Advertisment

ବିଜେପିରେ ମିଶିଲେ ବ୍ଲକ୍‌ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ

ବିଜେଡି ଛାଡ଼ିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ। ସେ ଅଭିଯୋଗ କରିଛନ୍ତି, ନିର୍ବାଚନରେ ପରାଜିତ ହେବା ପରଠୁ ବିଜେଡି ଆଉ ଲୋକଙ୍କ ସହ ରହୁନି।

BJP

BJP

Advertisment

ବିଜେପିରେ ମିଶିଲେ ଗଁଦିଆ ବ୍ଲକ୍‌ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡି ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସରକାରୀ ବାସ ଭବନଠାରେ ସେ ବିଜେପିରେ ସାମିଲ୍‌ ହୋଇଛନ୍ତି। ଶ୍ରୀ ପାତ୍ର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି। ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପଦ୍ମ ଧରିଛନ୍ତି।

Advertisment

ବିଜେଡି ଛାଡ଼ିବା ପଛରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦାୟୀ କରିଛନ୍ତି ରୀନା ରାଣୀ। ସେ ଅଭିଯୋଗ କରିଛନ୍ତି, ନିର୍ବାଚନରେ ପରାଜିତ ହେବା ପରଠୁ ବିଜେଡି ଆଉ ଲୋକଙ୍କ ସହ ରହୁନି। ଲୋକଙ୍କ ସମସ୍ୟା ନେଇ ବାରମ୍ବାର ସୁଧୀର ସାମଲକୁ ଜଣାଇ ଥିଲେ ମଧ୍ୟ ସେ କିଛି ଶୁଣୁ ନାହାନ୍ତି ବୋଲି ରୀନା କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଁ ଦଳ ବିରୋଧୀ କାର୍ଯ୍ୟକ୍ରମ କ’ଣ କରିଛି? ଲେଖିଦେଲେ ହେବନି। ତାହାର ପ୍ରମାଣ ଦେବାକୁ ପଡ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିର୍ବାଚିତ ହୋଇଥିଲି। ବିଜେଡି ପାଇଁ ବହୁ କାର୍ଯ୍ୟ କରିଛି। ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବିରୋଧରେ ସଂଘର୍ଷ କରିଛି। କିନ୍ତୁ ଆଜି ଏପରି ନିଷ୍ପତ୍ତି କାହିଁକି ନେଲି, ସେ ସମ୍ପର୍କରେ ମୋ ଅପେକ୍ଷା ପୂର୍ବତନ ବିଧାୟକ ନିଧି ସାମଲ(ସୁଧୀର ସାମଲ) କହିପାରିବେ ବୋଲି ରୀନା କହିଛନ୍ତି।

Advertisment

ରୀନା ଆହୁରି କହିଛନ୍ତି, ଲୋକଙ୍କ ସେବା ଓ ବ୍ଲକର ଉନ୍ନତି କରିବା ପାଇଁ ରାଜନୀତିକୁ ଆସିଥିଲି। ହେଲେ ଆମେ ସମସ୍ତେ ଥାଇ ଲୋକଙ୍କ ସେବା କରିପାରିଲୁ ନାହୁଁ। ଗଁଦିଆରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିଲା ନାହିଁ। ଲୋକମାନେ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ବିଜେଡିର କୌଣସି ନେତା ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି। ଲୋକଙ୍କ ସମସ୍ୟା ସମ୍ପର୍କରେ ଅନେକ ବାର ସୁଧୀର ଭାଇଙ୍କୁ କହିଥିଲି। ବ୍ଲକ ଆସି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଅନୁରୋଧ କରିଥିଲି। ହେଲେ ସେ ଆସିଲେ ନାହିଁ। ତାହାହେଲେ ଅପଣମାନେ କୁହନ୍ତୁ, ଆଜି ମୁଁ ଯାହା କରିଛି ତାହା ଠିକ୍‌ ନା ଭୁଲ୍‌ ବୋଲି ରୀନା ରାଣୀ ପ୍ରଶ୍ନ କହିଛନ୍ତି।

ରୀନାଙ୍କ ଅଭିଯୋଗ ନେଇ ସୁଧୀର ସାମଲଙ୍କ ପ୍ରତିକ୍ରିୟା ମିଳିନାହିଁ।

ସେପଟେ ରୀନାଙ୍କୁ ବିଜେପିରେ ମିଶାଇଥିବା ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ରୀନାରାଣୀଙ୍କ ଯୋଗଦାନ ଆମକୁ ଶକ୍ତିଶାଳୀ କରିବ।

BjD Bjp Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe