Advertisment

ଆଇପିଏସ୍ କୁଟ୍ଟେଙ୍କ କାରନାମା ପଦାକୁ ଆଣି ବିଜେଡି ଉପରେ ବର୍ଷିଲା ବିଜେପି

ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଭାବେ ଅବସ୍ଥାପିତ ଡିଏସ୍ କୁଟ୍ଟେ ଓ ଆଶିଷ ସିଂ ଖୋଲାଖୋଲି ବିଜେଡିର ଗୁଲାମଗିରି ଓ ଚାମଚାଗିରି କରୁଛନ୍ତି।

BJP

BJP

Advertisment

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେଙ୍କ କାରନାମାକୁ ଆଜି ପଦାକୁ ଆଣିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ କୁଟ୍ଟେଙ୍କ ନିଲମ୍ବନକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଥିବାବେଳେ ବିଜେପି ଆଜି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ଆଇପିଏସ୍ ଶ୍ରୀ କୁଟ୍ଟେ ଓ ଆଶୀଷ ସିଂଙ୍କ କାମ କ’ଣ ଓ ସେମାନେ ବିଜେଡିରେ କ’ଣ କରନ୍ତି ତାହା ବିଜେଡିର ସମସ୍ତ ସଦସ୍ୟ ଜାଣିଛନ୍ତି ବୋଲି ବିଜେପି କହିଛି । ଏହାସହିତ ଏହି ଦୁଇ ଅଫିସରଙ୍କ ପାଇଁ ବିଜେଡି ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେବାକୁ ମଧ୍ୟ ଦଳ କଡ଼ା ଭାଷାରେ ନିନ୍ଦା କରିଛି ।

Advertisment

ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ପୁଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଭାବେ ଅବସ୍ଥାପିତ ଡିଏସ୍ କୁଟ୍ଟେ ଓ ଆଶିଷ ସିଂ ଖୋଲାଖୋଲି ବିଜେଡିର ଗୁଲାମଗିରି ଓ ଚାମଚାଗିରି କରୁଛନ୍ତି । ଏକଥା ପୂର୍ବରୁ ବିଜେପି ବାରମ୍ବାର ଓଡ଼ିଶାବାସୀଙ୍କୁ ଅବଗତ କରାଇଛି । ବିଜେଡିର ଚାମଚାଗିରି କରିବା ଏହି ଦୁଇ ପୁଲିସ ଅଧିକାରୀଙ୍କ ପୁରୁଣା ଅଭ୍ୟାସ । ଶାସକ ବିଜେଡି ପାଇଁ କାମ କରୁଥିବା ଯୋଗୁ ବରିଷ୍ଠ ଆଇପିଏସ ଶ୍ରୀ କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ଦୁଇ ଆଇପିଏସ୍ ଅଫିସରଙ୍କ ଭୂମିକା ବିଜେଡିରେ କ’ଣ ବିଜେଡିର ସମସ୍ତ ସଦସ୍ୟ ଜାଣିଛନ୍ତି । ଡିଏସ୍ କୁଟ୍ଟେ କେଉଁଠି ବସି କାହାର ଆପୋଏଂଟ୍‌ମେଂଟ୍ ଫିକ୍ସ କରନ୍ତି ତ କାହାର ବଦଳି କରନ୍ତି । ବିଜେଡିର କେଉଁ ନେତାଙ୍କୁ କେତେବେଳେ ଟାଇଟ ଓ ହୁଗୁଳା କରାଯିବ, କେଉଁ ପୁଲିସ ଷ୍ଟେସନର ଏଏସ୍‌ଆଇ କାହା ଘରକୁ ଯାଇ ଡାକିବେ, ମ୍ୟୁନିସପାଲଟି ଓ ସହରାଚଂଳ ନିର୍ବାଚନ ବେଳେ କିଏ ପ୍ରାର୍ଥୀ ହେବେ, ଅଂଚଳର ପୋଲିସ ଷ୍ଟେସନର ଅଧିକାରୀ କେଉଁ କାର୍ଯ୍ୟ କରିବେ ସେସବୁ ଉପରେ ଡିଏସ୍ କୁଟ୍ଟେ ନିଷ୍ପତ୍ତିି ନେଉଥିଲେ । ଗଞ୍ଜାମ ଜିଲ୍ଲାର ରାଜନୀତି ସହିତ ଆଶିଷ ସିଂଙ୍କର କ\'ଣ ସମ୍ପର୍କ ଏକଥା ବିଜେଡି ଓ କଂଗ୍ରେସ ଦଳ ଜାଣିଛି ଏବଂ ବିଜେପିର କାର୍ଯ୍ୟକର୍ତା ଅବଗତ ଅଛନ୍ତି । ଆଜି ଯିଏ ଶ୍ରୀ ସିଂଙ୍କୁ ସାର୍ଟିଫିକେଟ୍ ଦେବାକୁ ବସିଛନ୍ତି ସେ ପ୍ରଶାସନିକ ଅଧିକାରୀ ଥିବାବେଳେ ମସୁରୀ ଟ୍ରେନିଂ ବେଳେ କ\'ଣ ଶପଥ ନେଇଥିଲେ ସେ ଭୁଲିଯାଇଛନ୍ତି । ସମପ୍ରକୃତିର ଲୋକ ନିଶ୍ଚିତ ମିଶିକି ରହିବେ । ଓଡ଼ିଶାର ସାଧାରଣ ଜନତା ତଥା ଟିକସଦାତାଙ୍କର ଅର୍ଥରୁ ଦରମା ନେଉଥିବା ସରକାରୀ କର୍ମଚାରୀ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ବାରମ୍ବାର ତଥ୍ୟ ଓ ପ୍ରମାଣ ସହ ନିର୍ବାଚନ କମିଶନଙ୍କୁ ପୂର୍ବରୁ ଅବଗତ କରିଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Advertisment

ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ଏହି ଦୁଇ ଅଫିସରଙ୍କ ସପକ୍ଷରେ ଗଣମାଧ୍ୟମକୁ ଆସି ମତ ରଖିବା ସହ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ  ଉଠାଇଥିଲେ । ତାଙ୍କ ପରେ ଦଳର ୩ଜଣ ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କ ସମେତ ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି କୁଟ୍ଟେଙ୍କ ସପକ୍ଷରେ ଓ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିି ଉପରେ ଅଙ୍ଗୁଳି ଉଠାଇଛନ୍ତି ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe