Advertisment

ବିଜେଡି ପାଇଁ ଟଙ୍କା ବାଣ୍ଟୁଛନ୍ତି ବ୍ଲକ ଅଧ୍ୟକ୍ଷା!

ଟାଙ୍ଗୀ ବ୍ଲକ ବଡ଼ପାରି ପଞ୍ଚାୟତ ଭୋବରା ଗାଁରେ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ଟଙ୍କା ବାଣ୍ଟୁଥିବାର ଗାଁ ଲୋକ ଅଭିଯୋଗ କରିଛନ୍ତି।

author-image
Biswajit Samal
Police

Police

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ମତଦାନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ସମସ୍ତ କଳବଳ କୌଶଳ ଲଗାଇ ଦେଇଛି। ଏହାରି ଭିତରେ ବିଜେଡି ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଆଜି ଟାଙ୍ଗୀ ବ୍ଲକ ବଡ଼ପାରି ପଞ୍ଚାୟତ ଭୋବରା ଗାଁରେ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା ଟଙ୍କା ବାଣ୍ଟୁଥିବାର ଗାଁ ଲୋକ ଅଭିଯୋଗ କରିଛନ୍ତି। ବ୍ଲକ ଅଧ୍ୟକ୍ଷା ଜଣଙ୍କ ଘରେ ବସିଥିବା ବେଳେ ଗାଁ ଲୋକେ ସେଠାକୁ ଯାଇ ତାଙ୍କୁ ଘେରାଉ କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତାଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସେଠାରାରୁ ଘରକୁ ଯିବାକୁ ବ୍ଲକ ଅଧ୍ୟକ୍ଷାଙ୍କୁ କହିଥିଲା ପୁଲିସ। ହେଲେ ପୁଲିସ ବ୍ଲକ ଅଧ୍ୟକ୍ଷାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଛାଡ଼ିଦେବାରୁ। ଟାଙ୍ଗୀ ବ୍ଲକରେ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Election Odisha Assembly Election 2024