Advertisment

ଜ୍ୟୋତି ପ୍ରକାଶଙ୍କ ଅନୁଭୂତିରୁ 'ବୈଜୟନ୍ତଙ୍କ ସହ କିଛି ବର୍ଷ'

ଓଡ଼ିଶା ରିପୋର୍ଟର (ପ୍ରଜ୍ଞା ଚୌଧୁରୀ): ଓଡ଼ିଶା ରାଜନୀତିର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ବୈଜୟନ୍ତ ପଣ୍ଡା। ରାଜନୀତିରେ ରୁଚି ରଖୁଥିବା ଯୁବପିଢ଼ିଙ୍କ ପାଇଁ ସେ ଜଣେ ପ୍ରେରଣାର ଉତ୍ସ ମଧ୍ୟ। ଓଡ଼ିଶା ମାଟିରୁ କେନ୍ଦ୍ର ଦରବାର ପର୍ଯ୍ୟନ୍ତ ବୈଜୟନ୍ତ ଜଣେ ସଫଳ ରାଜନେତା ଭାବେ ଚର୍ଚ୍ଚିତ ଓ ସମ୍ମାନିତ। ବୈଜୟନ୍ତଙ୍କ ଜୀବନର ଅନେକ ଘଟଣା, ଦୁର୍ଘଟଣା, ବିଚାରବିମର୍ଶ ଓ ମୁକାବିଲାର ମୁକ ସାକ୍ଷୀ ହେଉଛନ୍ତି ତାଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ। ସେ ନିଜ ଅନୁଭୂତିର ଶବ୍ଦଗୁଡ଼ିକୁ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଜ୍ୟୋତି ପ୍ରକାଶଙ୍କ ଅନୁଭୂତିରୁ 'ବୈଜୟନ୍ତଙ୍କ ସହ କିଛି ବର୍ଷ'

Jay panda

ଓଡ଼ିଶା ରିପୋର୍ଟର (ପ୍ରଜ୍ଞା ଚୌଧୁରୀ): ଓଡ଼ିଶା ରାଜନୀତିର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ବୈଜୟନ୍ତ ପଣ୍ଡା। ରାଜନୀତିରେ ରୁଚି ରଖୁଥିବା ଯୁବପିଢ଼ିଙ୍କ ପାଇଁ ସେ ଜଣେ ପ୍ରେରଣାର ଉତ୍ସ ମଧ୍ୟ। ଓଡ଼ିଶା ମାଟିରୁ କେନ୍ଦ୍ର ଦରବାର ପର୍ଯ୍ୟନ୍ତ ବୈଜୟନ୍ତ ଜଣେ ସଫଳ ରାଜନେତା ଭାବେ ଚର୍ଚ୍ଚିତ ଓ ସମ୍ମାନିତ। ବୈଜୟନ୍ତଙ୍କ ଜୀବନର ଅନେକ ଘଟଣା, ଦୁର୍ଘଟଣା, ବିଚାରବିମର୍ଶ ଓ ମୁକାବିଲାର ମୁକ ସାକ୍ଷୀ ହେଉଛନ୍ତି ତାଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ। ସେ ନିଜ ଅନୁଭୂତିର ଶବ୍ଦଗୁଡ଼ିକୁ ସାଉଁଟି ବୈଜୟନ୍ତଙ୍କ ଜୀବନର ଅନେକ ଘଟଣାବଳୀକୁ ପୁସ୍ତକରେ ତୋଳିଛନ୍ତି।

Advertisment

ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାର ବହୁ ଚର୍ଚ୍ଚିତ ନେତା, ପୂର୍ବତନ ସାଂସଦ ତଥା ବର୍ତ୍ତମାନ ଭାରତୀୟ ଜନତା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଚିବ ଭାବେ ଜ୍ୟୋତି ପ୍ରକାଶ ଘୋଷ କାମ କରିଆସୁଛନ୍ତି। ବୈଜୟନ୍ତ ପ୍ରଥମ ଥର ରାଜ୍ୟ ସଭାକୁ ନିର୍ବାଚିତ ହେବା ପରେ ପରେ ଜ୍ୟୋତି ପ୍ରକାଶ ତାଙ୍କ ସହ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଏତେ ଗୁଡ଼ିଏ ବର୍ଷ ଭିତରେ ବୈଜୟନ୍ତଙ୍କୁ ଜ୍ୟୋତି ପ୍ରକାଶ ଯେତିକି ଅଙ୍ଗେ ନିଭେଇଛନ୍ତି, ସେ ସବୁକୁ ପୁସ୍ତକରେ ଲେଖିଛନ୍ତି। ଆଉ ପୁସ୍ତକର ନାଁ ରଖିଛନ୍ତି 'ବୈଜୟନ୍ତଙ୍କ ସହ ୧୮ ବର୍ଷ'।

ସୂଚନାଯୋଗ୍ୟ, ବୈଜୟନ୍ତଙ୍କ ଉପରେ ବହିଟିଏ ଲେଖିବାକୁ ଅନେକ ଦିନରୁ ଚିନ୍ତା କରୁଥିଲେ ଜ୍ୟୋତି ପ୍ରକାଶ। ହେଲେ ସୁଯୋଗ ଆଣି ଦେଇଥିଲା କରୋନା ଲକଡାଉନ। ଏ ଦିଗରେ ଅନେକ ଶୁଭେଚ୍ଛୁ ତାଙ୍କୁ ଲେଖିବା ପାଇଁ ଉତ୍ସାହିତ କରିଥିଲେ। ଶେଷରେ ସେ ନିଜର ଦୀର୍ଘଦିନର ଅଭିଲାଷକୁ କରୋନା ଲକଡାଉନ ସମୟରେ ପୂରା କରିଛନ୍ତି। ତେବେ କୋଭିଡ୍ କଟକଣା ଯୋଗୁ ମହା ସମାରୋହରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ହୋଇପାରି ନ ଥିଲେ ହେଁ ପବିତ୍ର ରଥଯାତ୍ରା ଅବସରରେ ଏହା ଲୋକାର୍ପିତ ହୋଇଯାଇଛି। ପୁସ୍ତକଟି ଯୁବପିଢ଼ି ତଥା ବୈଜୟନ୍ତପ୍ରେମୀଙ୍କୁ ଅନେକ ଦିଗରେ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

Advertisment

ଏନେଇ ଜ୍ୟୋତି ପ୍ରକାଶ କହିଛନ୍ତି, ୨୦୦୩ରୁ ୨୦୨୦ ମଧ୍ୟରେ ଓଡ଼ିଶା ରାଜନୀତି ମଞ୍ଚରେ ବହୁ ନାଟକର ଜବନିକା ପଡ଼ିଛି। ଏସବୁର ମୁକ ସାକ୍ଷୀ ଭାବେ ଜ୍ୟୋତି ବେଶ କିଛି ଅନୁଭୂତି ପାଇଛନ୍ତି। ବୈଜୟନ୍ତ କ୍ଷମତା ରାଜନୀତିର ପ୍ରତିଯୋଗିତାରେ କେବେ ବି ନ ଥିଲେ, ଆଜି ବି ନାହାନ୍ତି। ତିନି ତିନୋଟି ସଂସଦୀୟ ନିର୍ବାଚନରେ ସେ ବୈଜୟନ୍ତଙ୍କ ସହ ପ୍ରତିପକ୍ଷର ମୁହାଁମୁହିଁ ମଧ୍ୟ ହୋଇଛନ୍ତି। ବର୍ଷ ବର୍ଷ ଧରି ଘନିଷ୍ଠ ଓ ବିଶ୍ୱସ୍ଥ ଭାବେ ସେ ବୈଜୟନ୍ତଙ୍କ ସହ କାମ କରି ଆସିଛନ୍ତି। ଆଉ ଏ ସମସ୍ତ ଅନୁଭୂତିକୁ ସେ ପୁସ୍ତକରେ ଲେଖିଛନ୍ତି ବୋଲି କହିଛନ୍ତି।

ତେବେ ପୁସ୍ତକରେ ପାଠକ ରାଜନୀତି ଚଟପଟା ପାଇବେ ନାହିଁ। ହେଲେ ଓଡ଼ିଶା ପ୍ରତି, ଦେଶ ପ୍ରତି ବୈଜୟନ୍ତଙ୍କ ସ୍ନେହ ତଥା ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଉପସ୍ଥାପନା, କେନ୍ଦ୍ରାପଡ଼ାରେ ତାଙ୍କ କାର୍ଯ୍ୟକଳାପ ଆଦି ଅନେକ ବିଷୟକୁ ଏଥିରେ ସାଉଁଟିବାକୁ ଚେଷ୍ଟା କରିଛନ୍ତି ବୋଲି ଜ୍ୟୋତି ପ୍ରକାଶ କହିଛନ୍ତି।