Advertisment

ଭେଟିବା ପାଇଁ ଆଧାର କାର୍ଡ ଧରି ଆସିବାକୁ କହିଲେ କଙ୍ଗନା ରାଣାୱତ

ନିର୍ବାଚନ ମଣ୍ଡଳୀର ଯଦି କେହି ତାଙ୍କୁ ଭେଟିବାକୁ ଚାହୁଁଛନ୍ତି, ତା’ହେଲେ ସାଙ୍ଗରେ ଆଧାର କାର୍ଡ ଧରି ଆସିବାକୁ ସେ କହିବା ପରେ ବିବାଦ ସୃଷ୍ଟି ହୋଇଛି।

Kangana

Kangana

Advertisment

ନବନିର୍ବାଚିତ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିଛି। ସେ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ହିମାଚଳ ପ୍ରଦେଶର ମଣ୍ଡିର ଲୋକମାନଙ୍କ ଆଗରେ ଆଧାର କାର୍ଡ ସର୍ତ୍ତ ରଖିଛନ୍ତି। ନିର୍ବାଚନ ମଣ୍ଡଳୀର ଯଦି କେହି ତାଙ୍କୁ ଭେଟିବାକୁ ଚାହୁଁଛନ୍ତି, ତା’ହେଲେ ସାଙ୍ଗରେ ଆଧାର କାର୍ଡ ଧରି ଆସିବାକୁ ସେ କହିବା ପରେ ବିବାଦ ସୃଷ୍ଟି ହୋଇଛି।

Advertisment

କଙ୍ଗନା ଆହୁରି କହିଛନ୍ତି ଯେ ତାଙ୍କୁ ଭେଟିବାକୁ ଆସୁଥିବା ଲୋକମାନେ ଏହା ପଛର କାରଣ ଲିଖିତ ଭାବେ ଦେବେ। ସେ କହିଛନ୍ତି, “ହିମାଚଳ ପ୍ରଦେଶକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ମଣ୍ଡି ଅଞ୍ଚଳ ପାଇଁ ଆଧାର କାର୍ଡ ଅତ୍ୟନ୍ତ ଜରୁରୀ।

ନିର୍ବାଚନ ମଣ୍ଡଳୀ ସହ ଜଡ଼ିତ କାମକୁ ଲୋକମାନେ କାଗଜରେ ଉଲ୍ଲେଖ କରିବେ। ଏହାଦ୍ୱାରା ଲୋକମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ପର୍ଯ୍ୟଟକମାନେ ଏଠାକୁ ଆସୁଥିବାରୁ ସାଧାରଣ ଲୋକମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

ହିମାଚଳ ପ୍ରଦେଶର ନର୍ଦ୍ଦନ ରିଜନର ଲୋକମାନେ ମୋତେ ମଣ୍ଡି ସ୍ଥିତ ଘରେ ଭେଟିପାରିବେ। ସେହିପରି ମଣ୍ଡିର ଲୋକମାନେ ସହରରେ ଥିବା ମୋ ଅଫିସକୁ ଆସିବେ। କୌଣସି କାମ ପାଇଁ ଭେଟିବାକୁ ଆସିଲେ ଭଲ।”

ତେବେ ଭେଟିବା ପାଇଁ କଙ୍ଗନା ଆଧାର କାର୍ଡର ସର୍ତ୍ତ ରଖିଥିବାରୁ ଏହାକୁ କଂଗ୍ରେସ ସମାଲୋଚନା କରିଛି। କଙ୍ଗନାଙ୍କ ଠାରୁ ମଣ୍ଡି ଆସନରେ ପରାସ୍ତ ହୋଇଥିବା କଂଗ୍ରେସୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି, “ଆମେ ଲୋକମାନଙ୍କ ପ୍ରତିନିଧି। ତେଣୁ ରାଜ୍ୟର ପ୍ରତି ବର୍ଗର ଲୋକଙ୍କୁ ଭେଟିବା ଆମର ଦାୟିତ୍ୱ।

ଛୋଟ ହେଉକି ବଡ଼, କୌଣସି ନୀତି ହେଉ କି ବ୍ୟକ୍ତିଗତ କାମ, ଭେଟିବା ପାଇଁ ପରିଚୟର ଆବଶ୍ୟକ ନାହିଁ। ଯଦି ଜଣେ ନିଜର ଲୋକପ୍ରତିନିଧିଙ୍କୁ ଭେଟିବାକୁ ଆସୁଛନ୍ତି, ନିଶ୍ଚିତ ତାଙ୍କର କିଛି କାମ ଥିବ। ଭେଟଘାଟ ପାଇଁ ଆଧାର କାର୍ଡ ଓ କାଗଜ ଧରି ଆସିବାକୁ କହିବା ଠିକ ନୁହେଁ।”

Bjp Congress Kangana Ranaut Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe