Advertisment

ନବୀନଙ୍କୁ ଭେଟିଲେ ମେଳି ବାନ୍ଧିଥିବା ବିଏମ୍‌ସି କର୍ପୋରେଟର

ଗୋଟିଏ ପଟେ ଅମରେଶ ଓ ବିରଞ୍ଚିଙ୍କୁ ଦଳ ପକ୍ଷରୁ ସୋ-କଜ୍ ନୋଟିସ୍ ଜାରି ହୋଇଥିବା ବେଳେ ଆଜି ତାଙ୍କ ବିରୋଧରେ ମେଳି କରିଥିବା କର୍ପୋରେଟର ନବୀନଙ୍କୁ ଭେଟିବା ଘଟଣା ଅଧିକ ଚର୍ଚ୍ଚାର ପରିସରକୁ ଆସିଛି।

author-image
Manoranjan Sial
BMC

BMC

ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମେଳି କରିଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ପୋରେଟର। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲିବାକୁ ନିମନ୍ତ୍ରଣ ଦେବା ଆଳରେ ସେମାନେ ନବୀନଙ୍କୁ ସାକ୍ଷାତ କରିଛନ୍ତି। ଏହି କର୍ପୋରେଟରମାନେ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ବିରୋଧ କରିଥିଲେ। ଏହାପରେ ସେମାନେ ଏକାଠି ହୋଇ ଗୋଟିଏ ବସ୍‌ରେ ପୁରୀ ଲୋକନାଥ ମନ୍ଦିର ଯାଇଥିଲେ। ଯାହାକୁ ନେଇ ରାଜଧାନୀ ରାଜନୀତି ତେଜିଥିଲା। ହେଲେ ମେୟରଙ୍କୁ ଦେଖିବାକୁ ମିଳିନଥିଲା।

Advertisment

ଗୋଟିଏ ପଟେ ଅମରେଶ ଓ ବିରଞ୍ଚିଙ୍କୁ ଦଳ ପକ୍ଷରୁ ସୋ-କଜ୍ ନୋଟିସ୍ ଜାରି ହୋଇଥିବା ବେଳେ ଆଜି ତାଙ୍କ ବିରୋଧରେ ମେଳି କରିଥିବା କର୍ପୋରେଟର ନବୀନଙ୍କୁ ଭେଟିବା ଘଟଣା ଅଧିକ ଚର୍ଚ୍ଚାର ପରିସରକୁ ଆସିଛି।

ନବୀନଙ୍କୁ ଭେଟିବା ପରେ କର୍ପୋରେଟର ମହାମାୟା ସ୍ଵାଇଁ କହିଛନ୍ତି, ଆଜି କୌଣସି ବୈଠକ ହୋଇନଥିଲା। ଆମେ ସବୁ କର୍ପୋରେଟର ଦଶହରା ଶୁଭେଚ୍ଛା ଦେବାକୁ ଆସିଥିଲୁ। ଯେହେତୁ ପ୍ରଥମ କରି ନବୀନ ପଟ୍ଟନାୟକ ଗଣେଶ ମଣ୍ଡପ ବୁଳିବାକୁ ଯାଇଥିଲେ, ତେଣୁ ଆମେ ଦଶହରା ଶୁଭେଚ୍ଛା ଦେବାକୁ ଯାଇଥିଲୁ। ସିଏ ମଧ୍ୟ ଆମକୁ ଦଶହରା ଶୁଭେଚ୍ଛା ଜଣାଇଲେ। ତା’ଛଡ଼ା ଅନ୍ୟ କୌଣସି ଆଲୋଚନା ହୋଇନାହିଁ ବୋଲି ମହାମାୟା ସ୍ଵାଇଁ କହିଛନ୍ତି।

Advertisment
Bhubaneswar BjD Naveen Patnaik