Advertisment

ଧମକ ଦେଉଛନ୍ତି, ବିଜେଡି ସଭାକୁ ଲୋକ ଆଣିବାକୁ କହୁଛନ୍ତି ବିଏଲ୍‌ଓ!

ଯାଜପୁର ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି କୋରେଇ। ଏଠାରେ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ମାଆ। ବବି ସମ୍ୱଲପୁରରେ ପ୍ରଚାରରେ ବ୍ୟସ୍ତ ଥିବାରୁ କୋରେଇରେ ଅଧିକ ସମୟ ପ୍ରଚାର କରିପାରି ନାହାନ୍ତି।

ଅଦ୍ୟତନ ହୋଇଛି
BJD

BJD

Advertisment

ବୋଧହୁଏ ବିଜେଡି ସଭାକୁ ଲୋକ ଆସୁନାହାନ୍ତି! ସେଥିପାଇଁ ସରକାରୀ କଳକୁ ଲଗାଇଛି ବିଜେଡି! ଯାଜପୁରରେ ବିଜେଡି ସଭା ପାଇଁ ଲୋକ ଯୋଗାଡ଼ କରିବାରେ ଲାଗିଛନ୍ତି ବ୍ଲକ ଗୋଷ୍ଠୀ ଜୀବିକା ସଂଯୋଜିକା। ଲୋକ ଆଣିବା ପାଇଁ ସେ ଏସ୍‌ଏଚ୍‌ଜି ମହିଳାଙ୍କୁ ଫୋନ୍‌ କରି ଧମକ ଦେଉଥିବା ଅଭିଯୋଗ ହେଉଛି। ଯାହାର ଅଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅଡିଓ ଭରାଇଲ୍‌ ହେବା ପରେ ସରଗରମ ହୋଇଛି ଯାଜପୁର ବିଜେଡି ରାଜନୀତି।

Advertisment

ଯାଜପୁର ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି କୋରେଇ। ଏଠାରେ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ମାଆ। ବବି ସମ୍ୱଲପୁରରେ ପ୍ରଚାରରେ ବ୍ୟସ୍ତ ଥିବାରୁ କୋରେଇରେ ଅଧିକ ସମୟ ପ୍ରଚାର କରିପାରିନାହାନ୍ତି। ଯେଉଁଥିପାଇଁ ବିଜେଡିର ନିର୍ବାଚନୀ ସଭାରେ ଲୋକ ହେଉନାହାନ୍ତି। ଯାହାକୁ ନେଇ ଅଡୁଆରେ ପଡ଼ି ଯାଉଥିଲା ବିଜେଡି। ଏମିତି ହେଲେ ମତଦାନ ବିଭ୍ରାଟ୍‌ ହେବା ଆଶଙ୍କା କରି ସରକାରୀ କଳକୁ ବିଜେଡି ଲଗାଇଥିବା ଅଭିଯୋଗ ହେଉଛି।

ଶୁଣିବାକୁ ମିଳୁଛି କୋରାଇ ବ୍ଲକ୍‌ ଗୋଷ୍ଠୀ ଜୀବିକା ସଂଯୋଜିକା(BLO) ସରୋଜିନୀ ଦାସ ବିଜେଡି ସଭା ପାଇଁ ଲୋକ ଯୋଗାଡ଼ କରିବାରେ ଲାଗିଛନ୍ତି। ମାଡ଼ାମ ଅଫିସ୍‌ କାମ ଛାଡ଼ି ଏସ୍‌ଏଚ୍‌ଜି ମହିଳାଙ୍କୁ ଫୋନ୍‌ କରି ବିଜେଡି ସଭାକୁ ଲୋକଙ୍କୁ ଧରି ଯିବା ପାଇଁ କହୁଥିବାର ଏକ ଅଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଖୋଲମ୍‌ ଖୋଲା ମହିଳାଙ୍କୁ ଧମକ ଦେଉଥିବା ଶୁଣିବାକୁ ମିଳୁଛି। .....

Advertisment

ଏସ୍‌ଏଚ୍‌ଜି ମହିଳା- ମାଡାମ୍‌ କ’ଣ ସବୁ ଇସି ମେମ୍ୱର ଯିବେ?

BLO - ଅଟୋ କରି ଆସିଲେ ୨ରୁ ୩ ଜଣ ଆସିବ। ... ସେଠାରୁ ତିଳୋତ୍ତମା, ଛବି, ସସ୍ମିତା ମହାପାତ୍ର ଆସିବେ।

ଏସ୍‌ଏଚ୍‌ଜି ମହିଳା- ମାଡାମ କଣ ଲକ୍ଷ୍ମୀପ୍ରୀୟା ଆସିବ କି?

BLO- ଲକ୍ଷ୍ମୀପ୍ରୀୟ କ’ଣ ତୁମ ମଞ୍ଚର? ସିଏ ଆସିବ ଯଦି ଆସୁ। ହଁ- ଆମର ଚାନ୍ଦମାଳ ପଡ଼ିଆ ବଦଳରେ ଧନେଶ୍ୱର ପଡ଼ିଆରେ ହେବ ସଭା। ସେଥିରେ ଯୋଗଦେବା ପାଇଁ କେତେ ଲୋକ ଆସିବେ? କାହିଁତ ଫାଇନାଲ୍‌ ଲିଷ୍ଟ ଦେଲନାହିଁ।

ଏସ୍‌ଏଚ୍‌ଜି ମହିଳା-ଇଏ ଯେମିତି ଗରମ ହେଉଛି କେହି ଯିବା ପାଇଁ ରାଜି ହେଉନାହାନ୍ତି?

BLO- ଅପରାହ୍ନ ୪ଟା ବେଳେ କ’ଣ ଗରମ ଓ ଗୁଳୁଗୁଳି ହେଉଛି? ସେମାନେ କ’ଣ ପାଇଁ ଆସିବାକୁ ରାଜି ହେଉନାହାନ୍ତି?

ଏସ୍‌ଏଚ୍‌ଜି ମହିଳା- ଇସି ମେମ୍ୱରମାନେ ରାଜି ହେଉଛନ୍ତି। କିନ୍ତୁ ଗ୍ରୁପ୍‌ ମେମ୍ୱରମାନେ ରାଜି ହେଉନାହାନ୍ତି।

BLO- ଯଦି ଆସିବାକୁ ମନାକରୁଛନ୍ତି, ତାହାହେଲେ ଦରମା କ’ଣ ପାଇଁ ଦେଉଛୁ? ଏହା ପରେ ଦରମା କଥା ଭୁଲି ଯିବ। ଯଦି ଲୋକଙ୍କୁ ମୋଟିଭେଟ୍‌ କରିପାରିବନି ଓ ଲୋକଙ୍କୁ ମୋବିଲାଇଜ୍‌ କରିପାରିବନି, ତାହାହେଲେ ତୁମେ ରହିବ କ’ଣ ପାଇଁ? ଜାଣିପାରୁଛ ତ ଏହା ପରେ କଣ ହେବ? କେଉଁ ମଞ୍ଚକୁ କେଉଁ ଇସି କେତେ ଲୋକଙ୍କୁ ଆଣୁଛନ୍ତି, ସେମାନେ ସବୁ କଥା ଲେଖି ରଖୁଛନ୍ତି। ଏ କଥା ସମସ୍ତେ ମନେ ରଖିବା ଦରକାର। ଇଏ ଅଶୋକ ବଳ ନୁହେଁଲୋ ମାଆ, ସବୁ ମନେ ରଖିଥିବ। ଯେଉଁ ଇସି ମେମ୍ୱର ଅଧିକ ଆଣିବ, ସେହି ହିସାବରେ ତାଙ୍କୁ ଟଙ୍କା ଦିଆଯିବ।

ଏସ୍‌ଏଚ୍‌ଜି ମହିଳା- ଆମ ଗାଁରେ ଦୁଇ ପାର୍ଟି ରହିଛନ୍ତି। ସେମାନେ ଆମକୁ ଜଗୁଛନ୍ତି।

BLO- ତୁମେ ପରା ଇଲେକ୍ଟେଡ୍‌ ପରସନ୍‌। ତୁମେମାନେ କ’ଣ ଚାକିରି କରିଛ କି?

ଏସ୍‌ଏଚ୍‌ଜି ମହିଳା- ହଁ ସତକଥା। ଆମେ ଚାକରି କରିନୁ। କିନ୍ତୁ ମହିଳାମାନେ ଗ୍ରୁପ୍‌ ହୋଇ ଗଲେ ସନ୍ଦେହ କରି ପଚାରୁଛନ୍ତି।

BLO- ତା’ପରେ ତୁମ ଚାକିରି ଗଲେ କାହାକୁ ଡ଼ରିବ? ସିଏ କ’ଣ ତୁମକୁ ପୋଷିବେ ଆସି? ମରିବ ସବୁ। ତୁମେ ଯାହା କରୁଛ କର। ତୁମେ ୧୦୦ ନିଅ, ୨୦୦ ନି ବା ୫୦୦ ନିଅ। କିନ୍ତୁ ଫାଇନାଲ୍‌ ଲିଷ୍ଟ ଦିଅ।

BjD Jajpur General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe