ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ ବର୍ଷିଲେ ବିଜେପି ଓ କଂଗ୍ରେସ: ଓଡ଼ିଶାରେ ଚାଲିଛି ଗୁମାସ୍ତା ଶାସନ

‘ମୁଖ୍ୟମନ୍ତ୍ରୀ ବୋଧହୁଏ ନିଜେ ଶାସନ କରିବାକୁ ଅସହାୟ ଅନୁଭବ କରୁଛନ୍ତି। ସେଥିପାଇଁ ଗୁମାସ୍ତା ଶାସନ ଚାଲିଛି।’

CM Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Monday, 25 September 2023
  • Updated: 25 September 2023, 07:26 PM IST

ସଚିବଙ୍କ ହେଲିକପ୍ଟରରେ ଜିଲ୍ଲା ଗସ୍ତ, ସଭା କରି ଅଭିଯୋଗ ସଂଗ୍ରହ କରିବା ଆଦି ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାର୍ଥ ବୋଲି ଆଜି ବିଧାନସଭାରେ ଖୋଲାଖୋଲି ସ୍ପଷ୍ଟୀକରଣ ଦେବା ସହ ଲୋକେ ଖୁସି, ଲୋକ ପ୍ରତିନିଧି ଖୁସି, ବିରୋଧୀ କାହିଁକି ଅସନ୍ତୁଷ୍ଟ ହେଉଛନ୍ତି କହି ଓଲଟା ଆକ୍ଷେପ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିବୃତ୍ତି ପରେ ଆଜି ପୁଣିଥରେ ଉଭୟ ବିଜେପି ଓ କଂଗ୍ରେସ କଡ଼ା ଆଭିମୁଖ୍ୟ ପୋଷଣ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁମାସ୍ତା ଶାସନ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁମାସ୍ତା ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀ ବୋଧହୁଏ ନିଜେ ଶାସନ କରିବାକୁ ଅସହାୟ ଅନୁଭବ କରୁଛନ୍ତି । ସେଥିପାଇଁ ଗୁମାସ୍ତା ଶାସନ ଚାଲିଛି । ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ଓ ଏସପିମାନେ ସେମାନେ ସରକାରୀ ଦଳର ସଭାପତି ଓ ସମ୍ପାଦକ ଭଳି କାମ କରୁଛନ୍ତି । ବିଧାୟକମାନଙ୍କର ସତେ ଯେମିତି ଆବଶ୍ୟକତା ନାହିଁ । ଫାଇଭ-ଟି ସଚିବ ଜିଲ୍ଲାଗସ୍ତବେଳେ ଓ ସଭା କରିବାବେଳେ ଲୋକମାନଙ୍କୁ ପଇସା ଦେଇ ଗାଡ଼ିରେ ବୁହାଇବା, ଟେବୁଲ ଚୌକି ପକାଇବା ,ଟେଣ୍ଟ ଟାଣିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଦଳ ତରଫରୁ ଫାଇଭ-ଟି ସଚିବ ୩୦ଟି ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରି ଆସିଛନ୍ତି ଓ ଅପର୍ଯ୍ୟାପ୍ତ ଅର୍ଥ ବଂଟନ କରିଛନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ସେ ଯାଇନଥିଲେ । ସେ ଯଦି ଶୁଣିଥାନ୍ତେ ତା’ହେଲେ ହଜାର ହଜାର ଲୋକ ଆସି ରାଜରାସ୍ତାରେ ଆନ୍ଦୋଳନ କରିନଥାନ୍ତେ । ଶିକ୍ଷକ ଓ ଆୟୁର୍ବେଦ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁ ସଂଗଠନମାନେ ଏଠି ଆନ୍ଦୋଳନ କରୁଛନ୍ତି । ଯଦି ସଚିବ ଅଭିଯୋଗ ଶୁଣୁଥିଲେ, ତା’ହେଲେ ସେମାନେ ଭୁବନେଶ୍ୱର ଆସି କାହିଁକି ଆନ୍ଦୋଳନ କରୁଛନ୍ତି । କେବଳ ଶସ୍ତା ରାଜନୀତି କରିବା ପାଇଁ ରାଜକୋଷରୁ ଅପର୍ଯ୍ୟାପ୍ତ ପଇସା ବ୍ୟୟ କରାଯାଇଛି । ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ ଓ ଯେତେବେଳେ କିଏ ସମାଲୋଚନା କରୁଛି ସେହି ସମୟରେ ପ୍ରତିହିଂସାପରାୟଣ ହୋଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗଣମାଧ୍ୟମର କଣ୍ଠରୋଧ ହେଉଛି । କହିବାକୁ ସୁଯୋଗ ଦିଆଯାଉନି । ମାଇକ୍ ମଝିରେ ଅଚଳ କରି ଦିଆଗଲା । ଗଣତନ୍ତ୍ର ଶାସନ ଆଉ ଦେଶରେ କି ରାଜ୍ୟରେ ନାହିଁ । ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ । ବିଧାନସଭାର ଆଉ କୌଣସି ଆବଶ୍ୟକତା ନାହିଁ । ଗୃହ ଚାଲୁ ବୋଲି ଏ ସରକାର ଚାହୁଁନାନ୍ତି । ବାଚସ୍ପତି ଗୃହରେ ବିଜେପିକୁ ସୁଯୋଗ ଦେଲେ ନିଜର କଥା ରଖିବାକୁ । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୁଯୋଗ ମିଳିଲା ଗୃହରେ କହିବାକୁ । କିନ୍ତୁ ତାଙ୍କ ବେଳକୁ ଅଧାରେ ବନ୍ଦ କରିଦିଆଗଲା ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଛନ୍ତି । ଏ ସରକାର କଂଗ୍ରେସକୁ ଭୟ କରୁଛନ୍ତି, କଂଗ୍ରେସର କଣ୍ଠରୋଧ କରାଯାଉଛି ଓ ବିଧାନସଭାରେ କହିବାକୁ ସୁଯୋଗ ଦିଆଯାଉନି । ବିଧାନସଭାରେ ରୁଲସ୍ ଅଫ ବିଜିନେସରେ ଚାଲୁନି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।

Also Read

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ କଡ଼ା ସମାଲୋଚନା କରି କହିଛନ୍ତି ଯେ,ଆଜି ମୁଖ୍ୟମନ୍ତ୍ରୀ ବିଧାନସଭାର ଗୃହରେ ସିଏମଓକୁ ଲୋକଙ୍କ କଥା ବୁଝିବା ପାଇଁ ପଠାଇଛି ବୋଲି ଯାହା କହିଲେ ତାହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ କଥା । ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧି ବଡ଼ ନା ସିଏମ୍‌ଓ ବଡ଼ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ? ଯଦି ମନ୍ତ୍ରୀ,ସାଂସଦ, ବିଧାୟକମାନଙ୍କୁ ଲୋକଙ୍କ ପାଖକୁ ମୁଖ୍ୟମନ୍ତ୍ରୀ ପଠାଇଥାନ୍ତେ ତେବେ ଓଡ଼ିଶାବାସୀ ଆଶ୍ୱସ୍ତି ଲାଭ କରିଥାନ୍ତେ । କାରଣ ସେମାନେ ଯାହାକୁ ଭୋଟ୍ ଦେଇ ନିର୍ବାଚିତ କରିଥିଲେ ସେହି ଜନପ୍ରତିନିଧିମାନେ ଆସି ତାଙ୍କର ଅଭିଯୋଗ ଶୁଣିଲେ ଓ ପ୍ରତିଶ୍ରୁତି ଦେଲେ, ମାତ୍ର ଏହା ନ କହି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତିି, ତାହା ଗଣତନ୍ତ୍ର ପାଇଁ ଉପହାସ ବୋଲି ଶ୍ରୀ ମାଝୀ କହିଛନ୍ତି ।

ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ କାହିଁକି ଲୋକମାନଙ୍କ ପାଖକୁ ଯାଉନାହାନ୍ତି? ଲୋକମାନଙ୍କୁ ସେ ଡରିଗଲେ କି? କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ଉଠିଗଲା କି? ଜଣେ ବ୍ୟକ୍ତି କ'ଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହୋଇପାରିବ କି? କେବଳ ବ୍ୟକ୍ତିଗତ ସଚିବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କେମିତି ହେବ? ଯଦି ମୁଖ୍ୟମନ୍ତ୍ରୀ ସିଏମଓ ଅଧିକାରୀଙ୍କ କଥା କହୁଛନ୍ତି, ତେବେ କେବଳ ସେ ଜଣେ ବ୍ୟକ୍ତି କାହିଁକି ଲୋକମାନଙ୍କ ପାଖକୁ ଯିବେ? ଅନ୍ୟ ଅଧିକାରୀମାନେ କୁଆଡ଼େ ଗଲେ? ସିଏମ୍‌ଓ ହେଲିକ୍ୟାପ୍ଟର ଓ ଫ୍ଲାଇଟରେ ଉଡ଼ି ଏପର୍ଯ୍ୟନ୍ତ ପାଖାପାଖି ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା କି? ସିଏମ୍‌ଓ କେବଳ ସରକାରୀ ନୁହେଁ ବ୍ୟକ୍ତିଗତ କାମରେ, ଏପରିକି ବାହାଘର ଭୋଜି ଖାଇବା ପାଇଁ ସଚିବ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇ ପାଲଲହଡ଼ା ବିଧାୟକଙ୍କର ଭୋଜି ଖାଇଥିଲେ କି ନାହିଁ? ବିଜେଡ଼ି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସରକାରୀ ହେଲିକାପ୍ଟର ବ୍ୟବହାର ହୋଇଛି ନା ନାହିଁ? ଏହାକୁ ନେଇ ମୁଖ୍ୟମନ୍ତ୍ରୀ କାହିଁକି ନିରବ । ସଚିବଙ୍କ ପାଇଁ ମଂଚ ବାନ୍ଧିବା ସହିତ ଲୋକ ଯୋଗାଡ କରିବାକୁ କ’ଣ ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଥିଲା କି ? ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରି ଗୁମାସ୍ତା ଶାସନ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story