର ଚୋରା ଚାଲାଣ ବଢ଼ିଥିବା ବେଳେ ଏହି ଜାହାଜରେ ଓଡ଼ିଶାରୁ ଚୀନ ଯାଉଥିଲା ଚୋରା ଲୁହାପଥର। ଜାହାଜରେ ବେଆଇନ କାଗଜପତ୍ରରେ ଯାଉଥିଲା ୨୩,୮୪୩ ଟନ୍ ଚୋରା ଲୁହାପଥର। ପୂର୍ବରୁ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଦୁଇଟି ଆବେଦନର ଶୁଣାଣି ଚାଲିଥିବାବେଳେ ରାଜ୍ୟ ସରକାର ସହଯୋଗ ନ କରିବାରୁ ତଦନ୍ତ ଆଗେଇ ପାରିଲା ନାହିଁ ବୋଲି ସିବିଆଇ ସୂଚନା ଅଧିକାର ଆଇନରେ ଦର୍ଶାଇଥିଲା। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପୁଣି ଥରେ ୨୦୨୩ ଅଗଷ୍ଟ ୩୦ରେ ହାଇକୋର୍ଟରେ ମାମଲା କଲା ପରେ ଗତ ଏପ୍ରିଲ ୧୫ ତାରିଖର ଶୁଣାଣିରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ, ପାରାଦୀପ ପୋର୍ଟ ଟ୍ରଷ୍ଟ ଓ ସିବିଆଇ ଏହାର ତଦନ୍ତ ପାଇଁ ସମ୍ମତି ଜଣାଇଛନ୍ତି। ସେତେବେଳେ ରାଜ୍ୟରେ ବିଜେଡି ସରକାର ଥିବାରୁ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇନଥିବା ଅଭିଯୋଗ ହୋଇଛି। ଏବେ ବିଜେପି ସରକାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ଅନୁମତି ଦିଅନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ।

Advertisment

ବ୍ଲାକ୍ ରୋଜ ଜାହାଜର ମାଲିକ ହେଉଛନ୍ତି ସିଙ୍ଗାପୁରର ପାକମାର ସିପିଙ୍ଗ କମ୍ପାନୀର ଏମଡି ସିତକି କୋକ। କ୍ରାଇମ୍ ବ୍ରାଂଚ୍ ତାଙ୍କୁ କୋର୍ଟ ଜରିଆରେ ସିଙ୍ଗାପୁରରୁ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଜାହାଜରେ ଲହୁାପଥର ବୋହୁଥିବା ଓଡ଼ିଶାର ଦୁଇ କମ୍ପାନୀ ଥିଲେ- ଏ ବି ମିନେରାଲ୍ସ ଆଣ୍ଡ୍ ରିସୋର୍ସେସ୍ ଏବଂ ରେକଟର ମାଇନ୍ସ। ଚୋରା ଚାଲାଣ ବେଳେ ବୁଡ଼ି ଯାଇଥିବା ଜାହାଜରୁ ସମୁଦ୍ରରେ ଖେଳିଯାଇଥିଲା ଜାହାଜର ଇନ୍ଧନ । ଚୋରା ଚାଲାଣକାରୀ ଖସିଯାଇଥିବାବେଳେ ସାମୁଦ୍ରିକ ପରିବେଶ ପ୍ରତି ବିପଦ ସୃଷ୍ଟି ହେବାରୁ ପାରାଦୀପ ପୋର୍ଟ ଟ୍ରଷ୍ଟ ସମୁଦ୍ରରୁ ତେଲ କାଢ଼ିବାରେ ୧୭.୬୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେତେବେଳେ ଏହି ଚୋରା ଲୁହାପଥର ଚାଲାଣ ପଛରେ ଶାସକ ବିଜେଡି ଦଳ ଲୋକ ଥିଲେ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରିଥିଲେ, ହେଲେ ତଦନ୍ତ ନହେବାରୁ ଲୁହାପଥର ଚୋରା ଚାଲାଣକାରୀ ଦଣ୍ଡ ପାଇଲେ ନାହିଁ।

Press Meetସାମ୍ବାଦିକ ସମ୍ମିଳନୀ

ଅନ୍ୟପଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଅଧିକାରୀଙ୍କୁ ରାଜ୍ୟବ୍ୟାପୀ ଚାର୍ଟଡ ଫ୍ଲାଇଟ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ସେ ନେଇ ସୂଚନା ଅଧିକାର ଆଇନରେ ତଥ୍ୟ ମିଳୁନାହିଁ କହିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ସେହିଭଳି ଲକ୍ଷ୍ମୀ ବସ ସେବାରେ ୩,୧୭୮ କୋଟି ଖର୍ଚ୍ଚ ହୋଇଥିଲେ ବି ସେ ସଂପର୍କରେ ସବିଶେଷ ତଥ୍ୟ ମିଳୁନାହିଁ। ସୂଚନା ଅଧିକାର ଆଇନରେ ତଥ୍ୟ ନଦେଲେ ଆସନ୍ତା ୨୪ ତାରିଖରେ ଖାରବେଳ ଭବନ ଆଗରେ ଧାରଣା ଦିଆଯିବ ବୋଲି ଘୋଷଣା କରିଛି ଅଭିଯାନ।

Advertisment

ରିପୋର୍ଟ, ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ 

Black Rose
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe