ବସିଥିଲା ବିଜେଡି ନେତାଙ୍କ ବୈଠକ, ହଠାତ୍ ପହଞ୍ଚିଗଲେ ବବି

ମମତାଙ୍କ ଅଭିଯୋଗ ନେଇ ବବି ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି। ମୌନେ ସମ୍ମତି ଲକ୍ଷଣ ପରି ବବିଙ୍କ ନିରବତା ମମତାଙ୍କ ଅଭିଯୋଗକୁ ବଳ ଦେଇଛି।

BJD PhotoOR

ବିଜେଡି କର୍ମକର୍ତ୍ତାଙ୍କ ଗହଣରେ ବବି

Manoranjan Sial
  • Published: Wednesday, 23 October 2024
  • Updated: 23 October 2024, 08:29 PM IST

Sports

Latest News

ବୋଧହୁଏ କେହି ଜାଣିନଥିଲେ। ବାତ୍ୟା ପରିଚାଳନା ପାଇଁ ବାରିପଦା ବିଜେଡି ଅଫିସ୍‌ରେ ଚାଲିଥିବା ବୈଠକରେ ହଠାତ୍‌ ପହଞ୍ଚିଲେ ବବି ଓରଫ ପ୍ରଣବ ପ୍ରକାଶ ଦାସ। ବୈଠକରେ ବବିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ବିଜେଡି ନେତା ଓ କର୍ମକର୍ତ୍ତା। ତେବେ ଏଠି ପ୍ରଶ୍ନ ହେଉଛି, ବବିଙ୍କ ଅଚାନକ ବାରିପଦା ଗସ୍ତ ବାତ୍ୟା ପରିଚାଳନା ନା ଜିଲ୍ଲା ବିଜେଡି ଗୋଷ୍ଠୀ କନ୍ଦଳ ସଜାଡିବା! ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି।

ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ‘ଦାନା’ ମୁକାବିଲା ପାଇଁ ଆଜି ଅପରାହ୍ନରେ ବାରିପଦା ସ୍ଥିତ ବିଜୁ ଭବନରେ ଏକ ଜରୁରୀକାଳୀନ ବୈଠକ ବସିଥିଲା। ଜିଲ୍ଲା ବିଜେଡି ସଭାପତି ସୁଦାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଏଥିରେ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ରାଜକିଶୋର ଦାସ, ଶ୍ରୀନାଥ ସୋରେନଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଓ ଅନେକ ବରିଷ୍ଠ, ଯୁବ ଏବଂ ଛାତ୍ର ନେତା ପ୍ରମୁଖ ସାମିଲ ହୋଇଥିଲେ। ନିର୍ଦ୍ଧାରିତ ସମୟରେ ବୈଠକ ଆରମ୍ଭ ହୋଇଥିଲା।

Also Read

ବୈଠକ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ବବି ପହଞ୍ଚିଥିଲେ। ଆଉ ତାଙ୍କ ସାଙ୍ଗରେ ଥିଲେ ବାରିପଦା ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌ କୃଷ୍ଣାନନ୍ଦ ମହାନ୍ତି। ବବିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ବିଜେଡି କର୍ମକର୍ତ୍ତା। ତା’ପରେ ଚାଲିଲା ବୈଠକ। ବାତ୍ୟା ମୁକାବିଲା ନେଇ ଆଲୋଚନା ହେଲା। ତା’ପରେ କୁଆଡେ ବବି ଭୁବନେଶ୍ୱର ଫେରି ଆସିଥିବା ଜଣାପଡ଼ିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଗତ ୨୪ ବର୍ଷ ଭିତରେ ଅନେକ ବାତ୍ୟା ଆସିଛି। ହେଲେ ବାତ୍ୟା ବେଳେ ବବିଙ୍କୁ କେବେ ଦେଖିବାକୁ ମିଳେନାହିଁ। ସେ କେବଳ ନିଜ ଜିଲ୍ଲା ଭିତରେ ସୀମିତ ହୋଇ ରହୁଥିଲେ। ହେଲେ ବାତ୍ୟା ‘ଦାନା’ ବେଳେ ହଠାତ୍‌ କାହିଁକି ଆକ୍ଟିଭ୍‌ ହେଲେ ବବି? ନିଜ ଜିଲ୍ଲା ଯାଜପୁରକୁ ଛାଡ଼ି କାହିଁକି ମୟୂରଭଞ୍ଜ ଆସିଲେ? ପ୍ରକୃତର ଏ ଗସ୍ତ ବାତ୍ୟା ମୁକାବିଲା ନା ରାଜନୈତିକ ଗୋଷ୍ଠୀ କନ୍ଦଳ ସଜାଡ଼ିବା ପାଇଁ? ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି।

BJDବିଜେଡି ମହିଳା କର୍ମକର୍ତ୍ତା ଭିତରେ ବବି

ସେପଟେ ଦେଖିବାକୁ ଗଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇଥିଲେ ବବି। ଆଉ ସଙ୍ଗଠନକୁ ସଜାଡ଼ିବାରେ ଲାଗି ପଡ଼ିଥିଲେ। ବୋଧହୁଏ ତାଙ୍କର ସେହି ପ୍ରୟାସ ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଗଡ଼ରେ ବିଜେଡି ବାଜିମାତ କରିଥିଲା। ଆଉ ରାତିରାତି ଜିଲ୍ଲାରେ ବଢ଼ିଥିଲା ବବିଙ୍କ ଦବ୍‌ଦବା। ସିଏ ଜିଲ୍ଲାର ପୂରା ରାଜନୀତିକୁ ନିଜ ହାତମୁଠାକୁ ନେଇଥିଲେ। ଆଉ ନିଜ ହିସାବରେ ରାଜନୈତିକ ଗୋଟି ଚଳାଉଥିଲେ। ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହେଉଥିଲା। ଯେତେ ଅଭିଯୋଗ ହେଉଥିଲେ ମଧ୍ୟ କିଛି ପ୍ରଭାବ ପଡୁନଥିଲା। ବରଂ ବବି ଆହୁରି ଶକ୍ତିଶାଳୀ ହେଉଥିଲେ। ଯାହାର ପ୍ରମାଣ ୨୦୨୪ ସାଧାରଣ ନିର୍ବାଚନ ବେଳେ ଟିକଟ ବଣ୍ଟନ ପ୍ରକ୍ରିୟା ବେଳେ ଦେଖିବାକୁ ମିଳିଥିଲା।

ଚର୍ଚ୍ଚା ହେଉଥିଲା ସାଧାରଣ ନିର୍ବାଚନରେ ଟିକଟ ଚୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନେଉଥିଲେ। ମୟୂରଭଞ୍ଜ ଜିଲ୍ଲାରେ କେଉଁ ନିର୍ବାଚନମଣ୍ଡଳୀରେ କିଏ ପ୍ରତିଦ୍ୱନ୍ଦ୍ୱୀତା କରିବେ, ତାହାର ତାଲିକା କୁଆଡେ ବବି ପ୍ରସ୍ତୁତି କରୁଥିଲେ। ଆଉ ତାଙ୍କ ତାଲିକା ଅନୁସାରେ ପ୍ରାର୍ଥୀ ଚୟନ କରାଯାଇଥିଲା। ଯାହାର ଫଳାଫଳ ନିର୍ବାଚନରେ ଦେଖିବାକୁ ମିଳିଥିଲା। ମୟୂରଭଞ୍ଜ ଜିଲ୍ଲାରେ କ୍ଲିନ୍‌ ସୁଇପ୍‌ କରିଥିଲା ବିଜେପି। ସାଂସଦଙ୍କ ସହ ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀ ଜିତିଥିଲେ। ଆଉ ପୂରା ଜିଲ୍ଲାରେ ବିଜେଡି ମୂଳପୋଛ ହୋଇଯାଇଥିଲା। ତା’ପରେ ଜିଲ୍ଲାରେ ସୁପ୍ତ ଅବସ୍ଥାକୁ ଚାଲି ଯାଇଥିଲା ବିଜେଡି।

ନିର୍ବାଚନରେ ବିଜେଡି କ’ଣ ପାଇଁ ପରାୟଜ ବରଣ କଲା? ଏହାର କାରଣ ପାଇଁ ଜିଲ୍ଲାରେ ବସିଥିଲା ବୈଠକ। ସେତେବେଳେ ସୁଦାମ ମାରାଣ୍ଡି ଓ ସାନନ୍ଦ ମାରାଣ୍ଡି ଗ୍ରୁପ୍‌ ଅଲଗା ଅଲଗା ବୈଠକ କରିଥିଲେ। ଏପରିକି ମୁଖିଆ ଡାକିଥିବା ବୈଠକରେ ଜିଲ୍ଲା ସଭାପତି ଥିବା ସୁଦାମ ମାରାଣ୍ଡିଙ୍କୁ ଦେଖିବାକୁ ମିଳିନଥିଲା। ପରାଜୟ ପରେ ପୃଥକ୍‌ ପୃଥକ୍‌ ବୈଠକ ବସୁଥିବା ବେଳେ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବବିଙ୍କ ଦେଖା ମିଳୁନଥିଲା।

ଅନ୍ୟପକ୍ଷରେ ଜିଲ୍ଲାର ଟାଣୁଆ ନେତ୍ରୀ ତଥା କୁଡୁମୀ ସମ୍ପ୍ରଦାୟର ଝିଅ ମମତା ମହାନ୍ତ ବିଜେଡିରୁ ଇସ୍ତଫା ଦେଇ ବବିଙ୍କ ବିରୋଧରେ ଦେଇଥିଲେ ବିସ୍ଫୋରକ ବୟାନ୍‌। ବବି କୁଆଡେ ତାଙ୍କୁ ଜିଲ୍ଲାରେ କାମ କରିବାକୁ ଦେଉନଥିଲେ। ତାଙ୍କ ସାଂସଦ ହାତ ପାଣ୍ଠିକୁ ବବି ନିଜ ଜିଲ୍ଲା ଯାଜପୁରରେ ଖର୍ଚ୍ଚ କରୁଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ କୁଡୁମୀ ସମ୍ପ୍ରଦାୟର ବରିଷ୍ଠ କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବବି ମୟୂରଭଞ୍ଜ ଆସିଲେ ପାନେ ଦେବେ ବୋଲି କହିଥିଲେ। ହେଲେ ମମତାଙ୍କ ଅଭିଯୋଗ ନେଇ ବବି ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି। ମୌନେ ସମ୍ମତି ଲକ୍ଷଣ ପରି ବବିଙ୍କ ନିରବତା ମମତାଙ୍କ ଅଭିଯୋଗକୁ ବଳ ଦେଇଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story