ବିଜେଡିରେ ବଢ଼ିଲାଣି ବବିଙ୍କ ମାମଲାତି: ଦେବୀ ‘ଶିଶୁପାଳ’, ପ୍ରତାପ‘ସାରଥୀ’, ହଜାରିବାଗରେ ହାଜିରା

ଦେବୀଙ୍କ ଅଜାଣତରେ ତାଙ୍କ ଜିଲ୍ଲା କଟକରେ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଗୋଚରରେ ତାଙ୍କ ଜିଲ୍ଲା ସମ୍ବଲପୁରରେ ସାଂଗଠନିକ ନିର୍ବାଚନ ପାଇଁ ‘ଜିଲ୍ଲା ରିଟର୍ଣ୍ଣିଂ ଅଫିସର’ ନିଯୁକ୍ତି ଦିଆଯିବା ସିଧାସଳଖ ଏହି ନେତାମାନଙ୍କୁ ନିଜ ସଂଗଠନରେ ‘ଶିଶୁପାଳ’ ଭୂମିକାରେ ଅବତୀର୍ଣ୍ଣ କରାଇ ଦେଇଥିବା ଚର୍ଚ୍ଚା ହେଲାଣି ।

Pranab Prakash Das

ପ୍ରଣବ ପ୍ରକାଶ ଦାସ

Ordigital Desk
  • Published: Thursday, 13 March 2025
  • Updated: 13 March 2025, 08:53 PM IST

ହାତରୁ ୨୪ବର୍ଷର ଶାସନ ଗଲା । ଦଳପତିଙ୍କ ପତିଆରା ବି ଗଲା । କର୍ମୀଙ୍କଠୁ ଆରମ୍ଭ କରି ନେତା ବି ମୁହଁ ଫେରାଇଲେଣି । ତଥାପି ବିଜେଡିର ଚେତା ପଶିଲାନାହିଁ । ଯେଉଁ ହାତଗଣତି ୩-୪ଜଣଙ୍କ ପାଇଁ ଦଳକୁ ଏତେବଡ଼ ବିପର୍ଯ୍ୟୟ ଭୋଗିବାକୁ ପଡ଼ିଲା ଏବେ ସେହିମାନେ ପୁଣିଥରେ ସଂଗଠନରେ ନିଜର ଦବଦବା ଦେଖାଇଲେଣି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନାଗ୍ରହ, ଅପାରଗତା ଓ ମାତ୍ରାଧିକ ନିର୍ଭରଶୀଳତା ତଥା ଦଳର ଆଗଧାଡ଼ିର ତଥାକଥିତ ନେତାମାନଙ୍କ ଅସାମର୍ଥ୍ୟତାର ଫାଇଦା ଉଠାଇ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଟିମ୍ ଏବେ ପୁରା ଦମରେ ସଂଗଠନରେ ନିଜର ଅନୁଗତମାନଙ୍କୁ ନେତୃତ୍ୱ ଦାୟିତ୍ୱ ଦେବାର ମାର୍ଗ ପ୍ରଶସ୍ତ କରିବାରେ ଲାଗିଛନ୍ତି । ନିର୍ବାଚନ ପରାଜୟ ପରେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ‘ସମନ୍ୱୟ କମିଟି ଅଧ୍ୟକ୍ଷ’ କରି ସାଂଗଠନିକ ନିଷ୍ପତ୍ତି ନେବାକୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା ତାହା କେବଳ ସେତେବେଳେ ପାଣ୍ଡିଆନ ଟିମକୁ ସୁରକ୍ଷା ଦେବାପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏବେ ଧୀରେଧୀରେ ପ୍ରମାଣିତ ହେଲାଣି । ଦେବୀଙ୍କ ଅଜାଣତରେ ତାଙ୍କ ଜିଲ୍ଲା କଟକରେ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଗୋଚରରେ ତାଙ୍କ ଜିଲ୍ଲା ସମ୍ବଲପୁରରେ ସାଂଗଠନିକ ନିର୍ବାଚନ ପାଇଁ ‘ଜିଲ୍ଲା ରିଟର୍ଣ୍ଣିଂ ଅଫିସର’ ନିଯୁକ୍ତି ଦିଆଯିବା ସିଧାସଳଖ ଏହି ନେତାମାନଙ୍କୁ ନିଜ ସଂଗଠନରେ ‘ଶିଶୁପାଳ’ ଭୂମିକାରେ ଅବତୀର୍ଣ୍ଣ କରାଇ ଦେଇଥିବା ଚର୍ଚ୍ଚା ହେଲାଣି । କେବଳ ସେତିକି ନୁହେଁ ପାଣ୍ଡିଆନଙ୍କ ଖାସ୍ ଭାବେ ଯେଉଁ ଆଇପିଏସ୍ ଅଫିସରଜଣକ ନିଜକୁ ବିଜେଡିର ଦ୍ୱିତୀୟ ସର୍ବେସର୍ବା ଭାବୁଥିଲେ ଏବେ ତାଙ୍କ ପାଖରେ ହାଜିରା ପକାଇବାକୁ ଦଳର କିଛି ନେତା ଝାଡ଼ଖଣ୍ଡର ‘ହଜାରିବାଗ’ ଯାଉଥିବା ମଧ୍ୟ ଜଣାପଡ଼ିଛି । ଏସବୁ ମଧ୍ୟରେ ଆସନ୍ତା ୧୬ତାରିଖରେ ଶଙ୍ଖଭବନରେ ଦଳର ବରିଷ୍ଠ ନେତାମାନଙ୍କ ଏକ ବୈଠକ ବସି ସାଂଗଠନିକ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ମାତ୍ର ବିଜେଡିର ସବୁ ନିଷ୍ପତ୍ତି ଅଘୋଷିତ ସର୍ବେସର୍ବା ନିଜସ୍ୱ ଢଙ୍ଗରେ ନେଉଥିଲାବେଳେ ଏହି ବୈଠକର ଯଥାର୍ଥତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି ।

ବବିଙ୍କ ମାମଲାତି, ପ୍ରତାପ ‘ସାରଥୀ’

ବିଜେଡି ସୂତ୍ର ଅନୁସାରେ, ପାଣ୍ଡିଆନଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ ଓରଫ ବବି ଏବେ ପୁଣିଥରେ ସଂଗଠନରେ ସକ୍ରିୟ । ଦଳର ସାଂଗଠନିକ ନିର୍ବାଚନ ପାଇଁ ନିଯୁକ୍ତ ରିଟର୍ଣ୍ଣଂ ଅଫିସର ପ୍ରତାପ କେଶରୀ ଦେବ ନିଜକୁ ବବିଙ୍କ ‘ସାରଥୀ’ ଭୂମିକାରେ ଅବତୀର୍ଣ୍ଣ କରାଇଥିବା ଚର୍ଚ୍ଚା ହେଉଛି । ବିଜେଡି ପକ୍ଷରୁ ଯେଉଁସବୁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ଓ ବ୍ଲକ ରିଟର୍ଣ୍ଣିଂ ଅଫିସରମାନଙ୍କୁ ନିଯୁକ୍ତି ଦିଆଗଲା ସେହି ତାଲିକା ପ୍ରସ୍ତୁତିରେ ଦଳର କୌଣସି ବରିଷ୍ଠ ସଦସ୍ୟଙ୍କ ମତାମତ କିମ୍ବା ପରାମର୍ଶ ନିଆଯାଇନାହିଁ । ବବି ଏକପାଖିଆ ଭାବେ ନିଜର ଅନୁଗତମାନଙ୍କୁ ଏହି ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି । ଏପରିକି ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଭାବେ ଦେବୀପ୍ରସାଦ ମିଶ୍ର କାର୍ଯ୍ୟ କରୁଥିଲେ ବି ତାଙ୍କ ନିଜ ଜିଲ୍ଲା କଟକର ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପୂର୍ବରୁ ତାଙ୍କ ସହ ପରାମର୍ଶ କରାଯାଇନଥିଲା । ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ସମ୍ବଲପୁର ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନିଯୁକ୍ତିକୁ ନେଇ ବିଚାରବିମର୍ଶ କରାଗଲାନି । ଏହି ଦୁଇ ନେତା ଦଳୀୟ ଫୋରମରେ ନିଜର ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିସାରିଥିବା ଜଣାପଡ଼ିଛି ।

ବବିଙ୍କ ମାମଲାତି କେବଳ ଏତିକିରେ ସରିନି । ଏବେ ଦଳର ସାଂଗଠନିକ ନିର୍ବାଚନ ପାଇଁ ଯେଉଁ ‘ପଂଚାୟତ ସଭାପତିମାନଙ୍କ’ ତାଲିକା ପ୍ରସ୍ତୁତ ହେଉଛି ତାହା ବି ବବି ନିଜର ଅନୁଗତମାନଙ୍କ ମାଧ୍ୟମରେ କରାଉଛନ୍ତି । ଦଳର ସ୍ଥାନୀୟ ବିଧାୟକଙ୍କ ସହ ବିଚାରବିମର୍ଶ କରାଯାଉନି । ଯେଉଁଥିପାଇଁ ଶଙ୍ଖଭବନ ଆସି ରେଙ୍ଗାଳିର ବିଜେଡି ବିଧାୟକ ସୁଦର୍ଶନ ହରିପାଲ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଏସବୁ ସତ୍ତ୍ୱେ ବବିଙ୍କ ଖାସ୍ ଅନୁଗତ ପ୍ରତାପ ଦେବ ଗତ ସପ୍ତାହରେ ଦଳୀୟ ବୈଠକରେ ନିଜର ‘ସାଂଗଠନିକ ସାମର୍ଥ୍ୟ’ର କଥା କହି ବାହାବା ନେବାକୁ ପ୍ରୟାସ କରୁଥିବାବେଳେ ବରିଷ୍ଠ ନେତା ଅରୁଣ ସାହୁ ତାକୁ ସିଧାସଳଖ କାଉଣ୍ଟର କରିଥିଲେ । ଚଳିତଥର ସାଂଗଠନିକ ନିର୍ବାଚନ ପାଇଁ ଜିଲ୍ଲାରେ ରିଟର୍ଣ୍ଣିଂ ଅଫିସର ନିଯୁକ୍ତିଠୁ ଆରମ୍ଭ କରି ପଂଚାୟତସ୍ତରରେ ସଭାପତି ନିର୍ବାଚନ ପର୍ଯ୍ୟନ୍ତ ପ୍ରାୟ ୭୦ ପ୍ରତିଶତ କାର୍ଯ୍ୟ ବିନାବାଧାରେ ସରିଗଲାଣି ବୋଲି କହି ପ୍ରତାପ  ଆତ୍ମପ୍ରଶଂସା ସାଉଁଟିବାକୁ ଚେଷ୍ଟା କରିଥିଲେ । ମାତ୍ର ଅରୁଣ ସେଥିରେ ବ୍ରେକ୍ ଦେଇ କହିଥିଲେ ଯେ, ଏଥିରୁ ସ୍ପଷ୍ଟ ହେଉଛି ତୃଣମୂଳସ୍ତରରେ ସଂଗଠନ ଓ ସାଂଗଠନିକ ପଦପଦବୀକୁ ନେଇ ନେତା-କର୍ମୀଙ୍କ ମଧ୍ୟରେ ଆଗ୍ରହ ନାହିଁ । ଏହା ଦଳ ପାଇଁ ବିପଦ ବୋଲି ଅରୁଣ ଚେତାଇ ଦେବାରୁ ପ୍ରତାପ ଅପ୍ରସ୍ତୁତ ହୋଇପଡ଼ିଥିଲେ ବୋଲି ଜଣାପଡ଼ିଛି ।

ତା’ଛଡ଼ା ପ୍ରତାପଙ୍କ ମାଧ୍ୟମରେ ବବି ପୁଣିଥରେ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀ ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଉ ସଞ୍ଜୟ ଦାସବର୍ମାଙ୍କ ଭଳି କିଛି ଆଗଧାଡ଼ିର ତୋଷାମଦାରୀ ନେତାଙ୍କୁ ନିଜର ‘ଖାସ୍ ଢଙ୍ଗ’ରେ ବୁଝାଇ ଏହି ମାର୍ଗ ପ୍ରଶସ୍ତ କରୁଛନ୍ତି । ବବି ଦଳର ‘କାର୍ଯ୍ୟକାରୀ ସଭାପତି’ ପଦରେ ଆସୀନ ହେବା ପାଇଁ ନିଜର ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି । ବବି ମଧ୍ୟ ମାର୍ଚ୍ଚ ୫ତାରିଖରେ ଯାଜପୁରରେ ଦଳର ଆଗଧାଡ଼ିର ନେତାମାନଙ୍କୁ ନେଇ ‘ବିଜୁଜୟନ୍ତୀ’ ପାଳନ କରି ନିଜର ପତିଆରା ଦେଖାଇଛନ୍ତି । ସେ ଡାକିଲେ ଯେକେହି ନେତା ଯେଉଁଠିକି ବି ଯିବେ ବୋଲି ସନ୍ଦେଶ ଦେଇଛନ୍ତି । ବବି ଓ ପ୍ରତାପ ଦେବଙ୍କ ସମେତ କିଛି ଆଗଧାଡ଼ିର ତୋଷାମଦକାରୀ ନେତା ମଧ୍ୟ ଏହି ମଉକାରେ ପାଣ୍ଡିଆନଙ୍କୁ ଖୁସି କରିବାକୁ ତାଙ୍କୁ ଦଳର ସାଂଗଠନିକ ପଦପଦବୀରେ ଅବସ୍ଥାପିତ ପାଇଁ ମନାଇବାରେ ଲାଗି ପଡ଼ିଥିବା ଜଣାପଡ଼ିଛି ।

ହଜାରିବାଗରେ ହାଜିରା

ବିଜେଡି ଶାସନକାଳରେ ଦଳ ଓ ସରକାରର ପାଣ୍ଠି ସଂଗ୍ରହ ଦାୟିତ୍ୱରେ ଥିବା ଜଣେ ଆଇପିଏସ୍ ଅଫିସରଙ୍କ ପାଖରେ ଏବେ ଦଳୀୟ ନେତାମାନେ ହାଜିରା ପକାଉଥିବା ଚର୍ଚ୍ଚା । ବିଜେଡିର କିଛି ନେତା ଇତିମଧ୍ୟରେ ଝାଡ଼ଖଣ୍ଡର ହଜାରିବାଗ ଯାଇ ସେଠାରେ ଥିବା ଏହି ତଥାକଥିତ ବିଜେଡି କ୍ଷମତାକେନ୍ଦ୍ରଙ୍କ ପାଖରେ ହାଜିରା ପକାଉଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଥାଇ ମଧ୍ୟ ସମ୍ପୃକ୍ତ ଆଇପିଏସ୍ ଅଫିସରଜଣକ କିଭଳି ରାଜନୀତିକ ବ୍ୟକ୍ତିମାନଙ୍କୁ ଭେଟୁଛନ୍ତି ତାହା ବି ବଡ଼ ପ୍ରଶ୍ନବାଚୀ । ମାତ୍ର ପାଣ୍ଡିଆନଙ୍କ ଖାସ୍ ଭାବେ ସେ ଏବେବି ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ବିଜେଡିର ନିୟନ୍ତ୍ରଣରେ ଥିବା ସଂସ୍ଥା ପାଇଁ ପାଣ୍ଠି ଏହି ବ୍ୟକ୍ତି ପରୋକ୍ଷରେ ଦେଉଥିବା ଚର୍ଚ୍ଚା ହେଉଛି । ଏପଟେ ପାଣ୍ଡିଆନ ବି ନବୀନ ନିବାସରୁ ପୁଣିଥରେ ରାଜନୀତିକ ଦୃଷ୍ଟିରୁ ସକ୍ରିୟ ଥିବାର ପ୍ରମାଣ ଦେଲେଣି । ନବୀନନିବାସର ଯେଉଁ ସ୍ଥାନରେ ଛିଡ଼ା ହୋଇ ନବୀନ ବିଭିନ୍ନ ଲୋକମାନଙ୍କ ସହ ଫଟୋ ପାଇଁ ପୋଜ୍ ଦିଅନ୍ତି, ପାଣ୍ଡିଆନ ମଧ୍ୟ ବେଶ୍ ସୁଚିନ୍ତିତ ଢଙ୍ଗରେ ସେହି ସ୍ଥାନରେ ବିଜେଡିର ପରାଜିତ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ଫଟୋ ପାଇଁ ପୋଜ୍ ଦେଇ ନିଜର ଅଭିଳାଷକୁ ଚରିତାର୍ଥ କରିବାର ସନ୍ଦେଶ ଦେଇଛନ୍ତି ।

ଦିଶାହୀନ ଓ ଦ୍ୱନ୍ଦ୍ୱରେ ବିଜେଡି

ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଏବେ ଦିଶାହୀନ ପାଲଟିଛି । ବିଧାନସଭା ଅଧିବେଶନରେ ଦଳର ଆଭିମୁଖ୍ୟ ଓ ରଣନୀତି କେତେବେଳେ କ’ଣ ରହୁଛି ଏବଂ କିଏ ନିର୍ଦ୍ଧାରଣ କରୁଛି ତାକୁ ନେଇ ବିଧାୟକମାନେ ବି ଦ୍ୱନ୍ଦ୍ୱରେ । ବିରୋଧୀ ଦଳ ନେତା ଭାବେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଛନ୍ତି । ମାତ୍ର ବିଧାନସଭାରେ ତାଙ୍କୁ ସକ୍ରିୟ ଭୂମିକା ତ ଦୂରର କଥା ସେ ନିୟମିତ ଅଧିବେଶନକୁ ବି ଆସୁନାହାନ୍ତି । ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କୁ ମଧ୍ୟ ସକ୍ରିୟ ଭୂମିକାରେ ଦେଖିବାକୁ ମିଳୁନି । ବରିଷ୍ଠ ନେତା ଅରୁଣ ସାହୁ ଆକ୍ରମଣାତ୍ମକ ଢଙ୍ଗରେ କିଛି ବିଧାୟକଙ୍କୁ ଧରି ଲଢ଼େଇ କରିବା ଭଳି ମାହୋଲ ସୃଷ୍ଟି କରାଉଛନ୍ତି । କିନ୍ତୁ ତାହା ବି ପାଣିଚିଆ ହୋଇଯାଇଛି ।

ବିଗତ ସପ୍ତାହକ ମଧ୍ୟରେ ବିଜେଡି ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭାରେ ଶାସକ ଦଳକୁ ଘେରିବାକୁ ପ୍ରୟାସ କରିଥିଲା, ଆଉ ଆଶ୍ଚର୍ଯ୍ୟଜନକ ଭାବେ ନିଜେ ନିଜର ପ୍ରସଙ୍ଗରୁ ଓହରି ଯାଇଥିଲା । ବିଜୁ ପଟ୍ଟନାୟକଙ୍କୁ ବିଜେପି ସରକାରଙ୍କ ଅସମ୍ମାନ, ଜୟନାରାୟଣ ମିଶ୍ରଙ୍କ ରାଜ୍ୟ ବିଭାଜନ ମନ୍ତବ୍ୟ ଓ ପୋଲାଭରମ୍ ପ୍ରସଙ୍ଗରେ ଦଳର ନୀତି ମଧ୍ୟ ଅସ୍ପଷ୍ଟ ଥିଲା । ବିଜୁ ପଟ୍ଟନାୟକ ପ୍ରସଙ୍ଗ ଉଠାଇ ବିଜେଡି ଯେତିକି ମାଇଲେଜ୍ ନେବ ବୋଲି ଭାବିଥିଲା ସେଥିରେ ଦଳର ଲାଭ କମ୍ କ୍ଷତି ବେଶୀ ହେଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିଭଳି ନିଜ ପିତା ବିଜୁବାବୁଙ୍କୁ ହତାଦର କରିଥିଲେ ତାହା ଲୋକଲୋଚନକୁ ଆସିଲା । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଘରେ ୩ବର୍ଷ କାହିଁକି ବିଜୁଙ୍କ ଅସ୍ଥି ରହିଥିଲା ଓ ଦିଲ୍ଲୀପ ରାୟ କାହିଁକି ଶେଷସମୟରେ ବିଜୁଙ୍କୁ ନିଜଘରେ ରଖି ଚିକିତ୍ସା ଓ ହସ୍ପିଟାଲରେ ୨୨ଲକ୍ଷ ଟଙ୍କା ବିଲ୍ ପୈଠ କରିଥିଲେ ତାହା ବର୍ତ୍ତମାନର ବିଜେଡି ନେତାମାନଙ୍କୁ ‘ବିଜୁବାବୁ’ଙ୍କ ପାଇଁ ଲଢ଼େଇରୁ ଓହରିବାକୁ ବାଧ୍ୟ କରିଥିଲା ।

ଗୃହରେ ବିଜୁବାବୁଙ୍କ ସମ୍ପର୍କରେ ଏଭଳି ଅନେକ ଅନାଲୋଚିତ କଥାକୁ ରେକର୍ଡ କରାଇବାର ସୁଯୋଗ ନିଜେ ବିଜେଡି ଦେଲା,ଯାହା ଭବିଷ୍ୟତ ପୀଢ଼ୀକୁ ନବୀନଙ୍କ ଏକ ନକରାତ୍ମକ ଛବିର ପ୍ରମାଣ ହୋଇ ରହିଲା ।  ବରିଷ୍ଠ ନେତା ବିଜୟ ମହାପାତ୍ର ବି ‘ ନିଆଁରେ ଘିଅ ଢ଼ାଳି’ ଏହି ପ୍ରସଙ୍ଗରେ ନବୀନଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେଇଛନ୍ତି । ସେହିପରି ଜୟନାରାୟଣ ପ୍ରସଙ୍ଗରେ ଦଳ ଦୁଇଦିନ ହୋ-ହାଲ୍ଲା ପରେ ଚୁପ୍ ବସି ପଡ଼ି ‘ପୋଲାଭରମ’କୁ ପ୍ରସଙ୍ଗ କଲା । ଯଦିଓ ଦଳ ଶାସନରେ ଥିବାବେଳେ ପୋଲାଭରମକୁ ନେଇ ନିର୍ଣ୍ଣାୟକ ଲଢ଼େଇ  ପାଇଁ ଆଗ୍ରହ ଦେଖାଇନଥିଲା ।

ସେହିପରି ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଡିଏମକେ ନେତା ଏମକେ ଷ୍ଟାଲିନ୍ ଡାକିଥିବା ମାର୍ଚ୍ଚ ୨୨ତାରିଖ ବୈଠକରେ ନବୀନ ସାମିଲ ହେବାକୁ ଦଳର ନେତାମାନେ ସହଜରେ ଗ୍ରହଣ କରୁନଥିବା ଜଣାପଡ଼ିଛି । ଷ୍ଟାଲିନ୍ ନିଜର ପ୍ରତିନିଧିଙ୍କୁ ନବୀନ ନିବାସ ପଠାଇ ଯେଉଁ ଆଲୋଚନା କଲେ ତା’ର ପ୍ରଚ୍ଛଦପଟ୍ଟରେ କେବଳ ପାଣ୍ଡିଆନ ନିଜର ଓ ତାଙ୍କ ଗୁରୁ ଓଡ଼ିଶା କ୍ୟାଡ଼ରର ଅବସରପ୍ରାପ୍ତ ଆଇଏଏସ୍ ଆର.ବାଲକ୍ରିଷ୍ଣନ(ତାମିଲନାଡୁ ସରକାରଙ୍କ ଭାଷା ଉପଦେଷ୍ଟା)ଙ୍କୁ ତୁଷ୍ଟୀକରଣର ପ୍ରମାଣ ଦେବାକୁ ପ୍ରୟାସ କରିଛନ୍ତି । ସୀମା ନିର୍ଦ୍ଧାରଣ ଯୋଗୁ ଓଡ଼ିଶାର କ’ଣ କ୍ଷତି ହେବ ତାହା ଏପର୍ଯ୍ୟନ୍ତ ରାଜ୍ୟବାସୀ କିମ୍ବା ଦଳୀୟ ନେତାଙ୍କୁ ବୁଝାଇବାରେ ବିଜେଡି ନେତୃତ୍ୱ ସକ୍ଷମ ହୋଇନାହାନ୍ତି । ଆଉ ନବୀନ ନିବାସର ସେହି ବୈଠକରେ ବବିଙ୍କ ଉପସ୍ଥିତି ହିଁ ସେପୁଣିଥରେ ସଂଗଠନରେ ସକ୍ରିୟ ଥିବାର ସନ୍ଦେଶ ଦେଇଛି ।

ବିଜେଡିରେ ପୁଣିଥରେ ପାଣ୍ଡିଆନ ଓ ତାଙ୍କ ଟିମ ସଦସ୍ୟଙ୍କ ମାମଲାତି ବଢ଼ୁଥିବାରୁ ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଅବଶ୍ୟ ଲକ୍ଷ ଲକ୍ଷ କର୍ମୀ ଓ ହଜାର ହଜାର ନେତା ଥିବା ସତ୍ତ୍ୱେ ସେମାନଙ୍କର ନିରବତା, ଅପାରଗତା ଓ ଅସାମର୍ଥ୍ୟତା ଯୋଗୁ ବିଜେଡି ନିଜର ନେତାଟିଏ ବାଛିପାରୁନି ଯିଏ ନବୀନଙ୍କ ବଦଳରେ ନେତୃତ୍ୱ ଦେଇପାରିବେ ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story