Advertisment

‘ମୋଦି ଅଜିତଙ୍କୁ କହିଥିଲେ, ଯଦି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛ ତେବେ ତୁମ ଦାଦାଙ୍କୁ ଏନଡିଏକୁ ଆଣ’

ଦାଦା ଶରଦ ପାୱାରଙ୍କୁ ଏନଡିଏରେ ସାମିଲ କରାଇ ପାରିଲେ ତୁମେ ମୁଖ୍ୟମନ୍ତ୍ରୀ ହେବା ପକ୍କା ବୋଲି ମୋଦି ଅଜିତ ପାୱାରଙ୍କୁ ଅଫର ଦେଇଥିବା ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା କହିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Modi & Ajit Pawar

Modi & Ajit Pawar

‘ତୁମେ ଯଦି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛ, ତେବେ ତୁମ ଦାଦାଙ୍କୁ ଏନଡିଏକୁ ଆଣ। ’ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଏପରି ବିକଳ୍ପ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ଅଫିସିଆଲି କିଛି ଜଣାଯାଇ ନ ଥିବା ବେଳେ ମହାରାଷ୍ଟ୍ରର ବିରୋଧୀ ଦଳ ନେତା ବିଜୟ ୱାଡିଟିୱାର ଏପରି ସୂଚନା ଦେଇଛନ୍ତି।

Advertisment

ଏନସିପିକୁ ଦୁଇ ଫାଳ କରିବା ସହ ଦାଦା ଶରଦ ପାୱାରଙ୍କ ହାତ ଛାଡ଼ି କ୍ଷମତା ଲୋଭରେ ଅଜିତ ପାୱାର ବିଜେପି ମେଣ୍ଟରେ ସାମିଲ ହୋଇଛନ୍ତି। ମାତ୍ର ଏବେ ସେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ମୁଖ୍ୟମନ୍ତ୍ରୀ ହେବା ନିମନ୍ତେ ତାଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇ ପାରିନି।

ଏହି ଆଶାକୁ ପୂରଣ କରିବା ନିମନ୍ତେ ତଥା ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ନିମନ୍ତେ ସୁଯୋଗ ଦେବାକୁ ଅଜିତଙ୍କ ଆଗରେ ଏକ ବିକଳ୍ପ ରଖିଛି ବିଜେପି। ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ଏବେଠୁ ରଣନୀତି ପ୍ରସ୍ତୁତ କରୁଥିବା ବିଜେପି ଅଜିତଙ୍କୁ ଦେଇଛି ବିକଳ୍ପ। ଦାଦା ଶରଦ ପାୱାରଙ୍କୁ ଏନଡିଏରେ ସାମିଲ କରାଇ ପାରିଲେ ତୁମେ ମୁଖ୍ୟମନ୍ତ୍ରୀ ହେବା ପକ୍କା ବୋଲି ମୋଦି ତାଙ୍କୁ ଅଫର ଦେଇଥିବା ସୂଚନା ମିଳିଛି।

Advertisment

ସେଥିନିମନ୍ତେ ଏନସିପି ଦୁଇ ଫାଳ ହେବା ସତ୍ତ୍ୱେ ଦାଦା, ପୁତୁରା ମଧ୍ୟରେ ଘନ ଘନ ବୈଠକ ଚାଲିଥିବା ବିଜୟ ୱାଡେଟିୱାର ସୂଚନା ଦେଇଛନ୍ତି।

ଶରଦ ପାୱାର ଜଣେ ବର୍ଷୀୟାନ ନେତା ହୋଇଥିବା ବେଳେ ତାଙ୍କ ପ୍ରତି ମହାରାଷ୍ଟ୍ରବାସୀଙ୍କର ପ୍ରବଳ ଜନସମର୍ଥନ ରହିଛି। ତେଣୁ ସେଠାରେ ନିର୍ବାଚନୀ ବୈତରଣୀ ପାର୍‌ କରିବା ନିମନ୍ତେ ଯେକୌଣସି ପରିସ୍ଥିତିରେ ବି ଶରଦ ପାୱାରଙ୍କୁ ନିଜ ଦଳରେ ସାମିଲ କରିବାକୁ ବିଜେପି ଗୋଟି ଚାଳନା କରୁଛି।

ଶରଦ ପାୱାର ଭବିଷ୍ୟତରେ ବିଜେପିରେ ସାମିଲ ହେଲେ ଆପଣ କ’ଣ କରିବେ ବୋଲି ବିଜୟ ୱାଡିଟିୱାରଙ୍କୁ ପଚରାଯିବାରୁ ଏଥିପାଇଁ ଆମର ପ୍ଲାନ୍‌ ପ୍ରସ୍ତୁତ ଥିବା ସେ କହିଛନ୍ତି।

Sarad Power Narendra Modi Ajit Pawar