Advertisment

ସହଜ ହେବନି ଲକ୍ଷ୍ମଣଙ୍କ ବିଜୟ ଯାତ୍ରା

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି ବଣାଇ ବିଧାନସଭା ଆସନ। କୋଇଡ଼ା, ଲହୁଣିପଡ଼ା, ଗୁରୁଣ୍ଡିଆ ଓ ବଣାଇ ବ୍ଲକ୍‌କୁ ନେଇ ଏହି ବିଧାନସଭା କ୍ଷେତ୍ର ଗଠିତ। ଯାହାର ଭୋଟର ସଂଖ୍ୟା ହେଉଛି ୨,୧୫,୭୬୪। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧,୦୬,୫୬୪ ଓ ମହିଳା ଭୋଟର ୧,୦୯,୧୯୪ ଓ କିନ୍ନର ୬ ଜଣ ଅଛନ୍ତି। ବଣାଇର ରାଜନୈତିକ ଇତିହାସକୁ ଦେଖିଲେ ଏଠାରେ ପ୍ରଥମ ନିର୍ବାଚନ ୧୯୫୧ ମସିହାରେ ହୋଇଥିଲା। ୫୮ ବର୍ଷ ଶାସନ […]

ଅଦ୍ୟତନ ହୋଇଛି
ସହଜ ହେବନି ଲକ୍ଷ୍ମଣଙ୍କ ବିଜୟ ଯାତ୍ରା

bon

Advertisment

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି ବଣାଇ ବିଧାନସଭା ଆସନ। କୋଇଡ଼ା, ଲହୁଣିପଡ଼ା, ଗୁରୁଣ୍ଡିଆ ଓ ବଣାଇ ବ୍ଲକ୍‌କୁ ନେଇ ଏହି ବିଧାନସଭା କ୍ଷେତ୍ର ଗଠିତ। ଯାହାର ଭୋଟର ସଂଖ୍ୟା ହେଉଛି ୨,୧୫,୭୬୪। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧,୦୬,୫୬୪ ଓ ମହିଳା ଭୋଟର ୧,୦୯,୧୯୪ ଓ କିନ୍ନର ୬ ଜଣ ଅଛନ୍ତି। ବଣାଇର ରାଜନୈତିକ ଇତିହାସକୁ ଦେଖିଲେ ଏଠାରେ ପ୍ରଥମ ନିର୍ବାଚନ ୧୯୫୧ ମସିହାରେ ହୋଇଥିଲା। ୫୮ ବର୍ଷ ଶାସନ କାଳରେ ଏଠାରେ କଂଗ୍ରେସ ୨୧ ବର୍ଷ, ବିଜେପି ୧୮ ବର୍ଷ ଓ ସିପିଆଇଏମ୍ ୧୦ ବର୍ଷ ଶାସନ କରିଥିଲା।

Advertisment

ରାଜନୈତିକ ସ୍ଥିତି: ଏଠାରେ ସିପିଆଇଏମ୍, ବିଜେପି, ବିଜେଡି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବାବେଳେ ସିପିଆଇଏମ୍‌ର ସ୍ଥିତି ଏକ ପ୍ରକାର ଚଳଚଞ୍ଚଳ ରହିଛି। ଶେଷ ମୁହୂର୍ତ୍ତରେ କ’ଣ ହେବ ତାହା ଭୋଟରଙ୍କ ଉପରେ ନିର୍ଭର କରେ। ସିପିଆଇ ଏମ୍ ଦଳରୁ ଲକ୍ଷ୍ମଣ ମୁଣ୍ଡା, ବିଜେପିରୁ ଅନିଲ ବାର୍ଲା ଓ ବିଜେଡିରୁ ରଞ୍ଜିତ କିଷାନ ଏବଂ ସ୍ୱାଧୀନ ଭାବେ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଜନାର୍ଦ୍ଦନ ଦେହୁରୀ କଂଗ୍ରେସ ଟିକଟ ପାଇଁ ଆଶାୟୀ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କୁ ହତାଶ ହେବା ପାଇଁ  ପଡ଼ିଥିଲା। ସେ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବା ସହ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି। ହେଲେ ଏହି ଆସନର ଇତିହାସକୁ ଦେଖିଲେ ଏହି ବିଦ୍ରୋହ ତାଙ୍କୁ କେତେ ଦୂର ସାଥ୍‌ ଦେବ, ତାହା ଫଳାଫଳ ଘୋଷଣା ପରେ ଜଣାପଡ଼ିବ।

