ନବୀନ ନିବାସରେ ପାଣ୍ଡିଆନଙ୍କ ଆଗରେ ବବି-ଡ୍ୟାନି ତୁତୁମେମେ, ନବୀନ କଲେ ହସ୍ତକ୍ଷେପ

ସ୍ଥିତି ପାଣ୍ଡିଆନଙ୍କ ନିୟନ୍ତ୍ରଣକୁ ବାହାରକୁ ପଳାଇଥିଲା ଓ ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିବା ସହ ଡ୍ୟାନିଙ୍କ ଦାବିକୁ ସମର୍ଥନ କରିଥିଲେ । ଆଉ ବବି ଚାହୁଁଥିବା କାର୍ଯ୍ୟ ହେବନି ବୋଲି ସ୍ପଷ୍ଟ କରିଦେଇଥିଲେ । ନବୀନଙ୍କ ଗରମ ମିଜାଜ୍ ଦେଖିବାପରେ ବବି ନିରବ ରହିଥିବା ସୂଚନା ମିଳିଛି ।

Pranab And Pritiranjan PhotoOR

ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼େଇ

Ordigital Desk
  • Published: Saturday, 20 July 2024
  • Updated: 20 July 2024, 06:17 PM IST

Sports

Latest News

ବିଜେଡିର ୨୪ବର୍ଷର ସରକାରର ପତନ ପରେ ଦଳରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି । ନବୀନ ନିବାସରେ ଯାଜପୁର ଜିଲ୍ଲାର ଦୁଇ ବିଜେଡି ନେତା ପ୍ରଣବପ୍ରକାଶ ଦାସ(ବବି) ଓ ପ୍ରୀତିରଞ୍ଜନ ଘଡ଼େଇ(ଡ୍ୟାନି) ହାତାହାତି ହେବା ଘଟଣା ଏବେ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଉପସ୍ଥିତିରେ ବବି-ଡ୍ୟାନି ‘ତୁତୁମେମେ’ ହେବାପରେ ପରିସ୍ଥିତି ଅଣାୟତ୍ତ ହେବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଆଉ ପାଣ୍ଡିଆନଙ୍କ ଛତ୍ରଛାୟାରେ ରହି ‘ଧରାକୁ ସରା ମଣୁଥିବା’ ବବିଙ୍କୁ ନିରାଶ ହେବାକୁ ପଡ଼ିଛି ଓ ଡ୍ୟାନିଙ୍କ ଦାବିକୁ ନବୀନ ଗ୍ରହଣ କରିନେଇଥିବା ଜଣାପଡ଼ିଛି ।

ନବୀନ ନିବାସ ସୂତ୍ର ଅନୁସାରେ, ଯାଜପୁର ଜିଲ୍ଲାର ଦୁଇ ନେତା ବବି ଓ ଡ୍ୟାନିଙ୍କୁ ଡକାଇ ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ପାଣ୍ଡିଆନ ସମାଧାନ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ପାଣ୍ଡିଆନଙ୍କ ସମ୍ମୁଖରେ ଦୁଇ ନେତା ପରସ୍ପର ବିରୋଧରେ ବର୍ଷିବା ସହ ତୁତୁମେମେ ଏପରିକି ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା । ଗତ ନିର୍ବାଚନରେ ସୁକିନ୍ଦା ଓ କୋରୋଇରେ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ଉଭୟ ପକ୍ଷରୁ ହୋଇଥିବା ଷଡ଼ଯନ୍ତ୍ରକୁ ନେଇ ମଧ୍ୟ ଦୁଇ ନେତା ପରସ୍ପରକୁ ଦୋଷାରୋପ କରିବା ସହ ବର୍ଷିଥିବା ଜଣାପଡ଼ିଛି । ଆଉ ସ୍ଥିତି ପାଣ୍ଡିଆନଙ୍କ ନିୟନ୍ତ୍ରଣକୁ ବାହାରକୁ ପଳାଇଥିଲା ଓ ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିବା ସହ ଡ୍ୟାନିଙ୍କ ଦାବିକୁ ସମର୍ଥନ କରିଥିଲେ । ଆଉ ବବି ଚାହୁଁଥିବା କାର୍ଯ୍ୟ ହେବନି ବୋଲି ସ୍ପଷ୍ଟ କରିଦେଇଥିଲେ । ନବୀନଙ୍କ ଗରମ ମିଜାଜ୍ ଦେଖିବାପରେ ବବି ନିରବ ରହିଥିବା ସୂଚନା ମିଳିଛି ।

Also Read

ଚର୍ଚ୍ଚା ହେଉଛି, ଯାଜପୁର ଜିଲ୍ଲାରେ ବିଜେଡି ସମର୍ଥିତ ‘ଏକ ଦୈନିକ ସମ୍ବାଦପତ୍ରର ପ୍ରତିନିଧି’ ନିଯୁକ୍ତିକୁ ନେଇ ବବି ଓ ଡ୍ୟାନି ମୁହାଁମୁହିଁ ହୋଇଥିଲେ । ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ଜିଲ୍ଲାରେ ଏକ ସଭାମଂଚରୁ ଖୋଲାଖୋଲି ରାଜ୍ୟର ଏକ ପ୍ରମୁଖ ଦୈନିକ ସମ୍ବାଦପତ୍ରର ‘ଯାଜପୁର ସଂସ୍କରଣ ମୁଖ୍ୟ’ଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ସେହି ବ୍ୟକ୍ତିଜଣକ ବିଜେଡି ନେତା ବବି ଦାସଙ୍କ ଖାସ୍ ହୋଇଥିବାରୁ ତାଙ୍କୁ ବିଜେଡି ପ୍ରାୟୋଜିତ ‘ଦୈନିକ ସମ୍ବାଦପତ୍ର’ରେ ନିଜେ ବବି ଥଇଥାନ କରାଇଥିଲେ । ଯାହାକୁ ସିଧାସଳଖ ଡ୍ୟାନି ବିରୋଧ କରିଥିଲେ । ତାଙ୍କ ବିନା ପରାମର୍ଶରେ ତାଙ୍କ ଅଂଚଳରେ ବିଜେଡି ସମର୍ଥିତ ସମ୍ବାଦପତ୍ରର ପ୍ରତିନିଧିଙ୍କ ନିଯୁକ୍ତିକୁ ସେ ବିରୋଧ କରିବା ସହ ଘଟଣା ସମ୍ପର୍କରେ ନବୀନ ନିବାସକୁ ଅବଗତ କରାଇଥିଲେ । ସେ ବବିଙ୍କ ଖାସ୍‌ଙ୍କୁ କାହିଁକି ତାଙ୍କ ଅଂଚଳରେ ନିଯୁକ୍ତି ଦିଆଗଲା ବୋଲି କହି ବିରୋଧ କରିବା ସହ ଆବଶ୍ୟକ ପଡ଼ିଲେ ବିଜେଡିରୁ ଇସ୍ତଫା ଦେଇଦେବେ ବୋଲି ଚେତାବନୀ ଦେବାକୁ ପଛାଇନଥିଲେ ବୋଲି ଚର୍ଚ୍ଚା ହେଉଛି । ଡ୍ୟାନିଙ୍କ ଏଭଳି ଆଭିମୁଖ୍ୟକୁ ଦେଖି ପାଣ୍ଡିଆନ ତାଙ୍କୁ ନବୀନ ନିବାସ ଡକାଇଥିଲେ ବୋଲି ଜଣାପଡ଼ିଛି । ଡ୍ୟାନି ଓ ବବିଙ୍କୁ ବସାଇ ପାଣ୍ଡିଆନ ଘଟଣାର ସମାଧାନ ପାଇଁ ପ୍ରୟାସ କରିବାବେଳେ ଉଭୟ ନିର୍ବାଚନରେ ପରସ୍ପରକୁ ହରାଇବାକୁ ନେଇ କରିଥିବା ଷଡ଼ଯନ୍ତ୍ରକୁ ନେଇ ବର୍ଷିବାରେ ଲାଗିଥିଲେ ।

ଉଲ୍ଲେଖଯୋଗ୍ୟ, ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡିଆନ ଏବେ ପରଦା ପଛରେ ରହି ଦଳ ଓ ଦଳୀୟ ନେତାମାନଙ୍କୁ ନିୟନ୍ତ୍ରିତ କରୁଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ନିକଟ ଅତୀତର ବିଭିନ୍ନ ସାଂଗଠନିକ ନିଷ୍ପତ୍ତି ଏବଂ ଦଳୀୟ ନେତାଙ୍କୁ ଭେଟିବାବେଳେ ‘ଲେଖିକି ଦିଅ’ ବୋଲି ନବୀନ କହୁଥିବା ହିଁ ସିଧାସଳଖ ପାଣ୍ଡିଆନଙ୍କ ନିୟନ୍ତ୍ରଣର ସନ୍ଦେଶ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story