ସମସ୍ୟା:ଏଠାକାର ଲୋକଙ୍କର ମୁଖ୍ୟ ସମସ୍ୟା ହେଉଛି ଏ ପର୍ଯ୍ୟନ୍ତ ବିମଳ ଗଡ଼ ତାଳଚେର୍ ରେଳପଥ ନିର୍ମାଣ ହୋଇପାରି ନାହିଁ। ବଣାଇକୁ ଏନଏସି କରିବା ଓ ଚାଷୀଙ୍କ ପାଇଁ ପାଣି ସମସ୍ୟା ସମାଧାନ କରିବା ଏବଂ ବଣାଇ କଲେଜକୁ ସରକାରୀ ମାନ୍ୟତା କରିବା ନେଇ ଲୋକମାନେ ଦାବି କରି ଆସୁଛନ୍ତି। ଏହା ସହିତ ୧୪୩,୫୨୦ ଜାତୀୟ ରାଜପଥ ଏ ପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ। ଖଣି ଅଞ୍ଚଳ ଭାବେ ପରିଚିତ କୋଇଡ଼ା ଅଞ୍ଚଳରେ ସର୍ବଦା ରାସ୍ତା ସମସ୍ୟା ଲାଗିରହିଛି। ଏହିପରି ଅନେକ ସମସ୍ୟାରେ ବଣାଇବାସୀ ରହୁଥିବା ବେଳେ କେଉଁ ଦଳର ପ୍ରାର୍ଥୀ କେତେ ପ୍ରତିଶ୍ରୁତି ଦେଇ ଏହିସବୁ ସମସ୍ୟାର ସମାଧାନ କରିବେ ତାହା ଆଗକୁ ଦେଖିବାକୁ ବାକି ରହିଲା। ତେବେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏହିସବୁ ସମସ୍ୟା ଅଡ଼ୁଆରେ ପକାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Advertisment

ଇତିହାସ: ଯଦି ଆମେ ୨୦୧୪ ନିର୍ବାଚନକୁ ଦେଖିବା ତେବେ ସେଠାରେ ସିପିଆଇଏମ୍‌ ଦଳର ଲକ୍ଷ୍ମଣ ମୁଣ୍ଡା ୩୯,୧୨୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଏହାପରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତଃ ଦୟାନିଧି କିଷାନ ୩୭,୩୦୭ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ଭୀମସେନ ଚୌଧୁରୀ ୩୭,୧୧୮ ଖଣ୍ଡ ଭୋଟ ଓ ବିଜେପିର ଲୁଥାର ଓରାମ୍‌ ୨୫,୭୬୬ ଖଣ୍ଡ ଭୋଟ ପାଇଥିଲେ।

ବର୍ତ୍ତମାନ ସ୍ଥିତିରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। କୃଷକଙ୍କ ପାଇଁ ପାଣି ଏବଂ ଉପଖଣ୍ଡରେ ଯେଉଁ ସମସ୍ୟା ରହିଛି, ତାହା ସମସ୍ତ ଦଳର ପ୍ରାର୍ଥୀଙ୍କ ପ୍ରଚାରର ମୁଖ୍ୟ ପ୍ରସଙ୍ଗ ରହିଛି। ଅନ୍ୟ ଦଳର ପ୍ରାର୍ଥୀ ବିଜୟୀ ହେଲେ ଏହିସବୁ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଉଥିବା ବେଳେ ବିଜେପି ପ୍ରାର୍ଥୀ କେନ୍ଦ୍ରର ଉନ୍ନତୀମୂଳକ ସହାୟତା ବିଷୟରେ କହି ଲୋକଙ୍କୁ ଭୋଟ ମାଗୁଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ କହି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। କିନ୍ତୁ ଭୋଟର କାହାକୁ ବିଶ୍ୱାସ କରୁଛନ୍ତି, ତାହା ସମୟ କହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe